ଫିଲ୍ମ ହେଲା ଫ୍ଲପ୍ , ଅଭିନେତା ଫେରାଇଲେ ଟଙ୍କା

ଫିଲ୍ମ ହେଲା ଫ୍ଲପ୍ , ଅଭିନେତା ଫେରାଇଲେ ଟଙ୍କା ,ହିନ୍ଦୀ ଭର୍ସନର ପ୍ରଥମ ସପ୍ତାହର ଆୟ ମାତ୍ର ୧୮ କୋଟି ରହିଥିଲା ।

ମୁମ୍ବାଇ: ତେଲଗୁ ଇଣ୍ତଷ୍ଟ୍ରିର ସୁପରଷ୍ଟାର ବିଜୟ ଦେବରାକୋଣ୍ତା । ଫିଲ୍ମ ଲାଇଗର ଜରିଆରେ ବଲିଉଡରେ ଦେଇଥିଲେ ପାଦ । ଫିଲ୍ମଙ୍କୁ ଦର୍ଶକଙ୍କ ପାଖରେ ପହଁଚାଇବା ପାଇଁ ଦିନ ରାତି ଏକ କରି ସାରା ଦେଶରେ ଫିଲ୍ମକୁ ପ୍ରମୋଟ୍ କରିଥିଲେ । ହେଲେ ଶେଷରେ ଫ୍ଲପ୍ ଲିଷ୍ଟରେ ସାମିଲ୍ ହୋଇଛି ଏହି ଫିଲ୍ମ । ଏହା ଏକ ବିଗ୍ ବଜେଟ୍ ଫିଲ୍ମ । ଏହି ଫିଲ୍ମଟି ତେଲୁଗୁ ଓ ହିନ୍ଦୀ ଭାଷାରେ ରିଲିଜ୍ କରାଯାଇଥିଲା । ତେଲୁଗୁ ଭର୍ସନର ଆୟ ଠିକ୍ ଥିଲା ବେଳେ ହିନ୍ଦୀ ଭର୍ସନକୁ ଦେଖିବା ପାଇଁ ପସନ୍ଦ କରି ନଥିଲେ ଦର୍ଶକ । ହିନ୍ଦୀ ଭର୍ସନର ପ୍ରଥମ ସପ୍ତାହର ଆୟ ମାତ୍ର ୧୮ କୋଟି ରହିଥିଲା ।

vijay deverakonda.ent

ଯେଉଁଥି ପାଇଁ ଫିଲ୍ମ କଳାକାରଙ୍କ ସହ ନିର୍ମାତାଙ୍କୁ ମଧ୍ୟ ଝଟକା ଲାଗିଛି । ଏବେ ଏହି ଫିଲ୍ମଟି ଫ୍ଲପ୍ ହେବା ପରେ ବିଜୟ ଏକ ବଡ଼ ପଦକ୍ଷପ ନେଇଛନ୍ତି । ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା । ସୂଚନା ଅନୁସାରେ ବିଜୟ ଦେବରାକୋଣ୍ତା ଏବେ କ୍ଷତି ପୂରଣ ଭରିବେ । ଫିଲ୍ମ 'ଲାଇଗର୍'ର ବଜେଟ୍ ୧୦୦ କୋଟି ଥିବା ବେଳେ ଫିଲ୍ମଟି ବର୍ତ୍ତମାନ ପର୍ଯ୍ୟନ୍ତ ମାତ୍ର ୬୬.୮୯ କୋଟି ଆୟ କରିଛି । ଯେଉଁଥି ପାଇଁ ଏବେ ଫିଲ୍ମଟି ଫ୍ଲପ୍ ଲିଷ୍ଟରେ ସାମିଲ୍ ହୋଇଛି । ଏପରିସ୍ଥିତିରେ ବିଜୟ ଏବେ ଫିଲ୍ମର ବିଫଳକାକୁ ନଜରରେ ରଖି ନିର୍ମାତାଙ୍କୁ ୬ କୋଟି ଫେରସ୍ତ କରିଛନ୍ତି । ଏବ ସୋସିଆଲ ମିଡିଆରେ ବିଜୟଙ୍କୁ ବେଶ୍ ପ୍ରଶଂସା କରାଯାଉଛି ।

ତେବେ ଫିଲ୍ମ 'ଲାଇଗର'ରେ ବିଜୟଙ୍କ ସହ ପ୍ରଥମ ଥର ସ୍କ୍ରିନ ସେୟାର କରିଥିଲେ ଅନନ୍ୟା ପାଣ୍ତେ । ଚଳଚ୍ଚିତ୍ରରେ ରାମିଆ କୃଷ୍ଣନ୍ ମଧ୍ୟ ନଜର ଆସିଥିଲେ ତାଙ୍କ ଅଭିନୟକୁ ଖୁବ୍ ପସନ୍ଦ ମଧ୍ୟ କରିଥିଲେ ଦର୍ଶକ । ସେହିପରି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସୁଛନ୍ତି ରୋନିତ୍ ରୟ । ରିପୋର୍ଟ ଅନୁସାରେ ବିଜୟ ଦେବାରାକୋଣ୍ତା ପୁରୀ ଜଗନ୍ନାଥ ଆସନ୍ତା ଫିଲ୍ମ 'ଜନ ଗଣ ମନ'ରେ ନଜର ଆସିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+