ହାପି ବର୍ଥ ଡେ' ଭିକି କୌଶଲ

ବଲିଉଡର ଜଣାଶୁଣା ଚେହେରା ଅଭିନେତା ଭିକି କୌଶଲ । ଆଜି 34 ତମ ଜନ୍ମଦିନ ପାଳନ କରୁଛନ୍ତି ଭିକି। ଭିକି ମୁମ୍ବାଇର ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଶ୍ୟାମ କୌଶଲ ବଲିଉଡ ଚଳଚ୍ଚିତ୍ରର ଜଣେ ଷ୍ଟଣ୍ଟ ନିର୍ଦ୍ଦେଶକ ଥିଲେ।

ମୁମ୍ବାଇ: ବଲିଉଡର ଜଣାଶୁଣା ଚେହେରା ଅଭିନେତା ଭିକି କୌଶଲ । ଆଜି 34 ତମ ଜନ୍ମଦିନ ପାଳନ କରୁଛନ୍ତି ଭିକି। ଭିକି ମୁମ୍ବାଇର ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଶ୍ୟାମ କୌଶଲ ବଲିଉଡ ଚଳଚ୍ଚିତ୍ରର ଜଣେ ଷ୍ଟଣ୍ଟ ନିର୍ଦ୍ଦେଶକ ଥିଲେ। ବାପା ଇଣ୍ଡଷ୍ଟ୍ରି ସହିତ ଜଡିତ ଥିଲେ, କିନ୍ତୁ ଘର ଚଳାଇବା ମୁସ୍କିଲ ଥିଲା । ତେଣୁ ତାଙ୍କ ବାପା ଚାହୁଁଥିଲେ ପୁଅ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଦୂରେଇ ରହି ଅନ୍ୟ କିଛି କାମ କରନ୍ତୁ ।

VICKEY

କିନ୍ତୁ,ଭିକି ପିଲାଦିନରୁ ଚଳଚ୍ଚିତ୍ରରେ କାମ କରିବାକୁ ଆଗ୍ରହୀ ଥିଲେ । ଏନେଇ ସେ ପିତା ଶ୍ୟାମ କୌଶଲଙ୍କ ସହ ଫିଲ୍ମର ସେଟ୍ ବୁଲି ଦେଖିଥିଲେ । ଭିକିଙ୍କ ଭାଇ ସନ୍ନି କୌଶଲ ମଧ୍ୟ ଜଣେ ଅଭିନେତା ଯିଏ କି 'ଶିଦ୍ଦତ' ଫିଲ୍ମ ସହିତ ଅଭିନୟ ଆରମ୍ଭ କରିଛନ୍ତି । ଭିକି ଅଭିନୟ ଜଗତରେ ପାଦ ଦେବା ପୂର୍ବରୁ ଜଣେ ଇଞ୍ଜିନିୟର ଥିଲେ ବୋଲି ଖୁବ୍ କମ୍ ଲୋକ ଜାଣିଥିବେ । ବିଟେକ ପରେ 2012 ରେ ସେ ଚଳଚ୍ଚିତ୍ର ଜଗତରେ ଏଣ୍ଟ୍ରି କରିବାକୁ ନିଷ୍ପତ୍ତି ନେଇଥିଲେ ।

vickey kaushal

2015 ରେ ଆରମ୍ଭ ହୋଇଥିବା ଭିକିଙ୍କ ଫିଲ୍ମ କ୍ୟାରିୟର ଆଜି ଶୀର୍ଷରେ ପହଞ୍ଚି ସାରିଛି । ଅଭିନେତା 10 ବର୍ଷର ଅଭିନୟ କ୍ୟାରିୟରରେ ଉରି - ଦି ସର୍ଜିକାଲ୍ ଷ୍ଟ୍ରାଇକ୍, ମନ ମର୍ଜିୟା, ସର୍ଦ୍ଦାର ଉଦ୍ଧମ ପରି ଉତ୍କୃଷ୍ଟ ଚଳଚ୍ଚିତ୍ର କରିଛନ୍ତି । ଏହି ଚଳଚ୍ଚିତ୍ରଗୁଡ଼ିକ ପାଇଁ ଭିକିଙ୍କୁ ପ୍ରାୟ 15 ଟି ପୁରସ୍କାରରେ ସମ୍ମାନିତ କରାଯାଇଛି।

ଭିକି ଆଜିକାଲି ଅନେକ ବଡ ପ୍ରୋଜେକ୍ଟରେ କାମ କରୁଛନ୍ତି । ତାଙ୍କୁ ଶଶାଙ୍କ ଖେତାନଙ୍କ ଫିଲ୍ମ 'ଗୋବିନ୍ଦା ନାମ ମେରା'ରେ ଦେଖିବାକୁ ମିଳିବ। ଏହି ସମୟରେ ତାଙ୍କୁ ମେଘନା ଗୁଲଜାରଙ୍କ ଫିଲ୍ମ 'ସାମ୍ ବାହାଦୂର'ରେ ମଧ୍ୟ ଦେଖିବାକୁ ମିଳିବ। ଏହା ବ୍ୟତୀତ ସେ 'ଇମ୍ମୋର୍ଟଲ ଅଫ୍‌ ଅଶ୍ୱଥାମା' ଏବଂ 'ଲୁକା ଛୁପି 2'ରେ ତାଙ୍କର ଅଭିନୟ ଦକ୍ଷତା ପ୍ରଦର୍ଶନ କରୁଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+