For Quick Alerts
Turn On Notification  
For Daily Alerts
Oneindia App Download

ଅଡୁଆରେ ବିଜୟ ଦେବରାକୋଣ୍ତା, ୧୨ ଘଣ୍ଟା କାଳ ଜେରା କଲା ଇଡି

ଅଡୁଆରେ ବିଜୟ ଦେବରାକୋଣ୍ତା, ୧୨ ଘଣ୍ଟା କାଳ ଜେରା କଲା ଇଡି

|

ହାଇଦ୍ରାବାଦ: ଅଡୁଆରେ ସାଉଥ୍ ସୁପରଷ୍ଟାର ବିଜୟ ଦେବରାକୋଣ୍ତା । ଫିଲ୍ମ 'ଲାଇଗର'କୁ ନେଇ ଚିନ୍ତାରେ ଅଭିନେତା । ସମନ ପରେ ପ୍ରାୟ ୧୨ ଘଣ୍ଟା ଇଡି ବିଜୟଙ୍କୁ ପଚରାଉଚରା କରିଛି । ସୂଚନା ଅନୁସାରେ, ଫିଲ୍ମ 'ଲାଇଗର' ମନି ଲଣ୍ଡରିଂ ମାମଲାରେ ସକାଳ ୮ଟାରୁ ପ୍ରାୟ ରାତି ୯ଟା ୩୦ ପର୍ଯ୍ୟନ୍ତ ତାଙ୍କୁ ଜେରା କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

ଇଡି ଫିଲ୍ମର ନିର୍ଦ୍ଦେଶକଙ୍କୁ ପ୍ରଶ୍ନ କରିଛି
ସୂଚନା ଅନୁସାରେ, ଗତ କିଛି ମାସ ଧରି 'ଲାଇଗର୍' ଚଳଚ୍ଚିତ୍ରର ନିବେଶକଙ୍କ ମଧ୍ୟରେ ଫଣ୍ତଙ୍କୁ ନେଇ ଅନେକ ପ୍ରକାର ଦ୍ୱନ୍ଦ ଦେଖିବା ପାଇଁ ମିଳୁଛି । ନଭେମ୍ବର ୧୭ରେ ଇଡି ଏହାର ନିର୍ଦ୍ଦେଶକ ପୁରୀ ଜଗନ୍ନାଥ ଏବଂ ତାଙ୍କ ବ୍ୟବସାୟିକ ସହଯୋଗୀ ଚାର୍ମି କୌରଙ୍କୁ ମଧ୍ୟ ପ୍ରାୟ ୧୨ ଘଣ୍ଟା ଧରି ପଚରାଉଚରା କରିଥିଲା ।

Vijay Devarakonda

ଫ୍ଲପ୍ ଫିଲ୍ମ 'ଲାଇଗର' ଏକ ସ୍ପୋର୍ଟସ୍, ଡ୍ରାମା, ପ୍ରେମ ଏବଂ ଆକ୍ସନ ଫିଲ୍ମ । ଯାହର ବଜେଟ୍ ପ୍ରାୟ ୧୨୫ କୋଟିରୁ ଅଧିକ । ଏହି ଚଳଚ୍ଚିତ୍ରରେ ମାଇକ୍ ଟାଇସନଙ୍କୁ ମଧ୍ୟ ଦେଖିବା ପାଇଁ ମିଳିଥିଲା । ଜବରଦସ୍ତ ଷ୍ଟାର କାଷ୍ଟ ସତ୍ୱେ ଫିଲ୍ମଟି ବକ୍ସଅଫିସରେ କିଛି ଖାସ୍ ବ୍ୟବସାୟ କରି ପାରି ନଥିଲା ଏପରକି ମୂଳ ବଜେଟକୁ ମଧ୍ୟ ଛୁଇଁ ପାରି ନଥିଲା । ଏହା ଏକ ପ୍ୟାନ୍ ଇଣ୍ଡିଆ ଚଳଚ୍ଚିତ୍ର ହେବା ସତ୍ୱେ ଫ୍ଲପ୍ ହୋଇଥିଲା । ବହୁଭାଷୀ ଚଳଚ୍ଚିତ୍ର 'ଲାଇଗର୍' ସଂପର୍କରେ ଇଡି ଅଭିଯୋଗ ହୋଇଥିବା ଦେୟ ଏବଂ ପାଣ୍ଠିର ଅନୁସନ୍ଧାନ କରୁଛି । ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବିଜୟ ଦେବରାକୋଣ୍ଡାଙ୍କୁ ଫିଲ୍ମର ଅର୍ଥର ଉତ୍ସ, ତାଙ୍କୁ ଦିଆଯାଇଥିବା ଦେୟ ଏବଂ ଆମେରିକୀୟ ବକ୍ସର ମାଇକ ଟାଇସନ୍ ସମେତ ଅନ୍ୟ କଳାକାରମାନଙ୍କୁ ଦିଆଯାଇଥିବା ଅର୍ଥ ବିଷୟରେ ମଧ୍ୟ ପଚରାଉଚରା କରାଯାଇଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Vijay Devarakonda Appeared Before ED In Money Laundering Case, ED interrogated for 12 hours
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X