'Vikram Vedha'ରେ ୩ଟି ଚରିତ୍ରରେ ନଜର ଆସିବେ ହ୍ରିତିକ୍ , ଏହି ଦିନ ହେବ ରିଲିଜ୍
'Vikram Vedha'ରେ ୩ଟି ଚରିତ୍ରରେ ନଜର ଆସିବେ ହ୍ରିତିକ୍ ,ଏହି ଦିନ ହେବ ରିଲିଜ୍ .ରିଲିଜ୍ ହେଲା ଫିଲ୍ମର ନୂଆ ପୋଷ୍ଟର,ସୋସିଆଲ ମିଡିଆରେ ଭାଇରାଲ ହେଉଛି ଫଟୋ ।
ମୁମ୍ବାଇ: ବଲିଉଡ ସୁପଷ୍ଟାର ହ୍ରିତିକ୍ ରୋଶନ । ଯାହାଙ୍କୁ ଗ୍ରିକଗଡ୍ ବୋଲି ମଧ୍ୟ କୁହାଯାଏ । ନିଜ ଫିଲ୍ମ 'ବିକ୍ରମ ବେଧା'କୁ ନେଇ ଆଜି କାଲି ବେଶ୍ ଚର୍ଚ୍ଚାରେ ଅଛନ୍ତି ହ୍ରିତିକ୍ । ଏହି ଫିଲ୍ମକୁ ବେଶ୍ ଉତ୍ସାହର ସହ ଅପେକ୍ଷା କରିଛନ୍ତି ଫ୍ୟାନ୍ସ । ଫିଲ୍ମ 'Vikram Vedha'ରେ ଟିଜର୍ ପୂର୍ବରୁ ରିଲିଜ୍ ହୋଇସାରିଛି । ଯାହାକୁ ଦର୍ଶକଙ୍କର ବେଶ୍ ଭଲ ପାଇବା ମିଳିଥିଲା । ଏବେ ଫିଲ୍ମର ଆଉ ଏକ ପୋଷ୍ଟର ରିଲିଜ୍ କରିଛନ୍ତି ନିର୍ମାତା । ଯାହା ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଫ୍ୟାନ୍ସ ମଧ୍ୟ ଖୁବ ପସନ୍ଦ କରୁଛନ୍ତି ଏହି ନୂଆ ପୋଷ୍ଟରକୁ ।ଟିଜରରେ ଆକ୍ସନ,ଥ୍ରୀଲର ,ସସପେନ୍ସ ଦେଖିବା ପାଇଁ ମିଳିଥିଲା । ଏହି ଫିଲ୍ମରେ ହ୍ରିତିକଙ୍କ ସହ ସୈଫ୍ ଅଲ୍ଲୀ ଖାନ ମଧ୍ୟ ନଜର ଆସିବେ । ତେବେ ସବୁଠୁ ରୋମାଞ୍ଚକର କଥା ହେଉଛି ଯେ ଏହି ଫିଲ୍ମରେ ହ୍ରିତିକ୍ ତିନି ଭିନ୍ନ ଭିନ୍ନ ରୂପରେ ନଜର ଆସିବେ ।

इस बार सिर्फ मज़ा ही नहीं, ताज्जुब भी होगा! #VikramVedhaTrailer out on 8th September 2022.#VikramVedha hitting cinemas worldwide on 30th September 2022.#SaifAliKhan @PushkarGayatri pic.twitter.com/PFEAQIIsl4
— Hrithik Roshan (@iHrithik) September 4, 2022
'Vikram Vedha'ଟିଜରରେ ସୈଫ୍ ଓ ହ୍ରିତିକଙ୍କୁ ଦେଖିବା ପାଇଁ ମିଳିଥିଲା । ସୈଫଙ୍କୁ ଏହି ଫିଲ୍ମରେ ନେଗେଟିଭ୍ ଭୂମିକାରେ ନଜର ଆସିବେ । ତେବେ ଏହା ହ୍ରିତିକଙ୍କ କ୍ୟାରିୟରର ସବୁଠୁ ବଡ଼ ଓ କ୍ୟାରିୟର ମାଇଲଖୁଣ୍ଟ ଫିଲ୍ମ । ଏହା ତାଙ୍କ ଫିଲ୍ମ କ୍ୟାରିୟରର ୨୫ ତମ ଫିଲ୍ମ ଏହି ଫିଲ୍ମକୁ ନେଇ ବେଶ୍ ଉତ୍ସାହ ମଧ୍ୟ ଦେଖିବା ପାଇଁ ମିଳୁଛି । ଖାସ୍ କରି ତାଙ୍କ ଷ୍ଟାଇଲ୍ ଓ ତାଙ୍କ ଲୁକକୁ ନେଇ ଏବେ ସବୁଠି ଚର୍ଚ୍ଚା । 'Vikram Vedha'ସେପ୍ଟେମ୍ବର ୩୦ ତାରିଖରେ ରିଲିଜ୍ ହେବା ପାଇଁ ଯାଉଛି । ତେବେ ଏବେ ବଲିଉଡ ଫିଲ୍ମକୁ ନେଇ ଅନେକ ବିବାଦ ଦେଖିବା ପାଇଁ ମିଳୁଛି । ହେଲେ ଏ ପର୍ଯ୍ୟନ୍ତ ଏହି ଫିଲ୍ମକୁ ଦର୍ଶକଙ୍କର ଭଲ ପାଇବା ହିଁ ମିଳିଛି ।












Click it and Unblock the Notifications