ରଶ୍ମିକା-ବିଜୟଙ୍କ ବିବାହ ! ଭାଇରାଲ ହେଲା ଫଟୋ
ରଶ୍ମିକା-ବିଜୟଙ୍କ ବିବାହ ! ଭାଇରାଲ ହେଲା ଫଟୋ
ମୁମ୍ବାଇ: ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରାକୋଣ୍ଡା ପୁରା ଦେଶର ସିନେମା ଇଣ୍ତଷ୍ଟ୍ରିରେ ରାଜ କରନ୍ତି । ଦକ୍ଷିଣ ଚଳଚ୍ଚିତ୍ର ଠାରୁ ଆରମ୍ଭ କରି ବଲିଉଡ ପର୍ଯ୍ୟନ୍ତ ବେଶ୍ ଚର୍ଚ୍ଚାରେ ରହିଥାନ୍ତି ଏହି ଷ୍ଟାର୍ । ଉଭୟ ନିକଟରେ ବଲିଉଡରେ ଡେବ୍ୟୁ କରିଥିଲେ । ସେ ଅନସ୍କ୍ରିନ୍ ହେଉ ବା ଅଫସ୍କ୍ରିନ୍ ରଶ୍ମିକା - ବିଜୟଙ୍କୁ ଏକାଠି ଦେଖିବା ପାଇଁ ପସନ୍ଦ କରନ୍ତି ଲୋକେ । ବିଜୟ ଏବଂ ରଶ୍ମିକାଙ୍କ ଡେଟିଂ ଖବରକୁ ନେଇ ମଧ୍ୟ ଚର୍ଚ୍ଚା ଜୋରଧରିଥିଲା । ଏହାରି ମଧ୍ୟରେ ଦୁଇ ଷ୍ଟାରଙ୍କର ଏକ ଫଟୋ ବେଶ୍ ଭାଇରାଲ ହେଉଛି ଯେଉଁଥିରେ ଉଭୟକୁ ବର-କନ୍ୟା ରୂପରେ ଦେଖିବା ପାଇଁ ମିଳୁଛି ।

ଏହି ଫଟୋରେ ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରାକୋଣ୍ଡାଙ୍କୁ ବର ଏବଂ କନ୍ୟା ପୋଷାକରେ ଏକାଠି ଦେଖିବା ପାଇଁ ମିଳୁଛି । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯାହା ପରେ ପ୍ରଶଂସକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ଦୁଇ ଷ୍ଟାର ସତରେ ବିବାହ କରିଛନ୍ତି ନା ଏହା କେବେଳ ଏକ ଏଡିଟେଡ୍ ଫଟୋ ବୋଲି ଅନେକ ପ୍ରଶ୍ନ କରିବା ଆରମ୍ଭ କରିଦେଇଛନ୍ତି । ବାସ୍ତବରେ ଏହା ଏଡିଟେଡ୍ ଫୋଟ । ଜଣେ ପ୍ରଶଂସକ ଏହି ଫଟୋକୁ ଏଡିଟ୍ କରି ଏକ ଫ୍ୟାନ ପେଜରେ ପୋଷ୍ଟ କରିଛନ୍ତି । ଯାହା ଏବେ ଭାଇରାଲ ହେବା ସହ ଚହଳ ସୃଷ୍ଟି କରିଛି ।












Click it and Unblock the Notifications