ED'ରେ ହାଜର ହେଲେ ବିଜୟ ଦେବରାକୋଣ୍ଡା, 'ଲାଇଗର' ମନି ଲଣ୍ଡରିଂ ମାମଲାରେ ହେଲା ପଚରାଉଚରା
ED'ରେ ହାଜର ହେଲେ ବିଜୟ ଦେବରାକୋଣ୍ଡା, 'ଲାଇଗର' ମନି ଲଣ୍ଡରିଂ ମାମଲାରେ ହେଲା ପଚରାଉଚରା
ମୁମ୍ବାଇ: ହାଇଦ୍ରାବାଦ୍ ଇଡି ଅଫିସରେ ବିଜୟ ଦେବରାକୋଣ୍ଡା । ବୁଧବାର ହାଇଦ୍ରାବାଦରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ (ଇଡି) ହାଜର ହୋଇଛନ୍ତି ଅଭିନେତା । ତାଙ୍କର ଶେଷ ଫିଲ୍ମ 'ଲାଇଗର୍' ପାଇଁ ପାଣ୍ଠି ଯୋଗାଣ ସହ ଜଡିତ FEMA ( ବୈଦେଶିକ ବିନିମୟ ପରିଚାଳନା ଅଧିନିୟମ) ଅନୁସନ୍ଧାନ ପାଇଁ ସାଉଥ୍ ଅଭିନେତାଙ୍କୁ ଇଡିରେ ହାଜର ହେବା ପାଇଁ ପଡିଛି ।

ବହୁଭାଷୀ ଚଳଚ୍ଚିତ୍ର 'ଲାଇଗର୍' ସଂପର୍କରେ ଇଡି, ଅଭିଯୋଗ ହୋଇଥିବା ଦେୟ ଏବଂ ପାଣ୍ଠିର ଅନୁସନ୍ଧାନ କରୁଛି । ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବିଜୟ ଦେବରାକୋଣ୍ଡାଙ୍କୁ ଫିଲ୍ମର ଅର୍ଥର ଉତ୍ସ, ତାଙ୍କୁ ଦିଆଯାଇଥିବା ଦେୟ ଏବଂ ଆମେରିକୀୟ ବକ୍ସର ମାଇକ ଟାଇସନଙ୍କ ସମେତ ଅନ୍ୟ କଳାକାରମାନଙ୍କୁ ଦିଆଯାଇଥିବା ଅର୍ଥ ବିଷୟରେ ମଧ୍ୟ ପଚରାଉଚରା କରାଯାଉଛି ।
ଇଡି ଫିଲ୍ମର ନିର୍ଦ୍ଦେଶକଙ୍କୁ ପ୍ରଶ୍ନ କରିଛି
ସୂଚନା ଅନୁସାରେ, ଗତ ଗତ କିଛି ମାସ ଧରି 'ଲାଇଗର୍' ଚଳଚ୍ଚିତ୍ରର ନିବେଶକଙ୍କ ମଧ୍ୟରେ ଫଣ୍ତଙ୍କୁ ନେଇ ଅନେକ ପ୍ରକାର ଦ୍ୱନ୍ଦ ଦେଖିବା ପାଇଁ ମିଳୁଛି । ନିକଟରେ ଇଡି ଏହାର ନିର୍ଦ୍ଦେଶକ ପୁରୀ ଜଗନ୍ନାଥ ଏବଂ ତାଙ୍କ ବ୍ୟବସାୟିକ ସହଯୋଗୀ ଚାର୍ମି କୌରଙ୍କୁ ପ୍ରାୟ ୧୨ ଘଣ୍ଟା ଧରି ପଚରାଉଚରା କରାଯାଇଥିଲା ।
ଫ୍ଲପ୍ ଫିଲ୍ମ 'ଲାଇଗର'
'ଲାଇଗର୍' ଏକ ସ୍ପୋର୍ଟସ୍, ଡ୍ରାମା, ପ୍ରେମ ଏବଂ ଆକ୍ସନ ଫିଲ୍ମ । ଯାହର ବଜେଟ୍ ପ୍ରାୟ ୧୨୫ କୋଟିରୁ ଅଧିକ । ଏହି ଚଳଚ୍ଚିତ୍ରରେ ମାଇକ୍ ଟାଇସନଙ୍କୁ ମଧ୍ୟ ଦେଖିବା ପାଇଁ ମିଳିଥିଲା । ଜବରଦସ୍ତ ଷ୍ଟାର କାଷ୍ଟ ସତ୍ୱେ ଫିଲ୍ମଟି ବକ୍ସଅଫିସରେ କିଛି ଖାସ୍ ବ୍ୟବସାୟ କରି ପାରି ନଥିଲା ଏପରକି ମୂଳ ବଜେଟକୁ ମଧ୍ୟ ଛୁଇଁ ପାରି ନଥିଲା । ଏହା ଏକ ପ୍ୟାନ୍ ଇଣ୍ଡିଆ ଚଳଚ୍ଚିତ୍ର ହେବା ସତ୍ୱେ ଫ୍ଲପ୍ ହୋଇଥିଲା ।
-
ଇରାନ ଜାହାଜକୁ ନେଇ ମୁହଁ ଖୋଲିଲେ ଜୟଶଙ୍କର ‘ଆମେ ଯାହା କରିଛୁ ଠିକ୍ କରିଛୁ’, -
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା .....












Click it and Unblock the Notifications