ଭିକି କୌଶଲଙ୍କୁ ଲାଗିଲା ଝଟକା, ରିଲିଜର ପ୍ରଥମ ଦିନରେ 'ସାମ୍ ବାହାଦୂର' ହେଲା ଅନଲାଇନ୍ ଲିକ୍

Sam Bahadur Online Leak: ଭିକି କୌଶଲଙ୍କ ଫିଲ୍ମ 'ସାମ୍ ବାହାଦୂର' ରିଲିଜ୍ ହୋଇଯାଇଛି ଏବଂ ଦର୍ଶକଙ୍କ ମନ ଜିଣୁଛି ଅଭିନେତାଙ୍କ ସୁନ୍ଦର ଅଭିନୟ । ଆଜି ଅର୍ଥାତ୍ 1 ଡିସେମ୍ବର 2023 ରେ, ଏହି ଚଳଚ୍ଚିତ୍ର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି ଏବଂ ଫିଲ୍ମ ଦେଖିବା ପରେ ଲୋକମାନେ ସୋସିଆଲ ମିଡିଆରେ ଭଲ ପ୍ରତିକ୍ରିୟା ଦେଉଥିବାର ଦେଖିବା ପାଇଁ ମିଳୁଛି । ହେଲେ ରିଲିଜ୍ ପରେ ଅଭିନେତା ଓ ମେକର୍ସକୁ ଲାଗିଛି ଝଟକା । ରିଲିଜ୍ ହେବାର କିଛି ଘଣ୍ଟା ମଧ୍ୟରେ ସାମ ବାହାଦୂର ଅନଲାଇନରେ ଲିକ୍ ହୋଇଯାଇଛି । ଏଭଳି ପରିସ୍ଥିତିରେ ଫିଲ୍ମର ଆୟରେ ଏହା ଗଭୀର ପ୍ରଭାବ ଦେଖିବା ପାଇଁ ମିଳିବ ବୋଲି ଆଶା କରାଯାଉଛି ।

ସିନେପ୍ରେମୀ ବିକି କୌଶଲଙ୍କ ଫିଲ୍ମ ସାମ ବାହାଦୂରକୁ ଏକ ବ୍ଲକବଷ୍ଟର ବୋଲି କହିଥିବାର ଦେଖିବା ପାଇଁ ମିଳୁଛି । ସୋସିଆଲ ମିଡିଆରେ ଫିଲ୍ମକୁ ନେଇ ଭଲ ଅର୍ଥାତ୍ ପଜେଟିଭ୍ କମେଣ୍ଟ ଦେଖିବା ପାଇଁ ମିଳୁଛି । ଭିକି କୌଶଲ ଫିଲ୍ମରେ Sam Manekshaw ଭୂମିକାରେ ଅଭିନୟ କରି ପ୍ରଶଂସକଙ୍କୁ ଖୁବ୍ ପ୍ରଭାବିତ କରିଛନ୍ତି ।

Vicky kaushal

ରିଲିଜ ହେବା ପୂର୍ବରୁ ଅଭିନେତା ଏହି ଫିଲ୍ମର ଜବରଦସ୍ତ ପ୍ରମୋସନ କରିଥିଲେ । ହେଲେ ବର୍ତ୍ତମାନ ଏହି ଫିଲ୍ମ ଲିକ୍ ହୋଇଯାଇଛି ଯାହାର ପ୍ରଭାବ ଫିଲ୍ମ ଆୟ ଉପରେ ପଡିପାରେ ବୋଲି ଅନୁମାନ କରାଯାଉଛି ।
ଫିଲ୍ମ 'ସାମ ବାହାଦୂର' ଫିଲ୍ମୱାପ, ତାମିଲ ରକର୍ସ ଏବଂ ଫିଲ୍ମିଜିଲାରେ ଲିକ୍ ହୋଇଛି। ଏପରି ପରିସ୍ଥିତିରେ ନିର୍ମାତାମାନଙ୍କ ଚିନ୍ତା ବର୍ତ୍ତମାନ ଡବଲ ହୋଇଯାଇଛି ।

ପ୍ରଶଂସକମାନେ ଭିକି କୌଶଲଙ୍କର ଏହି ଫିଲ୍ମକୁ ଉତ୍ସାହର ସହ ଅପେକ୍ଷା କରିଥିଲେ । ତେବେ ଏହା ପ୍ରଥମ ଘଟଣା ନୁହେଁ ଯେ କୌଣସି ଫିଲ୍ମ ଅନଲାଇନରେ ଲିକ୍ ହୋଇଛି। ପ୍ରାୟତ ପ୍ରାୟତଃ ନୂଆ ଚଳଚ୍ଚିତ୍ରଗୁଡ଼ିକ ରିଲିଜ୍ ହେବା ମାତ୍ରେ ଲିକ୍ ହୋଇଥାଏ, ଏହା ଏକ ସାଧାରଣ କଥା ହେଲେ ଏହା ନିର୍ମାତାମାନଙ୍କ ପାଇଁ ଚିନ୍ତାର ବିଷୟ ନିଶ୍ଚୟ ।

ଆଜି ଦୁଇ ଦୁଇଟି ସୁପରହିଟ୍ କଳାକାରଙ୍କ ଫିଲ୍ମ ବକ୍ସଅଫିସରେ ରିଲିଜ୍ ହୋଇଛି । ରଣବୀର କପୁରଙ୍କ ଆନିମଲ୍ ଏବଂ ବିକି କୌଶଲଙ୍କ ଫିଲ୍ମ 'ସାମ୍ ବାହାଦୂର' । ଉଭୟ ଫିଲ୍ମ ମଧ୍ୟରେ ବର୍ତ୍ତମାନ କଡ଼ା ଟକ୍କର ହେଉଥିବାର ଦେଖିବା ପାଇଁ ମିଳୁଛି । ଲୋକମାନେ ଉଭୟ ଚଳଚ୍ଚିତ୍ରକୁ ବହୁତ ପସନ୍ଦ କରୁଛନ୍ତି ।

ଭିକି କୌଶଲଙ୍କ ବ୍ୟତୀତ ସାନିଆ ମାଲହୋତ୍ରା ଏବଂ ଫାତିମା ଶେଖ ମଧ୍ୟ ଏହି ଚଳଚ୍ଚିତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସୁଛନ୍ତି । ସେହିପରି ଚଳଚ୍ଚିତ୍ର ଆନିମଲରେ ରଣବୀର କପୁର, ଅନିଲ କପୁର, ରଶ୍ମିକା ମନ୍ଦନା ଏବଂ ବବି ଦେଓଲ ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି । ଦେଖିବାକୁ ବାକି ରହିଲା ଫିଲ୍ମ ସାମ ବାହାଦୂର ବକ୍ସ ଅଫିସରେ ନିଜ୍ ମ୍ୟାଜିକ୍ ଦେଖାଇବାରେ ସଫଳ ହେଉଛି ନା ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+