ଏହି ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହେଲା ଭିକି କୌଶଳଙ୍କ ଫିଲ୍ମ 'ଛାଭା'
Chhaava Ott Release: ଭିକି କୌଶଳଙ୍କ ଫିଲ୍ମ ଛାଭା OTT'ରେ ରିଲିଜ୍ ହୋଇ ଯାଇଛି । ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ପ୍ରାୟ ୫୬ରୁ ଅଧିକ ଦିନ ଧରି ରାଜ କରିଥିଲା । ଛାଭା ବକ୍ସ ଅଫିସରେ ୮୦୦ କୋଟି ଟଙ୍କାରୁ ଅଧିକ ଆୟ କରିଛି। ଏହା ପରେ, ଫିଲ୍ମଟି ୧୧ ଏପ୍ରିଲରେ OTT ପ୍ଲାଟଫର୍ମ Netflix ରେ ରିଲିଜ୍ ହୋଇଯାଇଛି । ଯେଉଁମାନେ ସିନେମାଟିକୁ ହଲରେ ଦେଖି ନାହାଁନ୍ତି ବର୍ତ୍ତମାନ ଘରେ ବସି Netflix"ରେ ଦେଖି ପାରିବେ ।

'ଛାଭା' ଭାରତରେ ୫୯୯.୮୫ କୋଟି ଆୟ କରିବାରେ ସଫଳ ହୋଇଛି । ସେହିପରି ସାରା ବିଶ୍ୱରେ ଏହା ୮୦୫.୨୫ କୋଟି ଟଙ୍କାରେ ବ୍ୟବସାୟ କରିଛି । ଏହି ସିନେମା ଛତ୍ରପତି ଶିବାଜୀ ମହାରାଜଙ୍କ ପୁଅ ମରାଠା ରାଜା ଛତ୍ରପତି ସମ୍ୱାଜୀ ମହାରାଜଙ୍କ ଜୀବନୀ ଉପରେ ଆଧାରିତ ଏକ ଐତିହାସିକ ଚଳଚ୍ଚିତ୍ର।
ଏହି ଫିଲ୍ମରେ ଭିକି କୌସଲଙ୍କ ଅଭିନୟକୁ ବେଶ ପ୍ରଶଂସା କରାଯାଇଥିଲା । ଏହି ଫିଲ୍ମର ଦୃଶ୍ୟଗୁଡ଼ିକୁ ନେଇ କିଛି ବିବାଦ ସୃଷ୍ଟି ହୋଇଥିଲା । କିନ୍ତୁ ଏହାକୁ ଏଡାଇବା ପାଇଁ, ନିର୍ମାତା ତୁରନ୍ତ ସେହି ଦୃଶ୍ୟଗୁଡ଼ିକୁ ହଟାଇ ଦେଇଥିଲେ।












Click it and Unblock the Notifications