ରିଲିଜ୍ ହେଲା 'Goodbye', ଅଲବିଦା କହି ଚାଲିଗଲେ ଅଭିନେତା ଅରୁଣ ବାଲି
ଅରୁଣ ବାଲିଙ୍କ ଶେଷ ଚଳଚ୍ଚିତ୍ର 'Goodbye'ହେଲା ରିଲିଜ୍,
ମୁମ୍ବାଇ: ଆଜି ବଲିଉଡର ଭେଟେରାନ ଅଭିନେତା ଅରୁଣ ବାଲି ୭୯ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସୂଚନା ଅନୁସାରେ ଦୀର୍ଘ ଦିନ ହେବ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିବାରୁ ତାଙ୍କୁ ମୁମ୍ବାଇର ହିରାନନ୍ଦାନୀ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଥିଲା । ଯେଉଁଠି ତାଙ୍କ ଚିକିତ୍ସା କରାଯାଉଥିଲା । ଅରୁଣ ବାଲି ମ୍ୟାସ୍ଥେନିଆ ନାମକ ଏକ ବିରଳ ରୋଗ ସହ ଲଢୁଥିଲେ । ଏହା ଏକ ଅଟୋଇମ୍ୟୁନ ରୋଗ । ଅରୁଣଙ୍କୁ ଶେଷ ଥର ପାଇଁ ଆମୀର ଖାନଙ୍କ ଫିଲ୍ମ 'ଲାଲ ସିଂ ଚଢା'ରେ ଦେଖିବା ପାଇଁ ମିଳିଥିଲା । ହେଲେ ଖାସ କଥା ହେଲା ଯେ ଆଜି ତାଙ୍କର ଶେଷ ଚଳଚ୍ଚିତ୍ର 'Goodbye'ପ୍ରେକ୍ଷାଳୟରେ ରିଲିଜ୍ ହୋଇଛି । ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ରଶ୍ମିକା ମନ୍ଦାନା ଏବଂ ଅମିତାଭ ବଚ୍ଚନ ନଜର ଆସୁଛନ୍ତି ।

ଶେଷ ଚଳଚ୍ଚିତ୍ର 'Goodbye'
'Goodbye'ଏକ ପାରିବାରିକ ଡ୍ରାମା ଚଳଚ୍ଚିତ୍ର । ଯାହା ସହିତ ରଶ୍ମିକା ମନ୍ଦାନା ବଲିଉଡରେ ଡେବ୍ୟୁ କରିଛନ୍ତି । ଏହି ଚଳଚ୍ଚିତ୍ରରେ ଅରୁଣ ବାଲି ମଧ୍ୟ ନଜର ଆସୁଛନ୍ତି।ତାଙ୍କୁ ଏହି ଫିଲ୍ମରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବା ପାଇଁ ମିଳୁଛି । ଟ୍ରେଲରରେ ମଧ୍ୟ ପ୍ରଶଂସକମାନେ ଅଭିନେତାଙ୍କର ଝଲକ ଦେଖିବା ପାଇଁ ପାଇଥିଲେ । ସେ ନିଜ ଅଭିନୟ ରେ ପ୍ରତ୍ୟକଥର ଭିନ୍ନ ସ୍ୱାଦ ଛାଡିଥାନ୍ତି । ତାଙ୍କର ଶେଷ ଚଳଚ୍ଚିତ୍ର ପ୍ରଶଂସକଙ୍କ ପାଇଁ ସ୍ମରଣୀୟ ରହିବ ।
ଅସୁସ୍ଥତା ସତ୍ତ୍ୱେ କରୁଥିଲେ କାମ
ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଦୀର୍ଘ ଦିନ ଧରି ଅଭିନେତା ଅସୁସ୍ଥ ଥିଲେ ଏବଂ ଗତ ଏକ ବର୍ଷ ଧରି ସେ ନ୍ୟୁରୋମସ୍କୁଲାର ରୋଗ ମ୍ୟାସ୍ଥେନିଆ ନାମକ ରୋଗରେ ପୀଡିତ ଥିଲେ। ଏହି ବିରଳ ରୋଗ ପାଇଁ ସେ ଠିକ୍ ସେ ଚାଲି ପାରୁନଥିଲେ, ବସି ମଧ୍ୟ ପାରୁନଥିଲେ ଏପରିକି କଥା କହିବାରେ ମଧ୍ୟ ତାଙ୍କୁ ଅସୁବିଧା ହେଉଥିଲା । ଏହା ସତ୍ୱେ ସେ ଚଳଚ୍ଚିତ୍ର ଏବଂ ସିରିଏଲରେ କାମ ଜାରି ରଖିଥିଲେ ।












Click it and Unblock the Notifications