ଭେଟେରାନ୍ ଅଭିନେତା ବିକ୍ରମ ଗୋଖଲେ ଶେଷ ସିନେମା 'Sur Lagu De', ଏହି ତାରିଖରେ ହେବ ରିଲିଜ୍

ଭେଟେରାନ୍ ଅଭିନେତା ବିକ୍ରମ ଗୋଖଲେ ଶେଷ ସିନେମା 'Sur Lagu De', ଏହି ତାରିଖରେ ହେବ ରିଲିଜ୍

ମୁମ୍ବାଇ: ଭବିଷ୍ୟତର ଯେତେବେଳେ ବି ହିନ୍ଦୀ ସିନେମାର ଭେଟେରାନ୍ ଅଭିନେତାମାନଙ୍କ ବିଷୟରେ ଆଲୋଚନା ହେବ ସେତେବେଳେ ବିକ୍ରମ ଗୋଖଲେଙ୍କ ନାମ ନିଶ୍ଚିତ ଅନ୍ତର୍ଭୂକ୍ତ ଥିବ । ନଭେମ୍ବର ୨୬ ରେ ବିକ୍ରମ ଗୋଖଲେ ସବୁ ଦିନ ପାଇଁ ବିଦାୟ ନେଇ, ନିଜ ଅଭିନୟ ସାରି ଏହି ଦୁନିଆକୁ ଅଲବିଦା କହି ଚାଲିଯାଇଛନ୍ତି । ହେଲେ ନିଜ ଚଳଚ୍ଚିତ୍ର ପାଇଁ ସେ ସର୍ବଦା ସ୍ମରଣୀୟ ହୋଇ ରହିବେ । ବିକ୍ରମ ଗୋଖଲେଙ୍କ ମୃତ୍ୟୁର ୩ ଦିନ ପରେ ତାଙ୍କର ଶେଷ ଚଳଚ୍ଚିତ୍ର 'Sur Lagu De' ଘୋଷଣା କରାଯାଇଛି । ଏହା ସହିତ ନିର୍ମାତା ଫିଲ୍ମର ରିଲିଜ୍ ତାରିଖ ମଧ୍ୟ ଘୋଷଣା କରିଛନ୍ତି ।

ଦିବଙ୍ଗତ ଅଭିନେତା ବିକ୍ରମ ଗୋଖଲେ ନିଜ ଚଳଚ୍ଚିତ୍ର କ୍ୟାରିୟରରେ ଏକରୁ ଅଧିକ ଫିଲ୍ମରେ କାମ କରିଛନ୍ତି । ହେଲେ ତାଙ୍କ ଦେହାନ୍ତ ପରେ ଏବେ ସମସ୍ତେ ତାଙ୍କ ଶେଷ ଚଳଚ୍ଚିତ୍ରକୁ ଅପେକ୍ଷା କରିଛନ୍ତି । ତାଙ୍କ ଶେଷ ଫିଲ୍ମ ଦେଖିବା ପାଇଁ ପ୍ରଶଂସକ ବେଶ୍ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ମଙ୍ଗଳବାର ଦିନ ହିନ୍ଦୀ ତରନ୍ ଆଦର୍ଶ ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ବିକ୍ରମ ଗୋଖଲେଙ୍କ ଶେଷ ଚଳଚ୍ଚିତ୍ର ବିଷୟରେ ସୂଚନା ଦେଇଛନ୍ତି ।

ତରନଙ୍କ ସୂଚନା ଅନୁସାରେ, ବିକ୍ରମ ଗୋଖଲେଙ୍କ ଶେଷ ଚଳଚ୍ଚିତ୍ର ହେଉଛି 'Sur Lagu De' । ଏହା ଏକ ମରାଠୀ ସିନେମା । ଏହି ମରାଠୀ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ବିକ୍ରମ ଗୋଖଲେ ନଜର ଆସିବେ ଏବଂ ଶେଷ ଥର ପାଇଁ ବଡ ପରଦାରେ ନିଜ ଅଭିନୟରେ ସେ ଦର୍ଶକଙ୍କ ମନ ଜିଣିବେ । ବିକ୍ରମ ଗୋଖଲେଙ୍କ ବ୍ୟତୀତ ବଲିଉଡ ଅଭିନେତ୍ରୀ ସୁହାସିନି ମୁଲେ ଏବଂ ରିନା ମଧୁକର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ ।

Vikram Gokhale
ବିକ୍ରମ ଗୋଖଲେଙ୍କ ଶେଷ ଚଳଚ୍ଚିତ୍ର କେବେ ରିଲିଜ୍ ହେବ?
ବିକ୍ରମ ଗୋଖଲେଙ୍କ ଏହି ଶେଷ ଚଳଚ୍ଚିତ୍ରର ପ୍ରଥମ ଲୁକ୍ ରିଲିଜ୍ ହୋଇଛି । ଏହା ସହ ତରନ ଆଦର୍ଶ ରିଲିଜ୍ ତାରିଖ ବିଷୟରେ ମଧ୍ୟ ସୂଚନା ଦେଇଛନ୍ତି । ବିକ୍ରମ ଗୋଖଲେଙ୍କ ଏହି ମରାଠୀ ଚଳଚ୍ଚିତ୍ର ୨୦୨୩ରେ ଜାନୁଆରୀରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ତେବେ ନିର୍ମାତାଙ୍କ ଦ୍ୱାରା ଫିଲ୍ମର ରିଲିଜ୍ ତାରିଖ ଏପର୍ଯ୍ୟନ୍ତ ସ୍ଥିର କରାଯାଇ ନାହିଁ ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+