ବିକ୍ରମ ଗୋଖଲେଙ୍କ ସୁପରହିଟ୍ ହିନ୍ଦୀ ସିନେମା, ହିରୋଙ୍କୁ ମଧ୍ୟ ଦେଉଥିଲେ କଡା ଟକ୍କର
ବିକ୍ରମ ଗୋଖଲେଙ୍କ ସୁପରହିଟ୍ ହିନ୍ଦୀ ସିନେମା, ହିରୋଙ୍କୁ ମଧ୍ୟ ଦେଉଥିଲେ କଡା ଟକ୍କର
ମୁମ୍ବାଇ: ସଲମାନ ଖାନଙ୍କ ଫିଲ୍ମ 'ହମ ଦିଲ୍ ଦେ ଚୁକେ ସନମ'ରେ' ପଣ୍ଡିତ ଦରବାର'ର ଭୂମିକାରେ ଅଭିନୟ କରିଥିବା ବିକ୍ରମ ଗୋଖଲେ ହିନ୍ଦୀ ଚଳଚ୍ଚିତ୍ର ଜଗତରେ ଜଣେ ଜଣାସୁଣା ଚେହେରା । ଭେଟେରାନ ଅଭିନେତାଙ୍କର ଆଜି ୭୭ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ବିୟୋଗ ଖବର ସମସ୍ତଙ୍କୁ ଦୁଃଖ ଦେଇଛି । ଚାଲନ୍ତୁ ତାଙ୍କର କିଛି ଖାସ୍ ଫିଲ୍ମ ଉପରେ ନଜର ପକାଇବା ।
ଅଗ୍ନିପଥ
୧୯୯୦ ମସିହାରେ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ଫିଲ୍ମ 'ଅଗ୍ନିପଥ'ରେ ବିକ୍ରମ ଗୋଖଲେ ଏକ ଦମଦାର ଚରିତ୍ରରେ ନଜର ଆସିଥିଲେ । ବିଗ୍ ବି ଏବଂ ତାଙ୍କ ଯୋଡିକୁ ଦର୍ଶକ ବେଶ୍ ଭଲ ପାଇବା ଦେଇଥିଲେ । ଯଦି ଉଭୟଙ୍କ ଅଭିନୟର ତୁଳନା କରାଯାଏ ତେବେ ନିଜ ଲାଜୱାବ୍ ଅନ୍ଦାଜରେ ଅମିତାଭଙ୍କୁ ମଧ୍ୟ କଡା ଟକ୍କର ଦେଇଥିଲେ ବିକ୍ରମ ଗୋଖଲେ । ଏହି ଚଳଚ୍ଚିତ୍ରରେ 'ବିଜୟ ଚୌହାନ' ଅର୍ଥାତ୍ ଅମିତାଭ ବଚ୍ଚନଙ୍କ ସହ ପ୍ରଶଂସକମାନେ 'କମିଶନର୍ ଏମ୍ଏସ୍ ଗାୟତୋଣ୍ଡେ'ଙ୍କ ଭୂମିକାକୁ ମଧ୍ୟ ଖୁବ ପସନ୍ଦ କରିଥିଲେ ।
ଖୁଦା ଗବାହ
୧୯୯୨ ମସିହାରେ ଅମିତାଭ ବଚ୍ଚନଙ୍କ ଆଉ ଏକ ଚଳଚ୍ଚିତ୍ର 'ଖୁଦା ଗବାହ'ରେ ବିକ୍ରମ ଗୋଖଲେ ଜଣେ ଜେଲର ଚରିତ୍ରରେ ନଜର ଆସିଥିଲେ । ଜେଲର ରଣଭୀର ସିଂଙ୍କ ଚରିତ୍ର ଦର୍ଶକଙ୍କର ମନୋରଞ୍ଜନ କରିବାରେ କୌଣସି କମି ରଖିନଥିଲା । ଏହି ଫିଲ୍ମରେ ମଧ୍ୟ ଏକ ସେ ବିଗ୍ ବିଙ୍କ ଚରିତ୍ରକୁ ସମର୍ଥନ କରିଥିଲେ । ଉଭୟଙ୍କ ଯୋଡିକୁ ସେହି ସମୟରେ ବେଶ୍ ଭଲ ପାଇବା ଓ ସପୋର୍ଟ ମିଳିଥିଲା ।

ହମ୍ ଦିଲ୍ ଦେ ଚୁକେ ସନମ
ଏହି ଚଳଚ୍ଚିତ୍ର ବ୍ୟତୀତ ବିକ୍ରମ ଗୋଖଲେ ସଲମାନ ଖାନଙ୍କ ସୁପରହିଟ ଫିଲ୍ମ 'ହମ୍ ଦିଲ୍ ଦେ ଚୁକେ ସନମ'ରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ପିତା ପଣ୍ଡିତ ଦରବାରଙ୍କ ଭୂମିକାରେ ପ୍ରଶଂସକଙ୍କ ହୃଦୟରେ ଏକ ବିଶେଷ ସ୍ଥାନ ସୃଷ୍ଟି କରିଥିଲେ ।
ଅବ ତକ୍ ଛପ୍ପନ ୨
ନାନା ପାଟେକରଙ୍କ ପ୍ରସିଦ୍ଧ ଚଳଚ୍ଚିତ୍ର'ଅବ ତକ୍ ଛପ୍ପନ ୨'ରେ ବିକ୍ରମ ଗୋଖଲେ ଗୃହମନ୍ତ୍ରୀ ଜନାର୍ଦ୍ଦନ ଜାଗିରଦାରଙ୍କ ଭୂମିକାରେ ବହୁ ପ୍ରଶଂସା ଲାଭ କରିଥିଲେ । ଏହି ଚଳଚ୍ଚିତ୍ରରେ ତାଙ୍କର ଅଭିନୟ ଦର୍ଶକଙ୍କ ଠାରୁ ବହୁତ ଭଲ ପାଇବା ସାଉଁଟିଥିଲା
ତୁମ୍ ବିନ୍
୨୦୦୧ ମସିହାରେ, 'ତୁମ୍ ବିନ୍' ଚଳଚ୍ଚିତ୍ରରେ ବିକ୍ରମ ଗୋଖଲେ ଗିରିଧାରୀ ଶାହାଙ୍କ ଭୂମିକାରେ ଅଭିନୟ କରିଥିଲେ। ସିମେପ୍ରେମୀ ତାଙ୍କ ଅଭିନୟକୁ ବହୁତ ପସନ୍ଦ କରିଥିଲେ ।
ଏହି ସମସ୍ତ ଚଳଚ୍ଚିତ୍ର ସହିତ ବିକ୍ରମ ଗୋଖଲେ ଶେହେରୁ ଅଧିକ ହିନ୍ଦୀ ଏବଂ ମରାଠୀ ଚଳଚ୍ଚିତ୍ରରେ ନିଜର ଅଭିନୟ ଦକ୍ଷତା ପ୍ରଦର୍ଶନ କରିଛନ୍ତି। ଚଳଚ୍ଚିତ୍ର ସହିତ ସେ ଥିଏଟରରେ ମଧ୍ୟ କାମ କରିଛନ୍ତି ।












Click it and Unblock the Notifications