ଏହି ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହେବ 'Bad Newz'
Bad Newz OTT Release: କିଛି ଦିନ ପୂର୍ବରୁ ଭିକି କୌଶଲଙ୍କ ଫିଲ୍ମ 'Bad Newz' ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ରର କାହାଣୀ ଏବଂ ଷ୍ଟାର କାଷ୍ଟର ଅଭିନୟକୁ ବେଶ୍ ପ୍ରଶଂସା କରାଯାଇଥିଲା । ଚଳଚ୍ଚିତ୍ରଟି ସମାଲୋଚକ ଏବଂ ଦର୍ଶକଙ୍କ ଠାରୁ ସକରାତ୍ମକ ସମୀକ୍ଷା ସାଉଁଟିଥିଲା, ହେଲେ 'Bad Newz' ବକ୍ସ ଅଫିସରେ କିଛି ଖାସ୍ ଆୟ କରିପାରି ନଥିଲା ।

ତେବେ ପ୍ରେକ୍ଷାଳୟରେ ଯେଉଁମାନେ ଏହି ସିନେମା ଏପର୍ଯ୍ୟନ୍ତ ଦେଖିପାରି ନାହାଁନ୍ତି ସେମାନଙ୍କ ପାଇଁ ରହିଛି ଖୁସି ଖବର । ବର୍ତ୍ତମାନ ବିକି କୌଶଲଙ୍କ ଅଭିନୀତ ଚଳଚ୍ଚିତ୍ର ଘରେ ବସି ମାଗଣାରେ ଦେଖାଯାଇପାରିବ । ଆସନ୍ତୁ ଜାଣିବା କେଉଁ OTT ପ୍ଲାଟଫର୍ମ 'Bad Newz' ମାଗଣାରେ ଦେଖାଯାଇପାରିବ?
ରୋମାଣ୍ଟିକ୍ କମେଡି ଚଳଚ୍ଚିତ୍ର 'Bad Newz'ର ଡିଜିଟାଲ୍ ଅଧିକାର ପ୍ରାଇମ୍ ଭିଡିଓ କିଣିଛି ଏବଂ ଏହା ଅଗଷ୍ଟ 31 ରେ ଏହା ଷ୍ଟ୍ରିମିଂ ହୋଇଛି । ତେବେ ଏହି ଚଳଚ୍ଚିତ୍ରଟି ବର୍ତ୍ତମାନ ପ୍ରାଇମ ଭିଡିଓରେ 349 ଟଙ୍କା ଦେଇ ଦେଖିପାରିବେ । ହେଲେ ଖୁବ୍ ଶୀଘ୍ର ଏହି ଫିଲ୍ମକୁ ଫ୍ରିରେ ମଧ୍ୟ ଦେଖି ପାରିବେ । ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହ ସୁଦ୍ଧା ପ୍ରାଇମ ଭିଡିଓରେ ମାଗଣାରେ 'Bad Newz ' ରିଲିଜ୍ ହେବାର ଏକ ସମ୍ଭାବନା ଅଛି । ତେବେ ଏହା ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ, OTT ରେ ଫିଲ୍ମର ମାଗଣା ଷ୍ଟ୍ରିମିଂର ପ୍ରକୃତ ତାରିଖକୁ ଘୋଷଣା କରାଯାଇ ନାହିଁ ।












Click it and Unblock the Notifications