ନ୍ୟାସନାଲ ଟେଲିଭିଜନରେ ଅଭିନେତ୍ରୀ ଅଙ୍କିତା ଲୋଖଣ୍ତେଙ୍କ ଉପରକୁ ହାତ ଉଠାଇଲେ ଭିକି ଜୈନ !
Big Boss: 'ବିଗ୍ ବସ୍ 17'ରେ ପ୍ରତ୍ୟେକ ଦିନ ପ୍ରତିଯୋଗିଙ୍କ ଝଗଡ଼ା ଦେଖିବା ପାଇଁ ମିଳୁଛି । ବନ୍ଧୁତ୍ୱରୁ ପ୍ରେମ ପର୍ଯ୍ୟନ୍ତ ପ୍ରତ୍ୟେକ ସମ୍ପର୍କ ଏଠି କ୍ଷଣିକରେ ବଦଳିଯାଉଛି । ଏହାରି ମଧ୍ୟ ପ୍ରତିଯୋଗିଙ୍କ ମଧ୍ୟରେ ଜବରଦସ୍ତ ଲଢେଇ ହେଉଥିବାର ଦେଖିବା ପାଇଁ ମିଳିଥିଲା ।

'ବିଗ୍ ବସ୍' ନୂଆ ଏପିସୋଡରେ ଏପରି ଏକ ଦୃଶ୍ୟ ଦେଖିବା ପାଇଁ ମିଳିଥିଲା ଯାହା ଦର୍ଶକଙ୍କୁ ଆଶ୍ଚର୍ଯ୍ୟ କରିଛି । ବାସ୍ତବରେ ଅଭିଷେକ ଏବଂ ବିକି ଜୈନଙ୍କ ମଧ୍ୟରେ କିଛି କଥାକୁ ନେଇ ଯୁକ୍ତିତର୍କ ଆରମ୍ଭ ହୋଇଥିଲା ପାଖରେ ଅଙ୍କିତା ଏବଂ ଅରୁଣଙ୍କୁ ମଧ୍ୟ ଦେଖିବା ପାଇଁ ମିଳିଥିଲା । ଅଭିଷେକ ଏବଂ ବିକିଙ୍କ ମଝିରେ ଅରୁଣ ବାରମ୍ବାର କଥା କହୁଥିଲେ ଯେଉଁ କାରଣରୁ ଉଭୟ ଠିକ୍ ସେ ଆଲୋଚନା କରିପାରୁ ନଥିଲେ । ଭିକି ବାରମ୍ବାର ଅରୁଣଙ୍କୁ ଚୁପ୍ ରହିବାକୁ କହୁଥିଲେ ।
During arguments, Vicky Bhaiya aggressively tried to get out of the blanket and looked like he was trying to hit his wife Ankita Lokhande on national television 😱😱😱pic.twitter.com/9s7roCZy8A
— #BiggBoss_Tak👁 (@BiggBoss_Tak) December 22, 2023
ଏହି ଝଗଡା ସମୟରେ ଅଙ୍କିତା ଲୋଖଣ୍ଡେ ମଧ୍ୟ ମଝିରେ ମଝିରେ କଥା କହୁଥିବାର ଦେଖିବା ପାଇଁ ମିଳିଥିଲା । ବିକି ବାରମ୍ବାର ଅଙ୍କିତାଙ୍କୁ ଚୁପ୍ ରହିବାକୁ କହୁଥିଲେ ଯାହାର ଉତ୍ତରେ ଦେଇ ଅଙ୍କିତା କହିଛନ୍ତି ଯେ, ସେ ଅରୁଣଙ୍କ ସହ କଥା ହେଉଛନ୍ତି । ସେପଟେ ଏହି ପ୍ରସଙ୍ଗରେ, ଭିକି ନିଜର କ୍ରୋଧକୁ ନିୟନ୍ତ୍ରଣ କରିପାରି ନଥିଲେ ଏବଂ କିଛି ଚିନ୍ତା ନ କରି
ଜାତୀୟ ଟେଲିଭିଜନରେ ଅଙ୍କିତାଙ୍କ ଉପରେ ହାତ ଉଠାଇବା ପାଇଁ ଚେଷ୍ଟା କରିଥିଲେ । ଯେଉଁ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସୋସିଆଲ ମିଡ଼ିଆରେ ଲୋକେ ଭିକିଙ୍କର ଏପରି ବ୍ୟବହାରର ନିନ୍ଦା କରିଛନ୍ତି, ତାଙ୍କୁ ଲଗାତାର ଟ୍ରୋଲ କରୁଥିବାର ଦେଖିବା ପାଇଁ ମିଳୁଛି ।
ବିକି ଜୈନଙ୍କ ଏପରି ରୂପ ଦେଖି ଅଙ୍କିତା ମଧ୍ୟ ଭୟଭୀତ ହୋଇପଡିଥିଲେ । ଏହା ପରେ ବିକି ରାଗରେ ବିଛଣାରୁ ଉଠି ଅଭିଷେକଙ୍କ ସହ କଥା ହେଉଥିବାର ଦେଖିବା ପାଇଁ ମିଳିଛି । ଅନ୍ୟପଟେ ବିକି ଜୈନଙ୍କର ଏହି ପ୍ରକାର ଆଚରଣ ଦେଖି ଅରୁଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇପଡିଥିଲେ ଏବଂ ସେ କହିଥିଲେ 'ହେ ଭଗବାନ,ଏ କ'ଣ ଦେଖିବାକୁ ମିଳିଲା ।












Click it and Unblock the Notifications