'ନାଗୀନ' ଫିଲ୍ମର ନିର୍ଦ୍ଦେଶକ ରାଜକୁମାର କୋହଲିଙ୍କ ଦେହାନ୍ତ, ବାଥରୁମରେ ହେଲା ହାର୍ଟଆଟାକ୍

Veteran Film Director Rajkumar Kohli Passes Away: ବଲିଉଡ ଭେଟେରାନ ଚଳଚ୍ଚିତ୍ର ନିର୍ମାତା ରାଜକୁମାର କୋହଲିଙ୍କର ଦେହାନ୍ତ ହୋଇଛି । ୯୫ ବର୍ଷ ବୟସରେ ହୃତଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି । ରିପୋର୍ଟ ଅନୁସାରେ, ଆଜି ସକାଳେ ଦୀର୍ଘ ସମୟ ଧରି ସେ ବାଥରୁମରୁ ବାହାରି ନଥିଲେ, ଯାହା ପରେ ତାଙ୍କୁ ବାଥରୁମ କବାଟ ଭାଙ୍ଗି ବାହାରକୁ ଅଣାଯାଇଥିଲା । ହେଲେ ସେତେବେଳେକୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।


ପରିବାର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆଜି ସକାଳ ପ୍ରାୟ ୮ଟା ସମୟରେ ରାଜକୁମାର କୋହଲି ଗାଧୋଇବାକୁ ବାଥରୁମକୁ ଯାଇଥିଲେ। କିନ୍ତୁ ସେ ଦୀର୍ଘ ସମୟ ପର୍ଯ୍ୟନ୍ତ ବାହାରକୁ ଆସିନଥିଲେ। ଯାହା ପରେ ତାଙ୍କ ପୁଅ ଅରମାନ କୋହଲି ବାଥରୁମ କବାଟ ଭାଙ୍ଗି ବାପାଙ୍କୁ ବାହାରକୁ ଆଣିଥିଲେ ଏବଂ ତୁରନ୍ତ ତାଙ୍କୁ ଡାକ୍ତରଖାନା ନେଇଥିଲେ । ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ମୁମ୍ବାଇର ଜୁହୁ ଅଞ୍ଚଳରେ ଅବସ୍ଥିତ ଏକ ବଙ୍ଗଳାରେ ଘଟିଛି। ଆଜି ସନ୍ଧ୍ୟାରେ ରାଜକୁମାର କୋହଲିଙ୍କ ଶେଷ ରୀତିନୀତି ଅନୁଷ୍ଠିତ ହେବ ।

ଚଳଚ୍ଚିତ୍ର ନିର୍ମାତା ରାଜକୁମାର କୋହଲି ତାଙ୍କ କ୍ୟାରିୟରରେ 'ନାଗିନ୍', 'ଜାନି ଦୁଷ୍ମନ','ବଦଲେ କି ଆଗ', 'ରାଜ ତିଲକ', ଭଳି ଅନେକ ଚଳଚ୍ଚିତ୍ର କରିଛନ୍ତି । ତାଙ୍କର ସବୁଠାରୁ ବଡ ହିଟ୍ ମଧ୍ୟରେ 'ନାଗିନ୍' ଏବଂ 'ଜାନି ଦୁଶମନ' ଅନ୍ୟତମ । ରାଜକୁମାର କୋହଲି 1962 ମସିହାରେ ସପ୍ନି ନାମକ ଏକ ଚଳଚ୍ଚିତ୍ର ନିର୍ମାଣ କରିଥିଲେ ଯେଉଁଥିରେ ପ୍ରେମ ଚୋପ୍ରା ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ।

Rajkumar Kohli Passes Away

ରାଜକୁମାର କୋହଲିଙ୍କ ନିର୍ଦ୍ଦେଶିତ 'ଜାନି ଦୁଷ୍ମନ' ଏକ ମଲ୍ଟି ଷ୍ଟାରର ଚଳଚ୍ଚିତ୍ର ଯେଉଁଥିରେ ଅକ୍ଷୟ କୁମାର, ସନ୍ନି ଦେଓଲ, ସୁନୀଲ ଶେଟ୍ଟୀ, ସୋନୁ ନିଗମ, ଅରମାନ କୋହଲି ଅଭିନୟ କରିଥିଲେ। ଏହି ଚଳଚ୍ଚିତ୍ର 2002 ମସିହାରେ ମୁକ୍ତିଲାଭ କରିଥିଲା ​​। ରାଜକୁମାର କୋହଲି ତାଙ୍କ ପୁଅ ଅରମାନ କୋହଲିଙ୍କୁ 1992ରେ 'ବିରୋଧି' ଚଳଚ୍ଚିତ୍ର ଜରିଆରେ ବଲିଉଡରେ ଲଞ୍ଚ କରିଥିଲେ। ହେଲେ ବଲିଉଡରେ ତାଙ୍କର କ୍ୟାରିୟର କିଛି ଖାସ୍ ଟେକ ଅଫ୍ ନେଇନଥିଲା । ଫିଲ୍ମ 'ପ୍ରେମ ରତନ ଧନ ପାୟୋ'ରେ ଅରମାନ କୋହଲିଙ୍କୁ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+