ଅଡୁଆରେ ବିଜୟ ଦେବରାକୋଣ୍ତା, ୧୨ ଘଣ୍ଟା କାଳ ଜେରା କଲା ଇଡି
ଅଡୁଆରେ ବିଜୟ ଦେବରାକୋଣ୍ତା, ୧୨ ଘଣ୍ଟା କାଳ ଜେରା କଲା ଇଡି
ହାଇଦ୍ରାବାଦ: ଅଡୁଆରେ ସାଉଥ୍ ସୁପରଷ୍ଟାର ବିଜୟ ଦେବରାକୋଣ୍ତା । ଫିଲ୍ମ 'ଲାଇଗର'କୁ ନେଇ ଚିନ୍ତାରେ ଅଭିନେତା । ସମନ ପରେ ପ୍ରାୟ ୧୨ ଘଣ୍ଟା ଇଡି ବିଜୟଙ୍କୁ ପଚରାଉଚରା କରିଛି । ସୂଚନା ଅନୁସାରେ, ଫିଲ୍ମ 'ଲାଇଗର' ମନି ଲଣ୍ଡରିଂ ମାମଲାରେ ସକାଳ ୮ଟାରୁ ପ୍ରାୟ ରାତି ୯ଟା ୩୦ ପର୍ଯ୍ୟନ୍ତ ତାଙ୍କୁ ଜେରା କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।
ଇଡି ଫିଲ୍ମର ନିର୍ଦ୍ଦେଶକଙ୍କୁ ପ୍ରଶ୍ନ କରିଛି
ସୂଚନା ଅନୁସାରେ, ଗତ କିଛି ମାସ ଧରି 'ଲାଇଗର୍' ଚଳଚ୍ଚିତ୍ରର ନିବେଶକଙ୍କ ମଧ୍ୟରେ ଫଣ୍ତଙ୍କୁ ନେଇ ଅନେକ ପ୍ରକାର ଦ୍ୱନ୍ଦ ଦେଖିବା ପାଇଁ ମିଳୁଛି । ନଭେମ୍ବର ୧୭ରେ ଇଡି ଏହାର ନିର୍ଦ୍ଦେଶକ ପୁରୀ ଜଗନ୍ନାଥ ଏବଂ ତାଙ୍କ ବ୍ୟବସାୟିକ ସହଯୋଗୀ ଚାର୍ମି କୌରଙ୍କୁ ମଧ୍ୟ ପ୍ରାୟ ୧୨ ଘଣ୍ଟା ଧରି ପଚରାଉଚରା କରିଥିଲା ।

ଫ୍ଲପ୍ ଫିଲ୍ମ 'ଲାଇଗର' ଏକ ସ୍ପୋର୍ଟସ୍, ଡ୍ରାମା, ପ୍ରେମ ଏବଂ ଆକ୍ସନ ଫିଲ୍ମ । ଯାହର ବଜେଟ୍ ପ୍ରାୟ ୧୨୫ କୋଟିରୁ ଅଧିକ । ଏହି ଚଳଚ୍ଚିତ୍ରରେ ମାଇକ୍ ଟାଇସନଙ୍କୁ ମଧ୍ୟ ଦେଖିବା ପାଇଁ ମିଳିଥିଲା । ଜବରଦସ୍ତ ଷ୍ଟାର କାଷ୍ଟ ସତ୍ୱେ ଫିଲ୍ମଟି ବକ୍ସଅଫିସରେ କିଛି ଖାସ୍ ବ୍ୟବସାୟ କରି ପାରି ନଥିଲା ଏପରକି ମୂଳ ବଜେଟକୁ ମଧ୍ୟ ଛୁଇଁ ପାରି ନଥିଲା । ଏହା ଏକ ପ୍ୟାନ୍ ଇଣ୍ଡିଆ ଚଳଚ୍ଚିତ୍ର ହେବା ସତ୍ୱେ ଫ୍ଲପ୍ ହୋଇଥିଲା । ବହୁଭାଷୀ ଚଳଚ୍ଚିତ୍ର 'ଲାଇଗର୍' ସଂପର୍କରେ ଇଡି ଅଭିଯୋଗ ହୋଇଥିବା ଦେୟ ଏବଂ ପାଣ୍ଠିର ଅନୁସନ୍ଧାନ କରୁଛି । ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବିଜୟ ଦେବରାକୋଣ୍ଡାଙ୍କୁ ଫିଲ୍ମର ଅର୍ଥର ଉତ୍ସ, ତାଙ୍କୁ ଦିଆଯାଇଥିବା ଦେୟ ଏବଂ ଆମେରିକୀୟ ବକ୍ସର ମାଇକ ଟାଇସନ୍ ସମେତ ଅନ୍ୟ କଳାକାରମାନଙ୍କୁ ଦିଆଯାଇଥିବା ଅର୍ଥ ବିଷୟରେ ମଧ୍ୟ ପଚରାଉଚରା କରାଯାଇଛି ।
-
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ












Click it and Unblock the Notifications