ଜେଜେମା ଥିଲେ ପ୍ରଥମ ମହିଳା ଶିଶୁ କଳାକାର, ପିତା ମରାଠୀ ଅଭିନେତା, ବିକ୍ରମ କରିଥିଲେ ବଲିଉଡରେ ରାଜ୍

ଜେଜେମା ଥିଲେ ପ୍ରଥମ ମହିଳା ଶିଶୁ କଳାକାର, ପିତା ମରାଠୀ ଅଭିନେତା, ବିକ୍ରମ କରିଥିଲେ ବଲିଉଡରେ ରାଜ୍

ମୁମ୍ବାଇ: ଚଳଚ୍ଚିତ୍ର ଜଗତ ପାଇଁ ଅଭିନେତା ବିକ୍ରମ ଗୋଖଲେଙ୍କ ଅବଦାନ ଅତୁଳନୀୟ । ନିଜର ପ୍ରତିଟି ଚରିତ୍ର ବା କ୍ୟାରେକ୍ଟର ଜରିଆରେ ଦର୍ଶକଙ୍କ ମନରେ ଏକ ସ୍ୱତନ୍ତ୍ର ଛାପ ଛାଡି ଯାଇଛନ୍ତି ଅଭିନେତା । ଆଜି ସେ ଆମ ଗହଣରେ ନାହଁନ୍ତି ସତ ହେଲେ ତାଙ୍କ ଡାଇଲଗ୍ ଆଜି ସମସ୍ତଙ୍କ ମୁହଁରେ । ଚାଲନ୍ତୁ ଅଭିନେତା ବିକ୍ରମ ଗୋଖଲେଙ୍କ ଜୀବନର କିଛି ଖାସ୍ ଫର୍ଦ୍ଦ ଉପରେ ନଜର ପକାଇବା ।

 Vikram Gokhale

ଜେଜେମା ଥିଲେ ପ୍ରଥମ ମହିଳା ଶିଶୁ କଳାକାର
ସିନେମା, ଅଭିନୟ, ନାଟକ ପ୍ରତି କେବଳ ବିକ୍ରମଙ୍କର ରୁଚି ନଥିଲା । ଅଭିନୟର ଉପହାର ସେ ନିଜ ପରିବାରଠୁ ପାଇ ଥିଲେ । ପିତା ଚନ୍ଦ୍ରକାନ୍ତ ଗୋଖଲେ ଥିଲେ ମରାଠୀ ଚଳଚ୍ଚିତ୍ରର ଅଭିନେତା, ଅନେକ ନାଟକରେ ମଧ୍ୟ ତାଙ୍କୁ ଦେଖିବା ପାଇଁ ମିଳିଥିଲା । ଖୁବ କମ ଲୋକ ଏହା ଜାଣିଥିବେ ଯେ ଅଭିନେତାଙ୍କ ଜେଜେମା କମଲାବାଇ ଗୋଖଲେ ଭାରତୀୟ ସିନେମାର ପ୍ରଥମ ମହିଳା ଶିଶୁ କଳାକର ଥିଲେ ।

ସୂଚନା ଥାଉଯେ, ଭାରତୀୟ ଚଳଚ୍ଚିତ୍ରର ପ୍ରଥମ ଅଭିନେତ୍ରୀ ଭାବରେ ପ୍ରସିଦ୍ଧ ଦୁର୍ଗାବାଇ କାମାଟ ବିକ୍ରମ ଗୋଖଲେଙ୍କ ପୂର୍ବଜ ଥିଲେ । ୧୯୧୩ ମସିହାରେ, ଦାଦାସାହେବ ଫାଲକେ ଦୁର୍ଗାବାଇ କାମାଟଙ୍କୁ ତାଙ୍କର ଦ୍ୱିତୀୟ ଚଳଚ୍ଚିତ୍ର 'Mohini Bhasmasur'ରେ ଦେବୀ ପାର୍ବତୀ ଭୂମିକାରେ ଅଭିନୟ କରିବା ପାଇଁ ଉପହାର ଦେଇଥିଲେ । ଯେଉଁ ସମୟରେ ଦୁର୍ଗାବାଇ ନିଜ ଝିଅ 'କମଲାବାଇ ଗୋଖଲେଙ୍କୁ ଶିଶୁ କଳାକାର ଭାବରେ ପରଦାରେ ଉପସ୍ଥାପିତ କରିଥିଲେ । ଚଳଚ୍ଚିତ୍ରରେ କାମ କରିବା ହେତୁ କମଲାବାଇ ମାତ୍ର ୧୫ ବର୍ଷ ବୟସରେ ସେଲିବ୍ରିଟି ପାଲଟିଯାଇଥିଲେ । ସେ ଦୁର୍ଗାବାଇ ଏବଂ କମଲାବାଇ ଡ୍ରାମା କମ୍ପାନୀରେ କାମ କରୁଥିଲେ । ସେହି ସମୟର ପ୍ରସିଦ୍ଧ ଡ୍ରାମା କମ୍ପାନୀର ଅଭିନେତା ରଘୁନାଥ ରାଓ ଗୋଖଲେଙ୍କୁ ବିବାହ କରିଥିଲେ କମଲାବାଇ । ତାଙ୍କର ତିନୋଟି ସନ୍ତାନ ଥିଲେ । ୧୯୯୭ରେ ୯୮ ବର୍ଷ ବୟସରେ ଦୁର୍ଗାବାଇ କାମାଟ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଚଳଚ୍ଚିତ୍ରରେ କାମ କରିବା ପାଇଁ ତାଙ୍କୁ ସମାଜର ବିରୋଧକୁ ସହ୍ୟ କରିବା ପାଇଁ ପଡିଥିଲା ହେଲେ ନିଜ କଳା, ଜିଦ୍ ଏବଂ ଅଭିନୟ କରିବା ସେ ଛାଡି ନଥିଲେ ।

ତେବେ ବିକ୍ରମ ଗୋଖଲେ କେବଳ ହିନ୍ଦୀ ଚଳଚ୍ଚିତ୍ରରେ ନୁହେଁ ମରାଠୀ ଥିଏଟର ଟିଭିରେ ମଧ୍ୟ ଲୋକପ୍ରିୟ ଅଭିନେତା ସାଜିଥିଲେ । ସେ ୧୪ ନଭେମ୍ବର ୧୯୪୫ ରେ ଏକ କଳାକାର ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେ ଅଗ୍ନିପଥ, ହମ୍ ଦିଲ୍ ଦେ ଚୁକେ ସନମ, ଖୁଦା ଗବାହ, ପରି ସୁପରହିଟ୍ ଫିଲ୍ମରେ କାମ କରିଥିଲେ । ୨୦୧୦ରେ ସେ ମରାଠୀ ଚଳଚ୍ଚିତ୍ର 'ଅନୁମତି'ରେ ଉତ୍ତମ ଅଭିନୟ ପାଇଁ ଶ୍ରେଷ୍ଠ ଅଭିନେତା ଭାବେ ଜାତୀୟ ପୁରଷ୍କାର ପାଇଥିଲେ । କେବେଳ ସିନେମା ନୁହେଁ ଅନେକ ଟେଲି ଶୋ'ରେ ଯେପରି ସଞ୍ଜୀବନୀ, ଇନ୍ଦ୍ରଧନୁ, ଜାନା ନା ଦିଲ ସେ ଦୁର ପରି ସିରିୟଲରେ କାମ କରି ଦର୍ଶକଙ୍କ ହୃଦୟ ଜଣିଥିଲେ । ଅଜୟ ଗୋଖଲେଙ୍କ ପରଲୋକ ପରେ ବଲିଉଡ ଏବଂ ଟେଲିଭିଜନ ଜଗତରେ ଶୋକର ଛାୟା ଖେଳିଯାଇଛି । ଅନିଲ କପୁର, ମନୋଜ ବାଜପେୟୀ, ଅନୁପମ ଖେରଙ୍କ ପରି କଳାକର ଶୋକବ୍ୟକ୍ତ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+