ଭଗବାନ ପର୍ଶୁରାମ ଭୂମିକାରେ ନଜର ଆସିବେ 'ବିକି କୌଶଲ ', ଦେଖନ୍ତୁ ଫିଲ୍ମର ପ୍ରଥମ ଝଲକ
Vicky Kaushal: ସାମ୍ ବାହାଦୂର 'ବିକି କୌଶଲ ବର୍ତ୍ତମାନ ପର୍ଶୁରାମଙ୍କ'ମହାଅବତାର'ରେ ନଜର ଆସିବେ। ଏହି ଫିଲ୍ମର ମୋସନ ପୋଷ୍ଟର ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ସେୟାର କରାଯାଇଛି ଯେଉଁଥିରେ ବିକିଙ୍କର ଏକ ଭିନ୍ନ ଅନ୍ଦାଜ ଦେଖିବା ପାଇଁ ମିଳୁଛି । ଅଭିନେତା ଆଖିରେ ଚମତ୍କାର ଉଜ୍ଜ୍ୱଳତା ଦେଖିବା ପାଇଁ ମିଳୁଛି ସେହିପରୀ ଖୋଲା କେଶ ଏବଂ ହାଚରେ କୁରାଢି ଧରି ଥିବାକ ଦେଖିବାକୁ ମିଳୁଛି । ପର୍ଶୁରାମଙ୍କ ଦକ୍ଷତା ତାଙ୍କ ଅବତାରରେ ଦୃଶ୍ୟମାନ ହେଉଛି ।

ସୋସିଆଲ ମିଡିଆରେ ପୋଷ୍ଟର ସେୟାର କରି ମେକର୍ସ ଦର୍ଶକଙ୍କ ଉତ୍ସାହ ବଢାଇ ଦେଇଛନ୍ତି । ମୋସନ ପୋଷ୍ଟରରେ ଅଭିନେତା ପର୍ଶୁରାମ ଅବତାର ନଜର ଆସୁଛନ୍ତି ଯାହା ଖୁହ୍ ଆକର୍ଷଣୀୟ । ସୋସିଆଲ ମିଡିଆରେ ଅନେକ ଫ୍ୟାନ୍ସ ଏହି ଫିଲ୍ମର ପୋଷ୍ଟର ସେୟାର କରି ଏହାର ପ୍ରଶଂସା କରୁଛନ୍ତି । ବିକିଙ୍କର ଲୁକ୍ ଖୁବ୍ ଭୟଙ୍କର ରହିଛି ।
ରିପୋର୍ଟ ଅନୁସାରେ, ଭିକି କୌଶଲ ଏହି ଫିଲ୍ମ ପାଇଁ କଠିନ ପରିଶ୍ରମ କରିଛନ୍ତି । ସେ ନିଜ ଲୁକ୍ ଉପରେ ମଧ୍ୟ ଅଧିକ କାମ କରିଛନ୍ତି । ଏହି ମୋସନ୍ ପୋଷ୍ଟର ରିଲିଜ୍ ହେବା ପରେ ବର୍ତ୍ତମାନ ଫ୍ୟାନ୍ସ ଏହି ଫିଲ୍ମ ବିଷୟରେ ଅଧିକ ଜାଣିବା ପାଇଁ ଚାହୁଁଛନ୍ତି ଏହି ରିଲିଜ୍ ତାରିଖକୁ ଅପକ୍ଷା କରିଛନ୍ତି।












Click it and Unblock the Notifications