୨୦ ବର୍ଷ ପରେ ଏହି ସିନେମା ଭାଙ୍ଗିଲା ଫିଲ୍ମ 'ଶୋଲେ' ରେକର୍ଡ
Vijay Thalapathy Film Broke Sholay Record: ୨୦୦୪ରେ ସାଉଥ୍ ସୁପରଷ୍ଟାର ବିଜୟ ଥଲାପଥିଙ୍କ ଫିଲ୍ମ 'Ghilli' ରିଲିଜ୍ ହୋଇଥିଲା । ଯାହା ବର୍ତ୍ତମାନ ୨୦ ବର୍ଷ ପରେ ପୁଣି ସିନେମା ହଲରେ ମୁକ୍ତିଲାଭ କରିବା ପାଇଁ ଯାଉଛି । ଏହି ଚଳଚ୍ଚିତ୍ରଟି ଦର୍ଶକଙ୍କ ଠାରୁ ବହୁତ ଭଲ ପ୍ରତିକ୍ରିୟା ସାଉଁଟୁଛି ଏବଂ ଘରୋଇ ବକ୍ସ ଅଫିସରେ ଏହା ଖୁବ୍ ଭଲ ଆୟ ମଧ୍ୟ କରୁଛି । ରି-ରିଲିଜ୍ ଆୟରେ ଏହି ଫିଲ୍ମ 'ଶୋଲେ' ଏବଂ 'ଟାଇଟାନିକ୍' ଭଳି ଚଳଚ୍ଚିତ୍ରର ବକ୍ସ ଅଫିସ୍ ରେକର୍ଡ ଭାଙ୍ଗୁଥିବାର ଦେଖିବାକୁ ମିଳୁଛି ।
'ଘିଲି' 2003 ତେଲୁଗୁ ହିଟ୍ 'ଓକ୍କାଡ୍ଡୁ'ର ରିମେକ୍ ଫିଲ୍ମ ଅଟେ । ୨୦ ଏପ୍ରିଲ୍ ୨୦୨୪ରେ 'Ghilli'ଇଣ୍ତଷ୍ଟ୍ରିରେ ୨୦ ବର୍ଷ ପୂରଣ କରିବା ଅବସରରେ ନିର୍ମାତାମାନେ ତାମିଲନାଡୁର ସିଲେକ୍ଟ ପ୍ରେକ୍ଷାଳୟରେ ଏବଂ ଅନ୍ୟାନ୍ୟ ସ୍ଥାନରେ ଏହାକୁ ପୁଣି ମୁକ୍ତିଲାଭ କରିବାର ନିଷ୍ପତ୍ତି ନେଇଥିଲେ । ରିଲିଜ୍ ପରେ ଏହି ଫିଲ୍ମଟି ଦର୍ଶକଙ୍କଠୁ ଭଲ ପ୍ରତିକ୍ରିୟା ସାଉଁଟୁଛି । SACNILC ର ରିପୋର୍ଟ ଅନୁଯାୟୀ, ଏହି ଫିଲ୍ମ ରିଲିଜର ୯ ଦିନରେ ପ୍ରାୟ ୨୦ କୋଟି ଟଙ୍କାର ବ୍ୟବସାୟ କରିବାରେ ସଫଳ ହୋଇଥିଲା ।

ପୁନର୍ବାର ରିଲିଜ୍ ଆୟରେ 'Ghilli' 'ଶୋଲେ' ଏବଂ 'ଟାଇଟାନିକ୍' ପରି ଫିଲ୍ମର ରେକର୍ଡ ବ୍ରେକ୍ କରିଛି । ଏହାପୂର୍ବରୁ ୨୦୧୩ରେ 'ଶୋଲେ' ପୁଣି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ଯାହା 13 କୋଟି ଟଙ୍କା ବ୍ୟବସାୟ କରିଥିଲା। ଏହା ରି-ରିଲିଜରେ ସର୍ବାଧିକ ଆୟ କରିଥିବା ଭାରତୀୟ ଚଳଚ୍ଚିତ୍ର ଲିଷ୍ଟରେ ସାମିଲ ହୋଇଥିଲା । ଏହା ବ୍ୟତୀତ 'ଟାଇଟାନିକ୍' ରି-ରିଲିଜରେ ୧୮.୫ କୋଟି ଟଙ୍କା ଆୟ କରିଥିବା ନେଇ ରେକର୍ଡ କରାଯାଇଥିଲା ।
ଘରୋଇ ବକ୍ସ ଅଫିସରେ ପ୍ରାୟ ୨୦ କୋଟି ଟଙ୍କା ସଂଗ୍ରହ କରି 'Ghilli' ୨୦୨୪ ବର୍ଷର ଚତୁର୍ଥ ସର୍ବାଧିକ ଆୟ କରିଥିବା ତାମିଲ ଚଳଚ୍ଚିତ୍ର ହୋଇପାରିଛି। ଏହାପୂର୍ବରୁ 'ଆୟାଲାନ୍', 'କ୍ୟାପଟେନ୍ ମିଲର୍' ଏବଂ 'ଲାଲ ସଲାମ୍' ଶୀର୍ଷରେ ରହିଥିଲେ। ସେହିପରି ଏହି ଫିଲ୍ମ worldwideରେ ୪୦ କୋଟି ଟଙ୍କା ରୋଜଗାର କରିବାରେ ସଫଳ ହୋଇଛି । 'ଘିଲି'ରେ ବିଜୟ ଥାଲାପାଥିଙ୍କ ସହ ତ୍ରିଶା କୃଷ୍ଣନ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳୁଛନ୍ତି ।












Click it and Unblock the Notifications