‘ଦିଲ୍‌ ତେରା ଆଶିକ୍‌’ ଅଭିନେତା ମଙ୍ଗଲ ଢିଲୋଁଙ୍କ ଦେହାନ୍ତ

ମୁମ୍ବାଇ: ପ୍ରସିଦ୍ଧ ପଞ୍ଜାବୀ ଏବଂ ହିନ୍ଦୀ ଚଳଚ୍ଚିତ୍ର ଅଭିନେତା ତଥା ନିର୍ଦ୍ଦେଶକ ମଙ୍ଗଲ୍‌ ଢିଲୋଁଙ୍କର ଆଜି ପରଲୋକ ହୋଇଛି । କର୍କଟ ରୋଗ ସହିତ ଦୀର୍ଘ ଦିନ ଲଢ଼ିବା ପରେ ଅଭିନେତା ସବୁଦିନ ପାଇଁ ଦୁନିଆରୁ ବିଦାୟ ନେଇଛନ୍ତି । ତାଙ୍କ ମୃତ୍ୟୁରେ ଅଭିନେତାଙ୍କ ପରିବାର ଲୋକ ଏବଂ ପ୍ରଶଂସକମାନେ ଶୋକ ବ୍ୟକ୍ତ କରିଛନ୍ତି ।

ଦୀର୍ଘ ଦିନ ଧରି ସେ କର୍କଟ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ । କିଛି ଦିନ ପୂର୍ବରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଥିଲା । ଫଳରେ ତୁରନ୍ତ ତାଙ୍କୁ ଲୁଧିଆନାର ଏକ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଉ ଆଜି ସକାଳେ ସେଠାରେ ତାଙ୍କର ଅକାଳ ବିୟୋଗ ଘଟିଛି ।

Mangal Dhillon Passed Away

ସୂଚନାଥାଉ କି, ମଙ୍ଗଲ ଧୀଲନଙ୍କ ଜନ୍ମ ପଞ୍ଜାବ ଫରିଦକୋଟ ଜିଲ୍ଲାରେ ଏକ ଶିଖ ପରିବାରରେ ଜନ୍ମଗ୍ରହଣ କରିଥିଲ । ସ୍କୁଲ ପଢା ଏକ ସରକାରୀ ବିଦ୍ୟାଳୟରେ ଶେଷ କରିବା ପରେ ସେ ଉତ୍ତରପ୍ରଦେଶ ଚାଲିଯାଇଥିଲେ । ୧୯୮୦ରେ ଅଭିନୟରେ ପୋଷ୍ଟ ଗ୍ରାଜୁଏସନ୍ କୋର୍ସ କଲେ । ଏହାସହ ଦିଲ୍ଲୀର ଥିଏଟରରେ ମଧ୍ୟ କାମ କରିବାକୁ ଆରମ୍ଭ କଲେ । ଏହାପରେ ୧୯୮୬ରେ ଟିଭି ଶୋ' 'କଥା ସାଗର'ରେ ଅଭିନୟ କରିବାକୁ ତାଙ୍କ ପ୍ରଥମ ସୁଯୋଗ ମିଳିଥିଲା ।

ମଙ୍ଗଲ୍‌ ଢିଲୋଁଙ୍କ ଅଭିନୟ ଯାତ୍ରା

୧୯୮୬ 'କଥା ସାଗର' ପରେ ସେହି ବର୍ଷ ମଧ୍ୟ ଆଉ ଏକ ଟେଲିଭିଜନ୍‌ ସୋ' 'ବୁନିୟାଦ୍‌'ରେ ଲୁଭାୟା ରାମ୍‌ ଚରିତ୍ରରେ ଅଭିନୟ କରିଥିଲେ । ତା'ପରେ ୧୯୮୮ରେ ରେଖାଙ୍କ ଅଭିନୀତ 'ଖୁନ୍‌ ଭରି ମାଙ୍ଗ୍‌' ଚଳଚ୍ଚିତ୍ରରେ ଜଣେ ଆଡ୍‌ଭୋକେଟ୍‌ ଚରିତ୍ରରେ ଅଭିନୟ କରିଥିଲେ । କିଛି ବର୍ଷ ଚଳଚ୍ଚିତ୍ରରେ ଅଭିନୟ କରି ପୁଣି ୧୯୯୩ରେ ଟେଲିଭିଜନ୍‌ ସୋ' 'ଜୁନୁନ୍‌'ରେ ସୁମେର୍‌ ରାଜବଂଶ ଭୂମିକାରେ ଅଭିନୟ କଲେ। ସେହିପରି ୨୦୦୦ ମସିହାରେ ପ୍ରସାରିତ ଟେଲିଭିଜନ୍‌ ସୋ' 'ନୂରଜହାଁ'ରେ ଆକ୍‌ବର୍‌ ଭୂମିକାରେ ଅଭିନୟ କରିଥିଲେ । ଏହାଛଡ଼ା, 'କିସ୍‌ମତ୍‌', 'ଦି ଗ୍ରେଟ୍‌ ମରାଠା', 'ପାନ୍ଥର୍‌', 'ଘୁଟନ୍‌', 'ସାହିଲ୍‌', 'ମୌଲାନା ଆଜାଦ୍‌', 'ମୁଜ୍‌ରିମ୍‌ ହାଜିର୍‌', 'ରିସ୍ତା', 'ଯୁଗ୍' ଆଦି ଟେଲିଭିଜନ୍‌ ସୋ'ରେ ବି ସେ ଅଭିନୟ କରିଛନ୍ତି ।

ତାଙ୍କ ଅଭିନୀତି ଫିଲ୍ମ

ମଙ୍ଗଲଙ୍କ ଅଭିନୀତ ହିନ୍ଦୀ ଚଳଚ୍ଚିତ୍ରଗୁଡ଼ିକ ମଧ୍ୟରୁ କେତୋଟି ହେଉଛି, 'ଖୁନ୍‌ ଭରି ମାଙ୍ଗ୍‌', 'ଜଖ୍‌ମୀ ଔରତ୍‌', 'ଦୟାବାନ୍‌', 'କାହାଁ ହୈ କାନୁନ୍‌', 'ନାକା ବନ୍ଦୀ', 'ଅମ୍ବା', 'ଅକେଲା', 'ଦଲାଲ୍‌', 'ପ୍ୟାର୍‌ କା ଦେବତା', 'ରଣଭୂମୀ', 'ସ୍ବର୍ଗ ୟହାଁ ନରକ୍‌ ୟହାଁ', 'ବିଶ୍ବାତ୍ମା', 'ଦିଲ୍‌ ତେରା ଆଶିକ୍', 'ଟ୍ରେନ୍‌ ଟୁ ପାକିସ୍ତାନ'। ଏହାଛଡ଼ା, ୨୦୦୩ରେ ଫର୍‌ଦୀନ୍‌ ଖାଁଙ୍କ ଅଭିନୀତ 'ଜାନାଶୀନ୍‌' ଚଳଚ୍ଚିତ୍ରରେ ମଧ୍ୟ ସେ ଅଭିନୟ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+