ସମନ୍ଥା-ବିଜୟ ଦେବରାକୋଣ୍ଡା ଯାଦୁ, ରିଲିଜ୍ ପୂର୍ବରୁ ଫିଲ୍ମ 'Kushi' କଲା ୯୦ କୋଟି ଆୟ
ସମନ୍ଥା-ବିଜୟ ଦେବରାକୋଣ୍ଡା ଯାଦୁ, ରିଲିଜ୍ ପୂର୍ବରୁ ଫିଲ୍ମ 'Kushi' କଲା ୯୦ କୋଟି ଆୟ
ମୁମ୍ବାଇ: ଫିଲ୍ମ 'ଲାଇଗର୍' ଫ୍ଲପ୍ ହେଲେ ଆଶା ଛାଡି ନାହଁନ୍ତି ବିଜୟ ଦେବରାକୋଣ୍ଡା । ଅନେକ ସମାଲୋଚକ ମାନେ ଏହା ମଧ୍ୟ କହିଥିଲେ ଯେ ଏହି ଚଳଚ୍ଚିତ୍ରର ବିଫଳତା ବିଜୟଙ୍କ କ୍ୟାରିୟର ଉପରେ ପ୍ରଭାବ ପକାଇପାରେ ହେଲେ ଏହାକୁ ସମ୍ପୁର୍ଣ୍ଣ ଭୁଲ ପ୍ରମାଣିତ କରିଛନ୍ତି ଅଭିନେତା । କାରଣ ରିଲିଜ୍ ପୂର୍ବରୁ ହିଁ ବିଜୟଙ୍କ ଫିଲ୍ମ କରିଛି ଜବରଦସ୍ତ ଆୟ । ପ୍ରେକ୍ଷାଳୟକୁ ଆସିବା ପୂର୍ବରୁ ହିଁ ଫିଲ୍ମଟି 90 କୋଟି ରୋଜଗାର କରିସାରିଲାଣି ।

ରିଲିଜ୍ ପୂର୍ବରୁ 90 କୋଟି ଆୟ କଲା 'କୁଶି'
ବିଜୟ ଦେବରାକୋଣ୍ଡା ଏବଂ ସମନ୍ଥା ରୁଥ୍ ପ୍ରଭୁଙ୍କ ଫିଲ୍ମ 'କୁଶି'ର କିଛି ଭାଗର ସୁଟିଂ ଏପର୍ଯ୍ୟନ୍ତ ହୋଇନାହିଁ । ଏହି ଫିଲ୍ମଟି ଆସନ୍ତା ବର୍ଷ ରିଲିଜ ହେବ ବୋଲି ସୂଚନା ରହିଛି । ଏହା ତେଲୁଗୁ ଭାଷାରେ ମୁକ୍ତିଲାଭ କରିବ ହେଲେ ଏହି ଚଳଚ୍ଚିତ୍ର ବର୍ତ୍ତମାନ Non theatrical rightsରୁ ପ୍ରାୟ 90 କୋଟି ଟଙ୍କା ରୋଜଗାର କରିସାରିଛି ।
No impact of #Liger is seen in the pre-release business of #VijayDeverakonda - #SamanthaRuthPrabhu 's #Kushi
All Langs Non-Theatricals incl. Hindi have been sold for ₹90 Cr+ already..
Good buzz for this Dir #ShivaNirvana Film from Mythri.
5 Weeks of Shoot remaining.. pic.twitter.com/20ctbhRUbo
— Ramesh Bala (@rameshlaus) November 9, 2022
ବିଜୟ ଦେବରାକୋଣ୍ଡା ଏବଂ ସାମନ୍ତରାୟଙ୍କ ଯାଦୁ
'କୁଶି', ଏକ ରୋମାଣ୍ଟିକ୍ ଡ୍ରାମା ଚଳଚ୍ଚିତ୍ର ବିଜୟ ଦେବରାକୋଣ୍ଡା ଏବଂ ସାମନ୍ଥା ଅନସ୍କ୍ରିନ ରୋମାନ୍ସ, ଦେଖିବା ପାଇଁ ମିଳିବ । ଉଭୟଙ୍କୁ ଏକାଠି ଦେଖିବା ପାଇଁ ଉତ୍ସାହର ସହ ଦର୍ଶକ ଅପେକ୍ଷା କରିଛନ୍ତି । ତେବେ ଏହା ପୂର୍ବରୁ ଏହି ଯୋଡିକୁ ଏକାଠି 'ମହାନତୀ'ରେ ଦେଖିବା ପାଇଁ ମିଳିଥିଲା । ବାଣିଜ୍ୟ ବିଶ୍ଳେଷକ ତ୍ରିନାଥଙ୍କ ଅନୁଯାୟୀ, 'ଲାଇଗର'ର ବିଫଳତା' 'କୁଶି'ର ବ୍ୟବସାୟ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ।












Click it and Unblock the Notifications