For Quick Alerts
Turn On Notification  
For Daily Alerts
Oneindia App Download

ଧିରେ ଧିରେ ଫର୍ମକୁ ଫେରୁଛି ବଲିଉଡ ଫିଲ୍ମ, ସୁପରହିଟ୍ ରେସରେ ଆଉ ଏକ ଫିଲ୍ମ

ଧିରେ ଧିରେ ଫର୍ମକୁ ଫେରୁଛି ବଲିଉଡ ଫିଲ୍ମ, ସୁପରହିଟ୍ ରେସରେ ଆଉ ଏକ ଫିଲ୍ମ

|

ମୁମ୍ବାଇ: ବରୁଣ ଧୱନ ଏବଂ କ୍ରିତି ସାନନଙ୍କ ଅଭିନୀତ ଚଳଚ୍ଚିତ୍ର 'ଭେଡିଆ' ଦର୍ଶକଙ୍କଠୁ ଭଲ ପ୍ରତିକ୍ରିୟା ସାଉଁଟୁଛି । ଏହି ହରର-କମେଡି ଫିଲ୍ମକୁ 'ଦୃଶ୍ୟମ୍ ୨' ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପଡିଥିଲା । ହେଲେ ଚଳଚ୍ଚିତ୍ରଟି ଦର୍ଶକଙ୍କୁ ଇମପ୍ରେସ କରିବାରେ ସଫଳ ହୋଇଛି । ନଭେମ୍ବର ୧୫ ରେ ପ୍ରେକ୍ଷାଳୟରେ 'ଭେଡିଆ' ମୁକ୍ତିଲାଭ କରିଥିଲା ​​ଏବଂ ଚଳଚ୍ଚିତ୍ରର ଓପନିଂ ବେଶ୍ ଭଲ ରହିଥିଲା । ଫିଲ୍ମର ଆୟ ଉପରେ ନଜର ପକାଇଲେ 'ଭେଡିଆ' ସପ୍ତାହ ଶେଷରେ ବେଶ୍ ଭଲ ବ୍ୟବସାୟ କରିଛି । ଆସନ୍ତୁ ଦେଖିବା ତୃତୀୟ ଦିନ ଅର୍ଥାତ୍ ରବିବାର ଦିନ ଫିଲ୍ମଟି କେତେ ଆୟ କରିଛି ।

Bhediya
ନିର୍ଦ୍ଦେଶକ ଅମର କୌଶିକଙ୍କ ଫିଲ୍ମ ପ୍ରଥମ ଦିନରେ ୭.୪୭ କୋଟିର ଆୟ କରିଛି । ତେବେ ଫିଲ୍ମଟି କେବେଳ ହିନ୍ଦୀ ଭାଷାରେ ୭.୩୭ କୋଟିର ବ୍ୟବସାୟ କରିଥିବାବେଳେ ତେଲୁଗୁ ଭାଷାରେ ଏହି ଫିଲ୍ମ ୧୦ ଲକ୍ଷ ଟଙ୍କା ରୋଜଗାର କରିଛି । ରିଲିଜ୍ ହେବାର ଦ୍ୱିତୀୟ ଦିନରେ ମଧ୍ୟ 'ଭେଡିଆ'ର ଆୟ ଆଶାଠୁ ଅଧିକ ରହିଥିଲା । ଏହି ଚଳଚ୍ଚିତ୍ର ଶନିବାର ଦ୍ୱିତୀୟ ଦିନରେ ୯.୫୭ କୋଟି ଟଙ୍କା ଆୟ କରିଛି । ଏହା ମଧ୍ୟରେ ତୃତୀୟ ଦିନର ଆୟ ମଧ୍ୟ ସାମ୍ନାକୁ ଆସିଛି । 'ଭେଡିଆ' ରବିବାର ଅର୍ଥାତ୍ ତୃତୀୟ ଦିନରେ ୧୧ କୋଟିର ବ୍ୟବସାୟ କରିଛି । ତେବେ ବରୁଣ ଏବଂ କ୍ରିତି ସାନନଙ୍କ ଅଭିନୀତ ଚଳଚ୍ଚିତ୍ର ତିନି ଦିନ ମଧ୍ୟରେ ମୋଟ୍ ୨୮.୦୫ କୋଟିର ବ୍ୟବସାୟ କରିଛି।

ପ୍ରଥମ ଦିନ - ୭.୪୭ କୋଟି ଟଙ୍କା
ଦ୍ୱିତୀୟ ଦିନ - ୯.୫୭ କୋଟି ଟଙ୍କା
ତୃତୀୟ ଦିନରେ - ୧୧ କୋଟି ଟଙ୍କା
ମୋଟ ଆୟ - ୨୮.୦୫ କୋଟି ଟଙ୍କା

ସୂଚନା ଅନୁସାରେ 'ଭେଡିଆ'ର ମୋଟ୍ ବଜେଟ୍ ୬୦ କୋଟି ଟଙ୍କା । ଏଭଳି ପରିସ୍ଥିତିରେ ତିନି ଦିନର ଆୟ ମେକର୍ସ ଓ କଳାକାରଙ୍କୁ ପାଇଁ ସନ୍ତୋଷଜନକ । ତେବେ ଆଗାମୀ ଦିନର ଫିଲ୍ମର ଆୟ ଆହୁରି ବଢିବ ବୋଲି ଆଶା କରାଯାଉଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Varun Dhawan's Bhediya Box Office Weekend Collection
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X