ଲୋକପ୍ରିୟ ଅଭିନେତା ଅରୁଣ ବାଲିଙ୍କ ପରଲୋକ
ଲୋକପ୍ରିୟ ଅଭିନେତା ଅରୁଣ ବାଲିଙ୍କ ପରଲୋକ
ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ଅରୁଣ ବାଲିଙ୍କର ପରଲୋକ । ଅନେକ ଚଳଚ୍ଚିତ୍ର ଏବଂ ଟିଭି ସିରିଏଲରେ ଅଭିନୟ କରି ସମସ୍ତଙ୍କ ହୃଦୟ ଜିଣିଥିବା ଅରୁଣ ବାଲିଙ୍କର ୭୯ ବର୍ଷ ବୟସରେ ପରଲୋକ ହୋଇଛି । ଖବର ଅନୁଯାୟୀ, ଅରୁଣ ବାଲି ସକାଳ ୪:୩୦ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଦୀର୍ଘ ସମୟ ଧରି ଅସୁସ୍ଥ ରହିବା ସହ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ ।

ଅଭିନେତା ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ। ତାଙ୍କୁ କିଛି ମାସ ପୂର୍ବରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଅରୁଣ ବାଲି ମ୍ୟାସ୍ଥେନିଆ ନାମକ ଏକ ବିରଳ ରୋଗ ସହ ଲଢୁଥିଲେ । ଏହା ଏକ ଅଟୋଇମ୍ୟୁନ ରୋଗ । ଏହି ରୋଗ ସ୍ନାୟୁ ଏବଂ ମାଂସପେଶୀ ମଧ୍ୟରେ ସମ୍ପର୍କ ବିଚ୍ଛିନ୍ନ କରିଥାଏ । ରକ୍ତ ସଂଚାଳନ ରେ ମଧ୍ୟ ସମସ୍ୟା ହୁଇଥାଏ । ଅରୁଣ ବାଲିଙ୍କ ଦେହାନ୍ତରେ ଟିଭି ଏବଂ ବଲିଉଡ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି । ଅନେକ ସେଲିବ୍ରିଟି ଏବଂ ପ୍ରଶଂସକ ସୋସିଆଲ ମିଡିଆରେ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି ।












Click it and Unblock the Notifications