ଆମିର ଖାନଙ୍କ ସପୋର୍ଟରେ ବାହାରିଲେ ବିଜୟ ଦେବରକୋଣ୍ଡା

Laal Singh Chadda: Vijay Deverakonda On Boycott Laal Singh Chadda Trendଆମିର ଖାନଙ୍କ ସପୋର୍ଟରେ ବାହାରିଲେ ବିଜୟ ଦେବରକୋଣ୍ଡା

ମୁମ୍ବାଇ: ବଲିଉଡରେ ଏବେ ବୟକଟ୍ ଡ୍ରେଣ୍ତ୍ ଚାଲିଛି । ପ୍ରତ୍ୟକ ଫିଲ୍ମକୁ ଦର୍ଶକ ଟାର୍ଗେଟ୍ କରିବା ଆରମ୍ଭ କରିଛନ୍ତି । ତେବେ ବିଟାଉନର ବଡ଼ ବଡ଼ କଳାକାର ଏବେ ଟ୍ରୋଲର ଶିକାର ହେଉଛନ୍ତି । ଯାହାର ପ୍ରଭାବ ତାଙ୍କ ଫିଲ୍ମ ଉପରେ ପଡୁଛି । ତେବେ ଆପଣ ଜାଣି ଥିବେ ସୋସିଆଲ ମିଡିଆରେ ପ୍ରଥମେ ଆମିରଙ୍କ ଫିଲ୍ମ 'ଲାଲ୍ ସିଂ ଚଢା'କୁ ଟ୍ରୋଲ୍ କରିବା ଆରମ୍ଭ କରାଯାଇଥିଲା ଯାହାର ପ୍ରଭାବ ଫିଲ୍ମର ବକ୍ସଅଫିସର ଆୟ ଉପରେ ପଡିଥିଲା । ଆମିରଙ୍କର ଅନ୍ୟ ଫିଲ୍ମ ଆୟ ତୁଳନାରେ 'ଲାଲ୍ ସିଂ ଚଢା'ର ଆୟ ଖୁବ କମ୍ ରହିଥିଲା ।

vijay deverakonda

ହେଲେ ଅନେକ କଳାକାର ଆମିରଙ୍କ ସପୋର୍ଟରେ ବାହାରିଥିଲେ । ଦର୍ଶକଙ୍କୁ ଫିଲ୍ମ ଦେଖିବା ପାଇଁ ମଧ୍ୟ ଅନେକ ସେଲିବ୍ରିଟି ଏପରିକି ଆମିର ଖାନ ନିଜେ ମଧ୍ୟ ଅନୁରୋଧ କରିଥିଲେ । ଏବେ 'ଲାଇଗର'ର ଅଭିନେତା ସାଉଥ ସୁପରଷ୍ଟାର ବିଜୟ ଦେବରକୋଣ୍ଡା ଟ୍ରୋଲର୍ସଙ୍କୁ ବୁଝାଇବା ପାଇଁ ଚେଷ୍ଟା କରିଛନ୍ତି । ଭିନ୍ନ ଏକ ଶୈଳିରେ ସେ ନିଜ ମତ ରଖିଛନ୍ତି । 'ଲାଲ ସିଂ ଚଢା' ବୟକଟକୁ ନେଇ ବିଜୟ କହିଛନ୍ତି, କେବଳ ଗୋଟିଏ ଫିଲ୍ମ ସେଟକୁ ନେଇ ଚିନ୍ତା କରନ୍ତୁ, ସେଥିରେ ଅଭିନେତା, ନିର୍ଦ୍ଦେଶକ ଏବଂ ଅଭିନେତ୍ରୀମାନଙ୍କ ଛଡ଼ା ଆହୁରି ୨୦୦-୩୦୦ କଳାକାର ମଧ୍ୟ କାମ କରୁଛନ୍ତି' ,ଗୋଟିଏ ଫିଲ୍ମରେ ଅନେକ ଲୋକଙ୍କ ପରିଶ୍ରମ ଲାଗିଥାଏ ଓ ଫିଲ୍ମର ସଫଳତା ଅନେକ ଲୋକଙ୍କୁ ରୋଜଗାର ମଧ୍ୟ ଦେଇଥାଏ । 'ଲାଲ ସିଂ ଚଢା' ବୟକଟ୍ କରିବା ଦ୍ୱାରା କେବଳ ଆମିର ଖାନ ହିଁ ନୁହଁନ୍ତି ତାଙ୍କ ସହ ହଜାର ହଜାର ପରିବାର ମଧ୍ୟ ପ୍ରଭାବିତ ହୋଇଛନ୍ତି । ଯାହା ପରେ ଅନେକ ଲୋକ ଜୀବିକା ହରାଉଛନ୍ତି । ଏହା ସହ ବିଜୟ ଆମିରଙ୍କୁ ସପୋର୍ଟ କରି କହିଛନ୍ତି ଯେ ଆମିର ଏପରି ଜଣେ ଅଭିନେତା ଯିଏ ବର୍ଷ ବର୍ଷ ହେବ ଦର୍ଶକଙ୍କୁ ନିଜ ଅଭିନୟରେ ଆକୃଷ୍ଟ କରନ୍ତି ତାଙ୍କ ପାଇଁ ସିନେମା ହଲରେ ଭିଡ଼ ବଢିଥାଏ ମୋତେ ବିଶ୍ୱାସ ହେଉ ନାହିଁ ତାଙ୍କ ଫିଲ୍ମକୁ ବୟକଟ୍ କରାଯାଉଛି ।

2

ସେପଟେ ବିଜୟ ନିଜ ଆସନ୍ତା ଫିଲ୍ମ 'ଲାଇଗର୍' ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମଟି ଅଗଷ୍ଟ ୨୫ରେ ବଡ଼ ପରଦାରେ ରିଲିଜ୍ ହେବା ପାଇଁ ଯାଉଛି । ବିଜୟ ଦେବରକୋଣ୍ଡା 'ଲାଇଗର୍' ଜରିଆରେ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଏହି ଫିଲ୍ମରେ ବିଜୟଙ୍କ ବିପକ୍ଷରେ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ନଜର ଆସିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+