ଡିସେମ୍ବର ୧୬ରେ ଏହି OTT'ପ୍ଲାଟଫର୍ମରେ ରିଲିଜ୍ ହେବ ଫିଲ୍ମ 'ଗୋବିନ୍ଦା ନାମ ମେରା'
ଡିସେମ୍ବର ୧୬ରେ ଏହି OTT'ପ୍ଲାଟଫର୍ମରେ ରିଲିଜ୍ ହେବ ଫିଲ୍ମ 'ଗୋବିନ୍ଦା ନାମ ମେରା'
ମୁମ୍ବାଇ: ଆଜିକା ତାରିଖରେ ହିନ୍ଦୀ ସିନେମା ଇଣ୍ତଷ୍ଟ୍ରିରେ କିଛି ଚର୍ଚ୍ଚିତ ଚେହେରାଙ୍କ ମଧ୍ୟରୁ ଭିକ୍କି କୌଶଲ ଅନ୍ୟତ । ନିଜ ଅଭିନୟ ପାଇଁ ସେ ବଲିଉଡରେ ରାଜ୍ କରୁଛନ୍ତି । ଭିକ୍କି କୌଶଲ ଇଣ୍ଡଷ୍ଟ୍ରିରେ ଅଳ୍ପ କିଛି ଅଭିନେତାଙ୍କ ମଧ୍ୟରୁ ଜଣେ ଯେ ନିଜ ପରିଶ୍ରମରେ ହିଁ ଆଜି ଏତେ ଲୋକପ୍ରିୟତା ହାସଲ କରିପାରିଛନ୍ତି । ଖୁବ୍ ଶୀଘ୍ର ଭିକ୍କିଙ୍କ ଆଗାମୀ ଚଳଚ୍ଚିତ୍ର 'ଗୋବିନ୍ଦା ନାମ ମେରା' ରିଲିଜ୍ ହେବାକୁ ଯାଉଛି । ଏହି ଚଳଚ୍ଚିତ୍ରଟି OTT' ପ୍ଲାଟଫର୍ମରେ ଷ୍ଟ୍ରିମିଂ ହେବ ।

ଚଳଚ୍ଚିତ୍ର ନିର୍ମାତା କରଣ ଜୋହରଙ୍କ ଧର୍ମା ପ୍ରଡକ୍ସନ୍ ବ୍ୟାନରରେ ନିର୍ମିତ 'ଗୋବିନ୍ଦା ନାମ ମେରା' ଏକ କମେଡି ଫିଲ୍ମ । ଯାହାର ଟ୍ରେଲର ଓ ଗୀତକୁ ଦର୍ଶକଙ୍କର ବେଶ୍ ଭଲ ପାଇବା ମିଳିଛି । ତେବେ ଖାସ କଥା ହେଉଛି ଯେ ଏହି ଫିଲ୍ମରେ ଆପଣ ଭିକ୍କିଙ୍କୁ ପ୍ରଥମ ଥର ଏପରି ଅବତାରରେ ଦେଖିବାକୁ ପାଇବେ, ଯାହା ଆପଣ ପୂର୍ବରୁ କେବେ ଦେଖି ନାହାଁନ୍ତି । ଏହି ଫିଲ୍ମରେ ଅଭିନେତା ଜଣେ ଡ୍ୟାନ୍ସ କୋରିଓଗ୍ରାଫର ଭୂମିକାରେ ଅଭିନୟ କରୁଛନ୍ତି ।
'ସର୍ଦ୍ଦାର ଉଦ୍ଧମ ସିଂ' ପରେ ଭିକ୍କି କୌଶଲ ପୁଣି ଥରେ OTT'ଆଡକୁ ମୁହାଁଇଛନ୍ତି । ଭିକ୍କିଙ୍କ ଫିଲ୍ମ 'ସର୍ଦ୍ଦାର ଉଦ୍ଧମ ସିଂ' ଏକ ସୁପର ହିଟ୍ ଫିଲ୍ମର ସାର୍ଟିଫିକେଟ୍ ପାଇସାରିଛି । ବର୍ତ୍ତମାନ ଭିକ୍କିଙ୍କ ଫିଲ୍ମ 'ଗୋବିନ୍ଦା ନାମ ମେରା' ରିଲିଜ୍ ଅପେକ୍ଷାରେ । ଆସନ୍ତା ଡିସେମ୍ବର ୧୬ରେ 'ଗୋବିନ୍ଦା ନାମ ମେରା' ଡିଜନି ପ୍ଲସ୍ ହଟ୍ ଷ୍ଟାରରେ ମୁକ୍ତିଲାଭ କରିବାକୁ ଯାଉଛି । ଭିକ୍କି କୌଶଲଙ୍କ ବ୍ୟତୀତ ଅଭିନେତ୍ରୀ ଭୂମି ପେଡନେକର ଏବଂ କିଆରା ଆଡଭାନୀ ମଧ୍ୟ ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ନଜର ଆସିବେ ।












Click it and Unblock the Notifications