ଏହି OTT' ପ୍ଲାଟଫର୍ମରେ ରିଲିଜ୍ ହେବା ଭିକି କୌଶଳଙ୍କ ଫିଲ୍ମ 'ଛାଭା'
ଭିକି କୌଶଳଙ୍କ ଫିଲ୍ମ 'ଛାଭା'ବର୍ତ୍ତମାନ ସାରା ଦେଶରେ ଚର୍ଚ୍ଚାରେ ରହିଛି । ଅନେକ ବଡ଼ ବଡ଼ ଫିଲ୍ମକୁ ଏହି ସିନେମା ଦେଉଛି କଟା ଟକ୍କର । ଫ୍ୟାନ୍ସଙ୍କ ଠାରୁ ପ୍ରଶଂସା ସାଉଁଟୁଛି ଏହି ସିନେମା । ଏଥିରେ ଅଭିନେତା ଭିକିଙ୍କୁ ଏକ ଦମ ଭିନ୍ନ ଅନ୍ଦାଜରେ ଦେଖିବା ପାଇଁ ମିଳୁଛି ।
ଫିଲ୍ମ 'ଛାଭା' ଦେଖିବା ପାଇଁ ଦର୍ଶକମାନେ ମଧ୍ୟ ବହୁ ସଂଖ୍ୟାରେ ଥିଏଟରରେ ପହଞ୍ଚୁଛନ୍ତି। ଛାଭା ପ୍ରଥମ ଦିନରେ ପ୍ରାୟ 31 କୋଟିରୁ ଅଧିକ ଟଙ୍କା ରୋଜଗାର କରିଛି। ଏହି ଫିଲ୍ମଟି ମୁକ୍ତିଲାଭ କରିବାର ମାତ୍ର ଗୋଟିଏ ଦିନ ହୋଇଛି ହେଲେ ବର୍ତ୍ତମାନ ଅନେକ ଲୋକ ଜାଣିବା ପାଇଁ ଚାହୁଁଛନ୍ତି ଏହି ଫିଲ୍ମଟି କେବେ ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହେବ ।

ରିପୋର୍ଟ ଅନୁସାରେ, ଭିକି କୌଶଳଙ୍କ ଫିଲ୍ମ 'ଛାଭା' ନେଟଫ୍ଲିକ୍ସରେ ରିଲିଜ୍ ହେବ। ନିର୍ମାତାମାନେ ଏପର୍ଯ୍ୟନ୍ତ ନିଷ୍ପତ୍ତି ନେଇନାହାଁନ୍ତି ଯେ ଛଭା କେଉଁ ତାରିଖରେ Netflix ରେ ରିଲିଜ୍ ହେବ। ସାଧାରଣତଃ ଯେକୌଣସି ନୂଆ ଫିଲ୍ମ ଥିଏଟରରେ ରିଲିଜ୍ ହୋଇଥାଏ ଏହାର 50-60 ଦିନ ପରେ ଏହା OTTରେ ରିଲିଜ୍ ହୋଇଥାଏ। ବର୍ତ୍ତମାନ ଛାଭା ବକ୍ସଅଫିସରେ ଭଲ ରୋଜଗାର କରୁଛି ଏପରି ସ୍ଥିତିରେ ଏହି ସିନେମା କେବେ ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହେବା ତାହା କହିବା ମୁସକିଲ୍ ।












Click it and Unblock the Notifications