ତାମିଲ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ହାସ୍ୟାଭିନେତା ଏସ୍. କୃଷ୍ଣମୂର୍ତ୍ତିଙ୍କ ପରଲୋକ
ଆଉ ନାହାନ୍ତି ତାମିଲ ଅଭିନେତା କମେଡ଼ିଆନ, ମ୍ୟୁଜିକ କମ୍ପୋଜର ଏସ୍. କୃଷ୍ଣମୂର୍ତ୍ତି । ୭୧ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । କମେଡ଼ିରେ ଦର୍ଶକଙ୍କୁ ହସାଇ ହସାଇ ବେଦମ କରୁଥିଲେ । ଆଜି ସମସ୍ତଙ୍କୁ କନ୍ଦାଇ ଚାଲିଯାଇଛନ୍ତି କୃଷ୍ଣମୂର୍ତ୍ତୀ । ମଦନ ବବ୍ ନାମରେ ଜଣାଶୁଣା ଥିଲେ । ଏଖବର ପରେ ତାମିଲ ଇଣ୍ଡଷ୍ଟ୍ରିରେ ଶୋକର ଛାଇ ଖେଳିଯାଇଛି। ଟିଭି କମେଡି ଶୋ' ଅସଥା ପୋଭାଥୁ ୟାରୁ? ରେ ଜଣେ ବିଚାରକ ଭାବରେ ତାଙ୍କୁ ଦେଖିବାକୁ ମିଳିଥିଲା । ତାଙ୍କର କିଛି ଉଲ୍ଲେଖନୀୟ ଭୂମିକା ମଧ୍ୟରେ ଡାଇମଣ୍ଡ ବାବୁ ଏବଂ ଫ୍ରେଣ୍ଡସ୍ରେ ମ୍ୟାନେଜର ସୁନ୍ଦରେସନ ରହିଛି ।

ହାସ୍ୟ ଅଭିନୟ ହେଉ କିମ୍ବା ଅନ୍ୟ କିଛି ଚରିତ୍ର ତାଙ୍କର ଅଭିନୟ ଦର୍ଶକଙ୍କ ହୃଦୟ ଜିତିଥିଲା । କ୍ୟାନ୍ସରରେ ପୀଡ଼ିତ କୃଷ୍ଣମୂର୍ତ୍ତିଙ୍କ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଛି । ଏସ୍. କୃଷ୍ଣମୂର୍ତ୍ତି ନାମରେ ଜନ୍ମଗ୍ରହଣ କରିଥିବା ମାଧନ ବବ୍ ତାଙ୍କ ପରିବାରର ଅଷ୍ଟମ ସନ୍ତାନ ଥିଲେ । ବହୁମୁଖୀ ପ୍ରତିଭାଶାଳୀ କଳାକାର ଥିଲେ । ସେ କେବଳ ଜଣେ ହାସ୍ୟ ଅଭିନେତା ଭାବରେ ନୁହେଁ ବରଂ ଜଣେ ସଂଗୀତଜ୍ଞ ଭାବରେ ମଧ୍ୟ ନିଜର ଛାପ ଛାଡ଼ିଛନ୍ତି । ଦଶନ୍ଧି ଧରି, ସେ କମଲ ହାସନ, ରଜନୀକାନ୍ତ, ଅଜିତ, ସୂର୍ଯ୍ୟ ଏବଂ ବିଜୟଙ୍କ ପରି ପ୍ରଖ୍ୟାତ ଅଭିନେତାଙ୍କ ସହିତ ଅଭିନୟ କରିଥିଲେ। ସେ ଟେଲିଭିଜନରେ ଏକ ପରିଚିତ ମୁହଁ ମଧ୍ୟ ଥିଲେ । ତାଙ୍କ ଫ୍ୟାନ୍ସମାନେ ମଧ୍ୟ ତାଙ୍କ ଦେହାନ୍ତ ଖବରରେ ମର୍ମାହତ।












Click it and Unblock the Notifications