ଆରପାରିରେ ଆଉ ଜଣେ ବର୍ଷୀୟାନ ଓଲିଉଡ ଅଭିନେତା
ବର୍ଷୀୟାନ ଚଳଚ୍ଚିତ୍ର ଅଭିନେତା ଶାନ୍ତି ସ୍ବରୂପ ମିଶ୍ରଙ୍କ ଆଜି ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା।
ଭୁବନେଶ୍ଵର: ବର୍ଷୀୟାନ ଚଳଚ୍ଚିତ୍ର ଅଭିନେତା ଶାନ୍ତି ସ୍ବରୂପ ମିଶ୍ରଙ୍କ ଆଜି ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା। ସମ୍ବଲପୁରର ଏକ ଘରୋଇ ନର୍ସିଂହୋମରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଗାଧୁଆ ଘରେ ପଡ଼ିଯାଇ ଗୁରୁତର ଆହତ ହୋଇଥିଲେ ଶାନ୍ତି ସ୍ୱରୂପ।

ମନ ଆକାଶ (୧୯୭୪), କୃଷ୍ଣ ସୁଦାମା (୧୯୭୬), ବନ୍ଧୁ ମହାନ୍ତି ଆଦି ଚଳଚ୍ଚିତ୍ରରେ ଶାନ୍ତିସ୍ବରୂପ ଉଚ୍ଚକୋଟିର ଅଭିନୟ କରି ଦର୍ଶକଙ୍କ ମନ ଜିଣି ପାରିଥିଲେ। ତାଙ୍କ ମୃତ୍ୟୁରେ ଓଡ଼ିଆ ଜଗତର ସିନେ କଳାକାରଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ନିତାଇ ପାଲିତ୍ଙ୍କ ନିର୍ଦ୍ଦେଶନାରେ ଆଇଡିଆଲ ପ୍ରଡକ୍ସନ ଦ୍ୱାରା ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ମନ ଆକାଶ ୧୯୭୪ ମସିହାରେ ମୁକ୍ତିଲାଭ କରିଥିଲା ।












Click it and Unblock the Notifications