ଫାୟାର୍ ପାନ୍ ପରେ ଏବେ ଫାୟାର୍ ଗୁପ୍‌ଚୁପ୍‌କୁ ନେଇ ଭାଇରାଲ୍ ହେଲା ଭିଡିଓ

ନୂଆଦିଲ୍ଲୀ: ଫାୟାର ପାନ ପରେ ସୋସିଆଲ ମିଡିଆରେ ଫାୟାର ଗୋଲ ଗପ୍ପା ବା ଗୁପ୍‌ଚୁପ୍‌ର ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଅହମ୍ମଦାବାଦରେ ଜଣେ ଯୁବତୀଙ୍କ ଷ୍ଟ୍ରିଟ୍ ଫୁଡ୍ ଉପଭୋଗ କରୁଥିବା ଏକ ଭିଡିଓ ଭାଇରାଲ୍ ହୋଇଛି। ଫୁଡ ଷ୍ଟଲରେ ନିଆଁ ଲାଗିଥିବା ଏକ ଗୁପ୍‌ଚୁପ୍‌ ପାଟିରେ ପକାଇବା ଦୃଶ୍ୟ ଆପଣଙ୍କୁ ମଧ୍ୟ ଚକିତ କରିଦେବ। ସୂଚନା ଯୋଗ୍ୟ ଯେ, ଅହମ୍ମଦାବାଦରେ ନିଆଁ ଲାଗିଥିବା ଗୁପ୍‌ଚୁପ୍‌ ଆଜିକାଲି ଚର୍ଚ୍ଚାରେ ଅଛି ।

fire paani puri fir gol gappa

ଆପଣ ନିଶ୍ଚିତ ଭାବରେ ପୂର୍ବରୁ ଅନେକ ଥର ବିଭିନ୍ନ ପ୍ରକାର ଗୁପ୍‌ଚୁପ୍‌ ଖାଇଥିବେ, ଯେପରିକି ମସଲାଯୁକ୍ତ-ମିଠା ତଥା ବିଭିନ୍ନ ଫ୍ଲେବରର ଗୁପ୍‌ଚୁପ୍‌। କିନ୍ତୁ କଳ୍ପନା କରନ୍ତୁ ଯେ ନିଆଁ ଜଳିବା ସମୟରେ ଗରମ ଗୁପ୍‌ଚୁପ୍‌ ଆପଣଙ୍କ ପାଟିରେ ରଖାଯାଏ । ତାହା ମଧ୍ୟ ହୁତ ହୁତ ହୋଇ ଜଳୁଥିବା ବେଳେ। ଗୁପ୍‌ଚୁପ୍‌ ପ୍ରେମୀଙ୍କ ପାଇଁ ଏହା ଏକ ନୂଆ ଅନୁଭୂତି। କ୍ରିପାଲି ପଟେଲ ନାମକ ଏକ ଫୁଡ୍ ଫ୍ରାକ୍ ଦ୍ୱାରା ଏହି ଭିଡିଓ ଇନଷ୍ଟାଗ୍ରାମରେ ସେୟାର କରାଯାଇଛି । ଭିଡିଓରେ ଏହା ଦେଖିବାକୁ ମିଳେ ଯେ ଖାଦ୍ୟ ବିକ୍ରେତା ଯୁବତୀଙ୍କ ପାଟିରେ ରଖିବା ପୂର୍ବରୁ ଗୁପ୍‌ଚୁପ୍‌କୁ ନିଆଁ ଲଗାଇ ପାଟିରେ ଭର୍ତ୍ତି କରି ଦିଅନ୍ତି। ଗୁପ୍‌ଚୁପ୍‌ ଭିଡିଓ ସେୟାର କରି ଏହାକୁ ଖାଉଥିବ ଯୁବତୀ ଜଣକ ଲେଖିଛନ୍ତି, ଏହା ହେଉଛି ଅହମ୍ମଦାବାଦର ପାନି ପୁରୀ ।

ଏହି ଭିଡିଓଟି କିଛି ସେକେଣ୍ଡର ଅଟେ । ଲୋକମାନେ ଭିଡିଓ ଦେଖି ଫାୟାର ପାନ କୁ ମନେ ରଖିଛନ୍ତି । ଫାୟାର ପାନରେ ଜଳୁଥିବା ପାନକୁ ନିଆଁ ଲଗାଇ ପାଟିରେ ରଖାଯାଏ । ସୋସିଆଲ ମିଡିଆରେ ବେଳେ ବେଳେ ଏଭଳି ଅଜବ ଖାଦ୍ଯର ଭିଡିଓ ଏବଂ ଫଟୋଗୁଡିକ ୟୁଜରମାନେ ଶେୟାର କରିଥାନ୍ତି। ନିକଟରେ ଏକ ଭିଡିଓ ଭାଇରାଲ ହୋଇଥିଲା ଯେଉଁଠାରେ ଓରିଓ ବିସ୍କୁଟ ପକୋଡା ତିଆରି କରଯାଇଥିଲା। ସେହିଭଳି ମ୍ୟାଗିରେ ତିଆରି ଖିରୀର ଭିଡିଓ ଭାଇରାଲ ହୋଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+