ଜାଣନ୍ତୁ କାହିଁକି ପତ୍ନୀ କ୍ୟାଟ୍ରିନାଙ୍କ ସହ ଫିଲ୍ମ କରୁ ନାହାଁନ୍ତି ଭିକି କୌଶଲ
Vicky Kaushal and Katrina Kaif Movie: ଭିକି କୌଶଲ ଏବଂ କ୍ୟାଟ୍ରିନା କୈଫ ହେଉଛନ୍ତି ବଲିଉଡର ଚର୍ଚ୍ଚିତ ଏବଂ ପ୍ରଶଂସକଙ୍କ ପ୍ରିୟ ଦମ୍ପତି। 2021ରେ ଏହି ଦମ୍ପତି ବିବାହ କରିଥିଲେ । ସେବେଠାରୁ ପ୍ରଶଂସକମାନେ ଏହି କପଲଙ୍କୁ ବଡ଼ ପରଦାରେ ଏକାଠି ଦେଖିବା ପାଇଁ ଚାହାଁନ୍ତି । ହେଲେ ଏପର୍ଯ୍ୟନ୍ତ ଏହି ଦମ୍ପତି କୌଣସି ଫିଲ୍ମରେ ଏକାଠି ଅଭିନୟ କରି ନାହାଁନ୍ତି ।

ନିକଟରେ ଏକ ସାକ୍ଷାତକାରରେ ଅଭିନେତା ଭିକି ଏହି ପ୍ରସଙ୍ଗରେ ଆଲୋଚନା କରିଥିଲେ । ସେ କହିଥିଲେ, ' ମୋର ଆଶା ଯେ କ୍ୟାଟ୍ରିନା ଏବଂ ମୁଁ ଖୁବ ଶୀଘ୍ର ଏକ ଫିଲ୍ମରେ ଏକାଠି କରିବୁ'। ଯେଉଁଥି ପାଇଁ ଆମେ ଏକ ସୁନ୍ଦର କାହାଣୀ ଅପେକ୍ଷାରେ ଅଛୁ, ଆମର ଯୋଡି କାହାଣୀର ଚାହିଦା ଅନୁଯାୟୀ ହେବା ଉଚିତ, ଏପରି ହେଲେ ଫିଲ୍ମରେ କାମ କରିବାରେ ମଜା ଆସିବ । ଆମେ ଏପରି କାହାଣୀକୁ ଅପେକ୍ଷା କରିଛୁ ।
ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ରାଜସ୍ଥାନରେ କ୍ୟାଟ୍ରିନା ଏବଂ ଭିକିଙ୍କ ବିବାହ ହୋଇଥିଲା । ବିବାହ ପରେ ସେ ଫଟୋ ଏବଂ ଭିଡିଓ ସେୟାର କରିଥିଲେ, ଯାହା ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଥିଲା । ଏହି ଷ୍ଟାର କପଲଙ୍କୁ ଏକାଠି ଦେଖିବା ପାଇଁ ଲୋକେ ବେଶ୍ ପସନ୍ଦ କରନ୍ତି । ନିକଟରେ ଉଭୟଙ୍କୁ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହରେ ଦେଖିବା ପାଇଁ ମିଳିଥିଲା ।












Click it and Unblock the Notifications