ଓଟିଟି ପ୍ଲାଟଫର୍ମ ZEE-5ରେ ରିଲିଜ୍ ହେବ 'ସାମ ବାହାଦୂର' !
ଭିକି କୌଶଲଙ୍କ ଅଭିନୀତ 'ସାମ ବାହାଦୂର' ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାର ଏକ ସପ୍ତାହ ବିତିଗଲାଣି । ଯୁଦ୍ଧ ଡ୍ରାମାରେ ଭରପୁର ଏହି ଚଳଚ୍ଚିତ୍ରକୁ ରଣବୀର କପୁରଙ୍କ କ୍ରାଇମ ଥ୍ରୀଲର ଆନିମଲ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ପଡିଥିଲା । ଏହା ସତ୍ତ୍ୱେ 'ସାମ ବାହାଦୂର' ମଧ୍ୟ ଦର୍ଶକଙ୍କଠାରୁ ଭଲ ପ୍ରତିକ୍ରିୟା ପାଉଛି । ବର୍ତ୍ତମାନ ବିକି କୌଶଲଙ୍କ ଏହି ଦମଦାର ଫିଲ୍ମ ଖୁବ୍ ଶୀଘ୍ର OTT ପ୍ଲାଟଫର୍ମରେ ମୁକ୍ତିଲାଭ କରିବ । ତେବେ ଚାଲନ୍ତୁ ଜାଣିବା କେଉଁ ପ୍ଲାଟଫର୍ମରେ 'ସାମ୍ ବାହାଦୂର' ହେବ ରିଲିଜ୍ ।
ଅନେକ ରିପୋର୍ଟରେ ଦାବି କରାଯାଉଛି ଯେ 'ସାମ୍ ବାହାଦୂର' ରିଲିଜ୍ ହେବାର ମାତ୍ର ତିନିରୁ ଚାରି ସପ୍ତାହ ମଧ୍ୟରେ ଖ୍ରୀଷ୍ଟମାସ ଅବସରରେ ZEE- 5 ରେ ମୁକ୍ତିଲାଭ କରିବ। ସେହିପରି ପିଙ୍କଭିଲ୍ଲା ରିପୋର୍ଟ ଅନୁଯାୟୀ, 'ସାମ୍ ବାହାଦୂର'ପ୍ରକ୍ଷାଳୟରେ ରିଲିଜ୍ ହେବାର ୮ ସପ୍ତାହ ପରେ OTT ରେ ରିଲିଜ୍ ହେବ । ଏହା ମଧ୍ୟ କୁହାଯାଉଛି ଯେ, ବିକି କୌଶଲଙ୍କ ଅଭିନୀତ ଚଳଚ୍ଚିତ୍ର ଆସନ୍ତା ବର୍ଷ ଗଣତନ୍ତ୍ର ଦିବସରେ OTT ରେ ପ୍ରିମିୟର ହେବାର ସମ୍ଭାବନା ରହିଛି ।

'ସାମ ବାହାଦୂର' ହେଉଛି ଦେଶର ପ୍ରଥମ ଫିଲ୍ଡ ମାର୍ଶଲ ସାମ ମାନେକ୍ସାଙ୍କ କାହାଣୀ । ଭିକି କୌଶଲ ଯେଉଁଭଳି ଭାବରେ ଫିଲ୍ମରେ ସାମ୍ ମାନେକ୍ସା ଚରିତ୍ରରେ ଅଭିନୟ କରିଛନ୍ତି, ତାଙ୍କୁ ବହୁତ ପ୍ରଶଂସା କରାଯାଉଛି | ତାଙ୍କର ଅନେକ ପ୍ରଶଂସକ ଅଭିନେତାଙ୍କ ପାଇଁ ଜାତୀୟ ପୁରସ୍କାରର ଦାବି ମଧ୍ୟ କରିବା ଆରମ୍ଭ କଲେଣି ।
'ସାମ୍ ବାହାଦୂର'ର ବକ୍ସ ଅଫିସ୍ କଲେକ୍ସନ୍ ବିଷୟରେ କହିବାକୁ ଗଲେ ଏହି ଫିଲ୍ମ 6.25 କୋଟି ଟଙ୍କା ସହିତ ଓପନିଂ କରିଥିଲା । କିନ୍ତୁ ଫିଲ୍ମର ଆୟ ସପ୍ତାହ ଶେଷରେ ବୃଦ୍ଧି ପାଇଥିଲା ଏବଂ ଶନିବାର ଦିନ ଏହା 9 କୋଟି ଟଙ୍କା ଏବଂ ରବିବାର ଦିନ 10 କୋଟିରୁ ଅଧିକ ଟଙ୍କା ସଂଗ୍ରହ କରିଥିଲା । ବର୍ତ୍ତମାନ ରିଲିଜ୍ ହେବାର ସାତ ଦିନ ମଧ୍ୟରେ 'ସାମ୍ ବାହାଦୂର' 38 କୋଟିରୁ ଅଧିକ ଆୟ କରିଛି ଏବଂ ବର୍ତ୍ତମାନ ଏହା 50 କୋଟି ଟଙ୍କା ଛୁଇଁବାକୁ ଯାଉଛି। ନିର୍ମାତାମାନେ ଆଶା କରୁଛନ୍ତି ଯେ ସପ୍ତାହ ଶେଷରେ 'ସାମ୍ ବାହାଦୂର' ଭଲ ଆୟ କରିବ ।
-
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ସଞ୍ଜୁ ସାମସନ ହୋଇପାରନ୍ତି ପରବର୍ତ୍ତୀ ଟି୨୦ ଅଧିନାୟକ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଦିଲ୍ଲୀ ଏମ୍ସରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅସ୍ତ୍ରୋପଚାର ସଫଳ, ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଏମ୍ସ ପକ୍ଷରୁ ସୂଚନା -
ବର୍ଷା ପାଇଁ ୪ ଜିଲ୍ଲାକୁ ଆଲର୍ଟ ଜାରି, ଆସନ୍ତା ୨୪ ଘଣ୍ଟାରେ... -
୬୯ ମଣ୍ଡି ନୋଡାଲ ଅଫିସର୍ଙ୍କ ମାର୍ଚ୍ଚ ମାସ ଦରମା ବନ୍ଦ, ଦରମା ବନ୍ଦ କଲେ ଜିଲ୍ଲାପାଳ -
ରାଜ୍ୟରେ ରନ୍ଧନ ଗ୍ୟାସ ସଙ୍କଟ, ଠିକ୍ ସମୟରେ ଆସୁନି ଗ୍ୟାସ୍ ସିଲିଣ୍ଡର -
ରାଜ୍ୟର ଏହି ୪ ଜିଲ୍ଲାରେ ଖୋଲିବ ଚାଉଳ ATM, ସୂଚନା ଦେଲେ ମନ୍ତ୍ରୀ -
୪ ଜିଲ୍ଲାରେ କାଳବେଶାଖୀ ସମ୍ଭାବନା -
IPL 2026: ଏହି ଦିନ ଘୋଷଣା ହେଵ କାର୍ଯ୍ୟସୂଚୀ !












Click it and Unblock the Notifications