ବିଜୟଙ୍କ ଶେଷ ଫିଲ୍ମ ପରଦାରେ ହେବ ରିଲିଜ
ତାମିଲ ଷ୍ଟାର ବିଜୟ ଥଲାପତି ରାଜନୀତି ଦୁନିଆରେ ପାଦ ଦେବା ପରେ ଏବେ ସିନେମା ଇଣ୍ଡଷ୍ଟ୍ରିରୁ ଅଲବିଦା ନେଇଛନ୍ତି । ସେ ତାଙ୍କ କ୍ୟାରିୟରରେ ପାଖାପାଖି ୩୦ ବର୍ଷ ଯାଏଁ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରିଛନ୍ତି । ତାଙ୍କ ଅଭିନୀତ ସମସ୍ତ ଫିଲ୍ମ ବ୍ଲକବଷ୍ଟର ହେବା ସହ ବକ୍ସ ଅଫିସରେ ଖୁବ ଧମାଲ କରିଛି । ସେ ଯେ ଖାଲି ତାମିଲରେ ନୁହେଁ ପୁରା ଦେଶରେ ନିଜ ଆକ୍ସନ ଓ ଅଭିନୟ ପାଇଁ ଲୋକପ୍ରିୟ ଅଭିନେତା ଭାବେ ପରିଚିତ । ତାଙ୍କ ଲୋକପ୍ରିୟତା ଏତେ ବଢିଗଲାଯେ ପରେ ସେ ଥଲପତି ବିଜୟ ନାମରେ ପରିଚିତ ହୋଇଗଲେ ।

ଗତ କିଛି ମାସ ତଳେ ବିଜୟ ଫିଲ୍ମ ଇଣ୍ଡଷ୍ଟ୍ରିରୁ ସନ୍ୟାସ ନେବା ନେଇ ଘୋଷଣା କରିଥିଲେ। ଆଉ ତାପରେ ନିଜେ ଏକ ସ୍ୱତନ୍ତ୍ର ରାଜନୈତିକ ଦଳ ଟିଭିକେ (TVK) ଦଳର ଘୋଷଣା କରି ଫ୍ୟାନ୍ସଙ୍କୁ ସରପ୍ରାଇଜ ଦେଇଥିଲେ । ଏହା ଜାଣି ବେଶ ଭାବୁକ ହୋଇଯାଇଥିଲେ ଫ୍ୟାନ୍ସ । ଆଉ ଏବେ ବିଜୟ ଶେଷଥର ପାଇଁ ସିନେ ପରଦାରେ ନଜର ଆସିବେ। ଯାହାକୁ ନେଇ ତାଙ୍କ ଫ୍ୟାନ୍ସ ବେଶ ଉତ୍ସାହିତ । କାରଣ ଏହା ପରେ ସେ ସିନେମା ଜଗତକୁ ସବୁଦିନ ପାଇଁ ଅଲବିଦା କହିବାକୁ ଯାଉଛନ୍ତି ।
ଏହା ହେଉଛି ଥଲାପତିଙ୍କ ଶେଷ ଫିଲ୍ମ ଯାହାର ନାଁ ହେଉଛି "ଜନ ନାୟାଗନ" । ଯାହାକି ଖୁବଶୀଘ୍ର ବଡ ପରଦାରେ ରିଲିଜ ହେବାକୁ ପ୍ରସ୍ତୁତ । ଆଉ ବିଜୟଙ୍କ ଶେଷ ଫିଲ୍ମକୁ ଦେଖିବା ପାଇଁ ଫ୍ୟାନ୍ସଙ୍କ ମଧ୍ୟରେ ପ୍ରବଳ ମାତ୍ରାରେ ଉତ୍ସାହ ଆଉ ଉତ୍କଣ୍ଠା ଦେଖିବାକୁ ମିଳିଛି । କାରଣ ସେମାନଙ୍କ ପ୍ରିୟ ସୁପରଷ୍ଟାର ଥଲାପତି ଶେଷଥର ପାଇଁ ଏଥିରେ ଅଭିନୟ କରିବେ । ଆଉ କିଛି ଦିନ ପରେ ସମଗ୍ର ଫିଲ୍ମ ହଲରେ ରିଲିଜ ହେବ "ଜନ ନାୟାଗନ" ।
ଏଥିପାଇଁ ଆଗୁଆ ଟିକେଟ ବୁକିଂ ମଧ୍ୟ ଆରମ୍ଭ ହୋଇଛି । ଏକ ରିପୋର୍ଟ ଅନୁଯାଇ ବେଙ୍ଗାଲୁରର ଅନେକ ହଲରେ ମର୍ଣ୍ଣିଙ୍ଗ ସୋ' ଟିକେଟ ବିକ୍ରି ହୋଇସାରିଛି । ଏହି ସୋ'ର ଟିକେଟ ମୂଲ୍ୟ ୧୮୦୦ ରୁ ୨୦୦୦ ପର୍ଯ୍ୟନ୍ତ ରହିଛି । ଆଉ କିଛି ହଲରେ ୮୦୦ ଟଙ୍କାରେ ମଧ୍ୟ ଟିକେଟ ମିଳୁଛି । ତେବେ ସୂଚନା ଥାଉ କି ବିଜୟଙ୍କ ଫିଲ୍ମ "ଜନ ନାୟାଗନ" ଆସନ୍ତା ଜାନୁଆରୀ ୯ ତାରିଖରେ ସିନେମା ହଲଗୁଡିକରେ ରିଲିଜ ହେବ ।
-
ସୁନାମିରେ ଛାରଖାର୍ ହୋଇଯିବ ଜାପାନ, ଭୟରେ ଥରିଲେଣି ଲୋକେ -
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
ଯୁଦ୍ଧ ବନ୍ଦ ପାଇଁ ଆମେରିକା ଆଗରେ ଏହି ୩ ସର୍ତ୍ତ ରଖିଲା ଇରାନ -
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ଥାନାରେ ଏତଲା -
ଟିଏମସି ପ୍ରତିନିଧିଙ୍କୁ ସମୟ ଦେଲେନି ରାଷ୍ଟ୍ରପତି -
ଆସନ୍ତା ଶିକ୍ଷା ବର୍ଷରୁ ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ଶାରୀରିକ ଶିକ୍ଷା -
ଫାରୁକ୍ ଅବ୍ଦୁଲ୍ଲାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା -
ଆସନ୍ତା ୧୫ରୁ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା! -
ମିଳୁନି ସିଲିଣ୍ଡର ; ଘରେ ଲୁଚାଇ ରଖିଥିଲେ ୫୫ ଗ୍ୟାସ୍ ସିଲିଣ୍ଡର, ଜବତ କଲା ପ୍ରଶାସନ -
ଯୁଦ୍ଧ ପ୍ରଭାବ ; ମହଙ୍ଗା ହେବ ପାଣି, ବଢିଲା ଠିପି ଦର -
କ୍ରସ ଭୋଟିଂ ଭୟ: ବେଙ୍ଗାଳୁରୁ ଗଲେ କଂଗ୍ରେସ ବିଧାୟକ -
ହର୍ମୁଜ ପ୍ରଣାଳୀ ଅତିକ୍ରମ କଲା ୨ ଏଲପିଜି ଗଚ୍ଛିତ ଭାରତୀୟ ଜାହାଜ











Click it and Unblock the Notifications