ଚର୍ଚ୍ଚାରେ ବିଜୟ-ତମନ୍ନା: ଖୁଲମ ଖୁଲା କଲେ ନିଜ ସମ୍ପର୍କ ବିଷୟରେ ଆଲୋଚନା, ଅଭିନେତା କହିଲେ ଜୀବନରେ ଅଛି ଖୁବ ପ୍ରେମ...

ମୁମ୍ବାଇ:କିଛି ଦିନ ହେବ ଅଭିନେତ୍ରୀ ତମନ୍ନା ଭାଟିଆ ଏବଂ ବିଜୟ ଭର୍ମା ଡେଟିଂ ଖବରକୁ ନେଇ ଚର୍ଚ୍ଚା ଜୋର ଧରିଛି । ଉଭୟଙ୍କୁ ଅନେକ ସମୟରେ ଏକାଠି ମଧ୍ୟ ଦେଖିବା ପାଇଁ ମିଳିଥାଏ । ନିକଟରେ ଅଭିନେତ୍ରୀ ନିଜ ସମ୍ପର୍କକୁ ନେଇ ଖୁଲମଖୁଲା ଆଲୋଚନା କରିଛନ୍ତି ଏହା ପରେ ଅଭିନେତା ବିଜୟ ଭର୍ମା ମଧ୍ୟ ଅଭିନେତ୍ରୀଙ୍କ ସହ ନିଜ ସମ୍ପର୍କକୁ ନେଇ ନିରବତା ଭାଙ୍ଗିଛନ୍ତି । ନିକଟରେ ଏକ ସାକ୍ଷାତକାରରେ ବିଜୟ କହିଛନ୍ତି ଯେ, ବର୍ତ୍ତମାନ ତାଙ୍କ ଜୀବନରେ ବହୁତ ପ୍ରେମ ଅଛି ।

ମୋ ଜୀବନରେ ବହୁତ ପ୍ରେମ ଅଛି - ବିଜୟ ଭର୍ମା
ତମନ୍ନା ଭାଟିଆଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ ୟୁଟ୍ୟୁବ୍ ଚ୍ୟାନେଲକୁ ଦେଇଥିବା ଏକ ସାକ୍ଷାତକାରରେ ବିଜୟ ଭର୍ମା କହିଛନ୍ତି, 'ଠିକ୍ ସମୟ ଆସିଲେ ମୁଁ ଏହା ବିଷୟରେ କହିବି । ହେଲେ ବର୍ତ୍ତମାନ କେବଳ ଏତିକି କହିବି ଯେ, ବର୍ତ୍ତମାନ ମୋ ଜୀବନରେ ବହୁତ ପ୍ରେମ ଅଛି, ମୁଁ ଖୁବ ଖୁସି ଅଛି ...। ଏହା ଛଡା ତାଙ୍କୁ ପଚରାଯାଇଥିଲା ଯେ, ସେ ନିଜ ବ୍ୟକ୍ତିଗତ ଜୀବନ ବିଷୟରେ କଥା କାହିଁକି ହେବା ପାଇଁ ଚାହୁଁ ନାହାଁନ୍ତି ଯାହାର ଉତ୍ତରରେ ସେ କହିଛନ୍ତି, ମୁଁ ଚାହେଁ ନାହିଁ ମୋ ବ୍ୟକ୍ତିଗତ ଜୀବନ ବିଷୟରେ କେହି ଆଲୋଚନା କରନ୍ତୁ ।

Tamannaah Bhatia

ତମନ୍ନାଙ୍କୁ ନେଇ ଏପରି ଉତ୍ତର ଦେଲେ ବିଜୟ
ଇନଷ୍ଟାଗ୍ରାମରେ ଜଣେ ପ୍ରଶଂସକ ଅଭିନେତାଙ୍କୁ ପଚାରିଥିଲେ ଯେ ସେ ଟମାଟୋ ପସନ୍ଦ କରନ୍ତି କି ? ଏହାର ଉତ୍ତରରେ ଅଭିନେତା ଟମାଟୋ ଇମୋଜି ସହିତ ଲେଖିଥିଲେ, 'ମୋର ପ୍ରିୟ'... ତେବେ ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ ବିଜୟ ସ୍ନେହରେ ତମନାଙ୍କୁ ଟମାଟୋ ବୋଲି ଡାକନ୍ତି । ତେବେ ଏହା ସ୍ପଷ୍ଟ ହେଉଛି ଯେ, ବିଜୟଙ୍କ ମନରେ ତମନ୍ନାଙ୍କ ପାଇଁ ରହିଛି କିଛି ଫିଲିଙ୍ଗସ୍ ।

ସୂଚନାଥାଉ ଯେ, ଗୋଆରେ ନୂଆ ବର୍ଷ ପାର୍ଟିରେ ପ୍ରଥମ ଥର ଉଭୟଙ୍କୁ ଏକାଠି ଦେଖିବା ମିଳିଥିଲା । ଉଭୟଙ୍କ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା । ବର୍ତ୍ତମାନ ବିଜୟ-ତମନ୍ନାଙ୍କ ଲଭ୍ ଷ୍ଚୋରୀ ହେଡଲାଇନରେ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+