ପରଲୋକରେ ଭେଟେରାନ୍ ଅଭିନେତା ଧର୍ମେନ୍ଦ୍ର
ଚଳଚ୍ଚିତ୍ର ଜଗତରୁ ଆସିଛି ଏକ ବଡ଼ ଦୁଃଖ ଖବର । ବର୍ଷିଆନ ଅଭିନେତା ଧର୍ମେନ୍ଦ୍ର ଆଉ ନାହାନ୍ତି । ୮୯ ବର୍ଷ ବୟସରେ ଧର୍ମେନ୍ଦ୍ର ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି । କିଛି ଦିନ ହେଲା ଧର୍ମେନ୍ଦ୍ର ଖରାପ ସ୍ବାସ୍ଥ୍ୟ କାରଣରୁ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଧର୍ମେନ୍ଦ୍ରଙ୍କ ବିୟୋଗରେ ସାରା ବଲିଉଡରେ ଶୋକର ଲହରୀ ଖେଳାଇ ଦେଇଛି ।
ମୁମ୍ବାଇର ବ୍ରୀଚ କ୍ୟାଣ୍ଡି ହସ୍ପିଟାଲରେ ଧର୍ମେନ୍ଦ୍ର ଚିକିତ୍ସିତ ହେଉଥିଲେ । ପରେ ତାଙ୍କୁ ଘରକୁ ନିଆଯାଇଥିଲା । ଘରେ ରହି ଧର୍ମେନ୍ଦ୍ର ଚିକିତ୍ସିତ ହେଉଥିଲେ । ମାତ୍ର ଆଜି ସେ ସମସ୍ତଙ୍କୁ ଛାଡ଼ି ପରଲୋକ ଗମନ କରିଛନ୍ତି ।ଅକ୍ଟୋବର ୧୦ରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇଥିଲା । ଫଳରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ଏହା ପରେ ତାଙ୍କୁ ଗତ ୧୨ ତାରିଖରେ ଡିସଚାର୍ଜ କରାଯାଇଥିଲା । ଯାହା ପରେ ସେ ଘରେ ରହି ଚିକିତ୍ସିତ ହେଉଥିଲେ । ହେଲେ ଆଜି ୨୪ ନଭେମ୍ୱରରେ ସେ ଆଖି ବୁଜିଛନ୍ତି ।

ସେପଟେ ମୁମ୍ବାଇରେ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ବାସଭବନରେ ସେଲିବ୍ରିଟିମାନେ ପହଞ୍ଚିବା ଆରମ୍ଭ କରିଛନ୍ତି । ମୁମ୍ବାଇର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ବାସଭବନରୁ ଏକ ଆମ୍ବୁଲାନ୍ସ ବାହାରିଛି । ଅନ୍ୟପଟେ ମୁମ୍ବାଇର ଭିଲେ ପାର୍ଲେ ଶ୍ମଶାନରେ ପହଞ୍ଚିଛନ୍ତି ଅମିତାଭ ବଚ୍ଚନ ଏବଂ ଅଭିଷେକ ବଚ୍ଚନ ।ଧର୍ମେନ୍ଦ୍ରଙ୍କ ପରିବାର କହିଲେ, ସନ୍ନି ଦେଓଲ ଏବଂ ବବି ଦେଓଲ ଧର୍ମେନ୍ଦ୍ର ଏବଂ ତାଙ୍କର ପ୍ରଥମ ପତ୍ନୀ ପ୍ରକାଶ କୌରଙ୍କ ସନ୍ତାନ । ତାଙ୍କର ଦୁଇ ଭଉଣୀ ମଧ୍ୟ ଅଛନ୍ତି, ଯେଉଁମାନେ ଲାଇମଲାଇଟ୍ ଠାରୁ ଦୂରରେ ରୁହନ୍ତି । ଏଥିସହିତ ଇଶା ଦେଓଲ ଏବଂ ଆହାନା ଦେଓଲ ଧର୍ମେନ୍ଦ୍ର-ହେମା ମାଲିନିଙ୍କ ଝିଅ ଅଟନ୍ତି । ସନ୍ନି ଏବଂ ବବିଙ୍କ ସହ ଇଶା ଏବଂ ଆହାନାଙ୍କୁ ବହୁତ କମ୍ ଦେଖିବାକୁ ମିଳିଥାଏ ।
-
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ଆଜିଠୁ୯ ଯାଏଁ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା, ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି -
ସରକାରଙ୍କ ବଡ଼ ନିଷ୍ପତ୍ତି, ତୃତୀୟ ସନ୍ତାନ ଜନ୍ମ କଲେ ମିଳିବ ୨୫ ହଜାର -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ -
ନେପାଲରେ ବାଲେନ ଶାହ ସରକାର ! -
ଖେମିନିଙ୍କ ସୋସିଆଲ ମିଡିଆ ଆକାଉଣ୍ଟରୁ ଇସ୍ରାଏଲକୁ ଧମକ, ଇସ୍ରାଏଲୀକୁ ସିଧାସଳଖ ଚେତାବନୀ -
ପୁଣି ବଦଳିଲା ସୁନା-ରୁପା ଦର : ଆଜି ଏତିକି.... -
ଜଳସଂପଦ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ରବିବାର ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ ଫାଇଟ୍; ଅପରାହ୍ଣ ୫.୩୦ରେ ଆରମ୍ଭ ହେବ ଉଦଯାପନୀ ଉତ୍ସବ












Click it and Unblock the Notifications