ଧିରେ ଧିରେ ଫର୍ମକୁ ଫେରୁଛି ବଲିଉଡ ଫିଲ୍ମ, ସୁପରହିଟ୍ ରେସରେ ଆଉ ଏକ ଫିଲ୍ମ
ଧିରେ ଧିରେ ଫର୍ମକୁ ଫେରୁଛି ବଲିଉଡ ଫିଲ୍ମ, ସୁପରହିଟ୍ ରେସରେ ଆଉ ଏକ ଫିଲ୍ମ
ମୁମ୍ବାଇ: ବରୁଣ ଧୱନ ଏବଂ କ୍ରିତି ସାନନଙ୍କ ଅଭିନୀତ ଚଳଚ୍ଚିତ୍ର 'ଭେଡିଆ' ଦର୍ଶକଙ୍କଠୁ ଭଲ ପ୍ରତିକ୍ରିୟା ସାଉଁଟୁଛି । ଏହି ହରର-କମେଡି ଫିଲ୍ମକୁ 'ଦୃଶ୍ୟମ୍ ୨' ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପଡିଥିଲା । ହେଲେ ଚଳଚ୍ଚିତ୍ରଟି ଦର୍ଶକଙ୍କୁ ଇମପ୍ରେସ କରିବାରେ ସଫଳ ହୋଇଛି । ନଭେମ୍ବର ୧୫ ରେ ପ୍ରେକ୍ଷାଳୟରେ 'ଭେଡିଆ' ମୁକ୍ତିଲାଭ କରିଥିଲା ଏବଂ ଚଳଚ୍ଚିତ୍ରର ଓପନିଂ ବେଶ୍ ଭଲ ରହିଥିଲା । ଫିଲ୍ମର ଆୟ ଉପରେ ନଜର ପକାଇଲେ 'ଭେଡିଆ' ସପ୍ତାହ ଶେଷରେ ବେଶ୍ ଭଲ ବ୍ୟବସାୟ କରିଛି । ଆସନ୍ତୁ ଦେଖିବା ତୃତୀୟ ଦିନ ଅର୍ଥାତ୍ ରବିବାର ଦିନ ଫିଲ୍ମଟି କେତେ ଆୟ କରିଛି ।

ପ୍ରଥମ ଦିନ - ୭.୪୭ କୋଟି ଟଙ୍କା
ଦ୍ୱିତୀୟ ଦିନ - ୯.୫୭ କୋଟି ଟଙ୍କା
ତୃତୀୟ ଦିନରେ - ୧୧ କୋଟି ଟଙ୍କା
ମୋଟ ଆୟ - ୨୮.୦୫ କୋଟି ଟଙ୍କା
ସୂଚନା ଅନୁସାରେ 'ଭେଡିଆ'ର ମୋଟ୍ ବଜେଟ୍ ୬୦ କୋଟି ଟଙ୍କା । ଏଭଳି ପରିସ୍ଥିତିରେ ତିନି ଦିନର ଆୟ ମେକର୍ସ ଓ କଳାକାରଙ୍କୁ ପାଇଁ ସନ୍ତୋଷଜନକ । ତେବେ ଆଗାମୀ ଦିନର ଫିଲ୍ମର ଆୟ ଆହୁରି ବଢିବ ବୋଲି ଆଶା କରାଯାଉଛି ।












Click it and Unblock the Notifications