ଭେଟରାନ ଅଭିନେତା ବିକ୍ରମ ଗୋଖଲେଙ୍କର ପରଲୋକ

ଭେଟରାନ ଅଭିନେତା ବିକ୍ରମ ଗୋଖଲେଙ୍କର ପରଲୋକ

ମୁମ୍ବାଇ: ବଲିଉଡର ଭେଟରାନ ଅଭିନେତା ବିକ୍ରମ ଗୋଖଲେଙ୍କ ୭୫ ବର୍ଷ ବୟସରେ ପରଲୋକ । ଦୀର୍ଘଦିନ ହେବ ସେ ଅସୁସ୍ଥ ଥିଲେ । ନଭେମ୍ବର ୫ ତାରିଖରୁ ତାଙ୍କୁ ପୁଣେର ପଣ୍ଡିତ ଦୀନାନାଥ ମଙ୍ଗେଶକର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଆଜି ମଧ୍ୟାହ୍ନରେ ଡାକ୍ତରଖାନାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

 Mumbai, Bollywood

ରିପୋର୍ଟ ଅନୁସାରେ, ଅସୁସ୍ଥତା କାରଣରୁ ତାଙ୍କୁ କିଛି ଦିନ ହେବ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଧିରେ ଧିରେ ତାଙ୍କ ସ୍ୱାସ୍ଥ୍ୟ ସୁଧୁରିବାରେ ମଧ୍ୟ ଲାଗିଥିଲା ହେଲେ ଆଜି ସକାଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡି ଯାଇଥିବା କାରଣରୁ ତାଙ୍କୁ ତୁରନ୍ତ ଭେଣ୍ଟିଲେଟରକୁ ସ୍ଥାନାନ୍ତର କରାଯାଇଥିଲା ।

ବିକ୍ରମ ଗୋଖଲେ ଶହେରୁ ଅଧିକ ହିନ୍ଦୀ ଏବଂ ମରାଠୀ ଚଳଚ୍ଚିତ୍ରରେ କାମ କରିଛନ୍ତି । ଅଭିନୟ ଏବଂ ସଂଳାପ ବିତରଣ ପାଇଁ ଜଣାଶୁଣା ଅଭିନେତା ବିକ୍ରମ ଗୋଖଲେ ୨୦୦୧ ମସିହାରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର 'ତୁମ୍ ବିନ୍'ରୁ ଅତୁଳନୀୟ ଲୋକପ୍ରିୟତା ହାସଲ କରିଥିଲେ । ଅମିତାଭ ବଚ୍ଚନଙ୍କ ଫିଲ୍ମ 'ଅଗ୍ନିପଥ' ଓ ସଞ୍ଜୟ ଲୀଲା ବଂଶାଲୀଙ୍କ 'ହମ୍ ଦିଲ ଦେ ଚୁକେ ସନମ', ମିଶନ ମଙ୍ଗଲ, ଭୁଲ ଭୁଲେୟା, ଦେ ଦନା ଦନ, ପରି ସୁପରହିଟ୍ ଫିଲ୍ମରେ ଦେଖିବା ପାଇଁ ମିଳିଥିଲା ଅଭିନେତାଙ୍କ ଜବରଦସ୍ତ ଅଭିନୟ ।

ବିକ୍ରମ ଗୋଖଲେ କେବଳ ହିନ୍ଦୀ ଚଳଚ୍ଚିତ୍ରରେ ନୁହେଁ ମରାଠୀ ଥିଏଟର ଟିଭିରେ ମଧ୍ୟ ଲୋକପ୍ରିୟ ଅଭିନେତା ସାଜିଥିଲେ । ସେ ୧୪ ନଭେମ୍ବର ୧୯୪୫ ରେ ଏକ କଳାକାର ପରିବାରରେ ଜନ୍ମଗ୍ରହଣ କରିଥିଲେ । ଗୋଖଲେ ମରାଠୀ ଥିଏଟର ଏବଂ ଚଳଚ୍ଚିତ୍ର କଳାକାର ଚନ୍ଦ୍ରକାନ୍ତ ଗୋଖଲେଙ୍କ ପୁତ୍ର । ତାଙ୍କ ଜେଜେମା 'କମଲାବାଇ ଗୋଖଲେ ଭାରତୀୟ ସିନେମାର ପ୍ରଥମ ମହିଳା ଶିଶୁ କଳାକର ଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+