ପିତା ହେବାକୁ ଯାଉଛନ୍ତି ବରୁଣ ଧୱନ, ସେୟାର କଲେ ଏପରି ଫଟୋ
Varun Dhawan-Natasha Dalal Announce Pregnancy: ବଲିଉଡ ତାରକା ବରୁଣ ଧୱନଙ୍କ ଘରେ ନୂଆ ଅତିଥି ଆସିବା ପାଇଁ ଯାଉଛନ୍ତି । ତିନି ବର୍ଷ ବିବାହ ପରେ ବରୁଣ ଧୱନ ପିତା ହେବାକୁ ଯାଉଛନ୍ତି । ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରି ସେ ତାଙ୍କ ପତ୍ନୀ ନତାଶାଙ୍କ ଗର୍ଭବତୀ ଥିବା ନେଇ ଘୋଷଣା କରିଛନ୍ତି।

ବରୁଣ ଧୱନଙ୍କ ପତ୍ନୀ ନତାଶା ଗର୍ଭବତୀ ଅଛନ୍ତି, ଯାହା ବିଷୟରେ ଅଭିନେତା ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ଏକ ସୁନ୍ଦର ଫଟୋ ମଧ୍ୟ ସେୟାର କରିଛନ୍ତି । ଯେଉଁଥିରେ ବରୁଣ ପତ୍ନୀ ନତାଶାଙ୍କ ବେବି ବମ୍ପକୁ କିସ୍ କରୁଥିବାର ଦେଖିବା ପାଇଁ ମିଳୁଛି । ଉଭୟଙ୍କ ଏହି ଫଟୋ ଖୁବ୍ ସୁନ୍ଦର ଦିଶୁଛି ସୋସିଆଲ ମିଡିଆରେ ବର୍ତ୍ତମାନ ଏହା ଭାଇରାଲ ହେବାରେ ଲାଗିଛି ।
ରବିବାର ଦିନ ଇନଷ୍ଟା ପୋଷ୍ଟ ଜରିଆରେ ବରୁଣ ଧୱନ ଏହି ଖୁସି ଖବର ସେୟାର କରିଛନ୍ତି । ଫଟୋର କ୍ୟାପସନରେ ବରୁଣ ଲେଖିଛନ୍ତି - "ଆମେ ଗର୍ଭବତୀ ଅଛୁ। ଆପଣ ମାନଙ୍କ ଆଶୀର୍ବାଦ ଏବଂ ପ୍ରେମ ଦରକାର।" ବରୁଣ ସୋସିଆଲ ମିଡିଆରେ ଖୁସି ଖବର ସେୟାର କରିବା ମାତ୍ରେ ପ୍ରଶଂସକଙ୍କ ଲାଇକ୍ କମେଣ୍ଟ ଏବଂ ଶୁଭେଚ୍ଛାକ ବର୍ଷା ଆରମ୍ଭ ହୋଇଯାଇଛି ।
ସେହିପରି ଏହି ଷ୍ଟାର କପଲଙ୍କୁ ଭୂମି ପେଡନେକର, ନେହା ଧୁପିଆ, ଇସାବେଲେ କୈଫ, ମୌନି ରୟ, କରଣ ଜୋହର, ମଲାଇକା ଆରୋରା, ଅର୍ଜୁନ କପୁର, ଇଷା ଗୁପ୍ତା, କ୍ରିତି ସାନନ, ଅନିଲ କପୁର ଏବଂ ସୋନମ କପୁରଙ୍କ ସମେତ ଅନେକ ସେଲିବ୍ରିଟି ଅଭିନନ୍ଦନ ଜଣାଇଛନ୍ତି । ୱେଲ୍ ବରୁଣ-ନତାଶାଙ୍କ ବିବାହ 2021 ମସିହାରେ ହୋଇଥିଲା। କରୋନା ମହାମାରୀ ମଧ୍ୟରେ ମାତ୍ର 50 ଜଣଙ୍କ ଉପସ୍ଥିତିରେ ଏହି କପଲ୍ ବିବାହ କରିଥିଲେ । 24 ଜାନୁଆରୀ 2021ରେ ବରୁଣ ନିଜ ଦୀର୍ଘ ଦିନର ଗର୍ଲଫ୍ରେଣ୍ଡ ନତାଶାଙ୍କୁ ବିବାହ କରିଥିଲେ।
ବରୁଣ ଧୱନ୍ 'ବେବି ଜାନ' ଫିଲ୍ମରେ ନଜର ଆସିବେ । 'ଜୱାନ୍' ନିର୍ଦ୍ଦେଶକ ଅଟଲେ ଏହି ସିନେମାର ନିର୍ଦ୍ଦେଶନା ଦାୟିତ୍ୱ ତୁଳାଇବା ନେଇ ସୂଚନା ରହିଛି ।












Click it and Unblock the Notifications