ଆଶା ପାରେଖ ପାଇବେ 'ଦାଦା ସାହେବ ଫାଲକେ ପୁରସ୍କାର'
ଆଶା ପାରେଖ ପାଇବେ 'ଦାଦା ସାହେବ ଫାଲକେ ପୁରସ୍କାର'
Dadasaheb Phalke Awards : ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଆଶା ପାରେଖ ପାଇବେ ସମ୍ମାନଜନକ 'ଦାଦା ସାହେବ ଫାଲକେ ପୁରସ୍କାର' । ଭାରତୀୟ ସିନେମାର ସର୍ବୋଚ୍ଚ ପୁରସ୍କାର ଦାଦା ସାହେବ ଫାଲକେ ଆୱାର୍ଡ । ଆଜି କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଏ ନେଇ ଘୋଷଣା କରିଛନ୍ତି । ସିନେମା ଜଗତ ପାଇଁ ଅଭିନେତ୍ରୀ ଆଶା ପାରେଖଙ୍କର ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ଏହି ସର୍ବୋଚ୍ଚ ଆୱାର୍ଡରେ ସମ୍ମାନିତ କରାଯିବା ନେଇ ମନୋନୀତ କରାଯାଇଛି ।

୧୯୯୨ ମସିହାରେ 'ପଦ୍ମଶ୍ରୀ' ପାଇଥିଲେ ୭୯ ବର୍ଷୀୟା ଆଶା । ୧୯୭୧ରେ ଶ୍ରେଷ୍ଠ ଅଭିନେତ୍ରୀ ପାଇଁ ଫିଲ୍ମଫେୟାର ଆୱାର୍ଡ, ୨୦୨୨ରେ ଫିଲ୍ମଫେୟାର ଲାଇଫ୍ ଟାଇମ ଆଚିଭମେଣ୍ଟ ଆୱାର୍ଡ ପାଇଥିଲେ ଅଭିନେତ୍ରୀ ଆଶା ପାରେଖ ।
Dada Saheb Phalke Award to be conferred to actor Asha Parekh this year: Union Minister Anurag Thakur pic.twitter.com/gP488Ol4zH
— ANI (@ANI) September 27, 2022
ଆଶା ପାରେଖ ୬୦ ଓ ୭୦ ଦଶକର ଜଣେ ପ୍ରସିଦ୍ଧ ଅଭିନେତ୍ରୀ । ତାଙ୍କର ଅନେକ ଫିଲ୍ମ ସୁପରହିଟ୍ ହୋଇଥିଲା । ମାତ୍ରା ୧୦ ବର୍ଷରେ ସେ ଶିଶୁ କଳାକାର ଭାବେ ସିନେମା ଜଗତରେ ପାଦ ଦେଇଥିଲେ । ପ୍ରଥମ ଥର ସେ ୧୯୫୨ରେ 'ମା' ଚଳଚ୍ଚିତ୍ରରେ ଶିଶୁ କଳାକାର ଭାବେ ନଜର ଆସିଥିଲେ । ଫିଲ୍ମରେ ତାଙ୍କ ନିପୁଣ ଅଭିନୟ ଦର୍ଶକଙ୍କୁ ବିମୋହିତ କରିଥିଲା । ତାଙ୍କ ସମୟର ସବୁଠାରୁ ସୁନ୍ଦର ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ଥିଲେ ଆଶା । ସେହି ସମୟର ବଡ ତାରକା ରାଜେଶ ଖାନ୍ନା, ମନୋଜ କୁମାର, ସୁନୀଲ ଦତ୍ତ ଏବଂ ଧର୍ମେନ୍ଦ୍ରଙ୍କ ସହ ବଡପରଦାରେ ଦେଖିବା ପାଇଁ ମିଳିଥିଲା ଆଶାଙ୍କ ସୁନ୍ଦର ଅଭିନୟ । ଅଭିନେତ୍ରୀଙ୍କ ଯୋଡି ପ୍ରତ୍ୟେକ ଷ୍ଟାରଙ୍କ ସହ ହିଟ୍ ପ୍ରମାଣିତ ହୋଇଥିଲା । ଦିଲ୍ ଦେକେ ଦେଖୋ, ଯବ୍ ପ୍ୟାର୍ କିସି ସେ ହୋତା ହେ, ଫିର୍ ୱ ଦିଲ୍ ଲାୟା ହୁଁ, ତିସରି ମଞ୍ଜିଲ୍, ପ୍ୟାରକା ମୌସମ୍, ଦୋ ବଦନ୍, ମେ ତୁଲସୀ ତେରେ ଆଙ୍ଗନ୍ କି, କଟି ପତଙ୍ଗ ଭଳି ସୁପରହିଟ୍ ସିନେମାରେ ନଜର ଆସିଥିଲେ ଅଭିନେତ୍ରୀ ଆଶା ପାରେଖ୍ ।
-
ବ୍ରିଟେନକୁ ସିଧାସଳଖ ଚେତାବନୀ ଦେଲା ଇରାନ, କହିଲା ଆମେରିକାକୁ ସାହାଯ୍ୟ କରିବା ପଡ଼ିବ ମହଙ୍ଗା -
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications