For Quick Alerts
Turn On Notification  
For Daily Alerts
Oneindia App Download

ଜେଜେମା ଥିଲେ ପ୍ରଥମ ମହିଳା ଶିଶୁ କଳାକାର, ପିତା ମରାଠୀ ଅଭିନେତା, ବିକ୍ରମ କରିଥିଲେ ବଲିଉଡରେ ରାଜ୍

ଜେଜେମା ଥିଲେ ପ୍ରଥମ ମହିଳା ଶିଶୁ କଳାକାର, ପିତା ମରାଠୀ ଅଭିନେତା, ବିକ୍ରମ କରିଥିଲେ ବଲିଉଡରେ ରାଜ୍

|

ମୁମ୍ବାଇ: ଚଳଚ୍ଚିତ୍ର ଜଗତ ପାଇଁ ଅଭିନେତା ବିକ୍ରମ ଗୋଖଲେଙ୍କ ଅବଦାନ ଅତୁଳନୀୟ । ନିଜର ପ୍ରତିଟି ଚରିତ୍ର ବା କ୍ୟାରେକ୍ଟର ଜରିଆରେ ଦର୍ଶକଙ୍କ ମନରେ ଏକ ସ୍ୱତନ୍ତ୍ର ଛାପ ଛାଡି ଯାଇଛନ୍ତି ଅଭିନେତା । ଆଜି ସେ ଆମ ଗହଣରେ ନାହଁନ୍ତି ସତ ହେଲେ ତାଙ୍କ ଡାଇଲଗ୍ ଆଜି ସମସ୍ତଙ୍କ ମୁହଁରେ । ଚାଲନ୍ତୁ ଅଭିନେତା ବିକ୍ରମ ଗୋଖଲେଙ୍କ ଜୀବନର କିଛି ଖାସ୍ ଫର୍ଦ୍ଦ ଉପରେ ନଜର ପକାଇବା ।

 Vikram Gokhale

ଜେଜେମା ଥିଲେ ପ୍ରଥମ ମହିଳା ଶିଶୁ କଳାକାର
ସିନେମା, ଅଭିନୟ, ନାଟକ ପ୍ରତି କେବଳ ବିକ୍ରମଙ୍କର ରୁଚି ନଥିଲା । ଅଭିନୟର ଉପହାର ସେ ନିଜ ପରିବାରଠୁ ପାଇ ଥିଲେ । ପିତା ଚନ୍ଦ୍ରକାନ୍ତ ଗୋଖଲେ ଥିଲେ ମରାଠୀ ଚଳଚ୍ଚିତ୍ରର ଅଭିନେତା, ଅନେକ ନାଟକରେ ମଧ୍ୟ ତାଙ୍କୁ ଦେଖିବା ପାଇଁ ମିଳିଥିଲା । ଖୁବ କମ ଲୋକ ଏହା ଜାଣିଥିବେ ଯେ ଅଭିନେତାଙ୍କ ଜେଜେମା କମଲାବାଇ ଗୋଖଲେ ଭାରତୀୟ ସିନେମାର ପ୍ରଥମ ମହିଳା ଶିଶୁ କଳାକର ଥିଲେ ।

ସୂଚନା ଥାଉଯେ, ଭାରତୀୟ ଚଳଚ୍ଚିତ୍ରର ପ୍ରଥମ ଅଭିନେତ୍ରୀ ଭାବରେ ପ୍ରସିଦ୍ଧ ଦୁର୍ଗାବାଇ କାମାଟ ବିକ୍ରମ ଗୋଖଲେଙ୍କ ପୂର୍ବଜ ଥିଲେ । ୧୯୧୩ ମସିହାରେ, ଦାଦାସାହେବ ଫାଲକେ ଦୁର୍ଗାବାଇ କାମାଟଙ୍କୁ ତାଙ୍କର ଦ୍ୱିତୀୟ ଚଳଚ୍ଚିତ୍ର 'Mohini Bhasmasur'ରେ ଦେବୀ ପାର୍ବତୀ ଭୂମିକାରେ ଅଭିନୟ କରିବା ପାଇଁ ଉପହାର ଦେଇଥିଲେ । ଯେଉଁ ସମୟରେ ଦୁର୍ଗାବାଇ ନିଜ ଝିଅ 'କମଲାବାଇ ଗୋଖଲେଙ୍କୁ ଶିଶୁ କଳାକାର ଭାବରେ ପରଦାରେ ଉପସ୍ଥାପିତ କରିଥିଲେ । ଚଳଚ୍ଚିତ୍ରରେ କାମ କରିବା ହେତୁ କମଲାବାଇ ମାତ୍ର ୧୫ ବର୍ଷ ବୟସରେ ସେଲିବ୍ରିଟି ପାଲଟିଯାଇଥିଲେ । ସେ ଦୁର୍ଗାବାଇ ଏବଂ କମଲାବାଇ ଡ୍ରାମା କମ୍ପାନୀରେ କାମ କରୁଥିଲେ । ସେହି ସମୟର ପ୍ରସିଦ୍ଧ ଡ୍ରାମା କମ୍ପାନୀର ଅଭିନେତା ରଘୁନାଥ ରାଓ ଗୋଖଲେଙ୍କୁ ବିବାହ କରିଥିଲେ କମଲାବାଇ । ତାଙ୍କର ତିନୋଟି ସନ୍ତାନ ଥିଲେ । ୧୯୯୭ରେ ୯୮ ବର୍ଷ ବୟସରେ ଦୁର୍ଗାବାଇ କାମାଟ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଚଳଚ୍ଚିତ୍ରରେ କାମ କରିବା ପାଇଁ ତାଙ୍କୁ ସମାଜର ବିରୋଧକୁ ସହ୍ୟ କରିବା ପାଇଁ ପଡିଥିଲା ହେଲେ ନିଜ କଳା, ଜିଦ୍ ଏବଂ ଅଭିନୟ କରିବା ସେ ଛାଡି ନଥିଲେ ।

ତେବେ ବିକ୍ରମ ଗୋଖଲେ କେବଳ ହିନ୍ଦୀ ଚଳଚ୍ଚିତ୍ରରେ ନୁହେଁ ମରାଠୀ ଥିଏଟର ଟିଭିରେ ମଧ୍ୟ ଲୋକପ୍ରିୟ ଅଭିନେତା ସାଜିଥିଲେ । ସେ ୧୪ ନଭେମ୍ବର ୧୯୪୫ ରେ ଏକ କଳାକାର ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେ ଅଗ୍ନିପଥ, ହମ୍ ଦିଲ୍ ଦେ ଚୁକେ ସନମ, ଖୁଦା ଗବାହ, ପରି ସୁପରହିଟ୍ ଫିଲ୍ମରେ କାମ କରିଥିଲେ । ୨୦୧୦ରେ ସେ ମରାଠୀ ଚଳଚ୍ଚିତ୍ର 'ଅନୁମତି'ରେ ଉତ୍ତମ ଅଭିନୟ ପାଇଁ ଶ୍ରେଷ୍ଠ ଅଭିନେତା ଭାବେ ଜାତୀୟ ପୁରଷ୍କାର ପାଇଥିଲେ । କେବେଳ ସିନେମା ନୁହେଁ ଅନେକ ଟେଲି ଶୋ'ରେ ଯେପରି ସଞ୍ଜୀବନୀ, ଇନ୍ଦ୍ରଧନୁ, ଜାନା ନା ଦିଲ ସେ ଦୁର ପରି ସିରିୟଲରେ କାମ କରି ଦର୍ଶକଙ୍କ ହୃଦୟ ଜଣିଥିଲେ । ଅଜୟ ଗୋଖଲେଙ୍କ ପରଲୋକ ପରେ ବଲିଉଡ ଏବଂ ଟେଲିଭିଜନ ଜଗତରେ ଶୋକର ଛାୟା ଖେଳିଯାଇଛି । ଅନିଲ କପୁର, ମନୋଜ ବାଜପେୟୀ, ଅନୁପମ ଖେରଙ୍କ ପରି କଳାକର ଶୋକବ୍ୟକ୍ତ କରିଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Veteran Actor Vikram Gokhale: Grandmother was the first female child artist
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X