ଜାହ୍ନବୀ କପୁରଙ୍କ ମେକ୍ ଅପ୍ ଠିକ୍ କରି ଫସିଗଲେ 'Varun Dhawan'
ମୁମ୍ବାଇ:ବରୁଣ ଧୱନ ଏବଂ ଜାହ୍ନବୀ କପୁରଙ୍କ ଆଗାମୀ ଚଳଚ୍ଚିତ୍ର 'ବୱାଲ'କୁ ନେଇ ଉଭୟ ବେଶ୍ ଚର୍ଚ୍ଚାରେ ଅଛନ୍ତି । ଏହି ଚଳଚ୍ଚିତ୍ରଟି OTT ପ୍ଲାଟଫର୍ମରେ ମୁକ୍ତିଲାଭ କରିବାକୁ ଯାଉଛି । ମଙ୍ଗଳବାର ଦିନ 'ବୱାଲ'ର ସ୍କ୍ରିନିଂରେ ଅନେକ ସେଲିବ୍ରିଟି ଯୋଗ ଦେଇଥିଲେ । ବରୁଣ ଧୱନ ଏବଂ ଜାହ୍ନବୀ ପାପାରାଜିଙ୍କୁ ଖୁବ୍ ପୋଜ୍ ମଧ୍ୟ ଦେଇଥିଲେ ।

ସୋସିଆଲ ମିଡିଆରେ ବରୁଣ ଏବଂ ଜାନଭୀଙ୍କ ଭିଡିଓ ଫଟୋ ଭାଇରାଲ ହେବାରେ ଲାଗିଛି । ଏକ ଭାଇରାଲ ଭିଡିଓରେ ବରୁଣ ଜାହ୍ନବୀଙ୍କର ମେକ୍ ଅପ୍ ଠିକ୍ କରୁଥିବାର ନଜର ଆସୁଛନ୍ତି ଯାହାକୁ ନେଇ ସେ ଟ୍ରୋଲର ଶିକାର ହୋଇଛନ୍ତି ।
'ବୱାଲ' ସ୍କ୍ରିନିଂ ସମୟରେ ବରୁଣ ବ୍ଲାକ କଲର ଆଉଟ୍ ଫିଟରେ ନଜର ଆସିଥିଲେ ଏବଂ ଜାହ୍ନବୀ କପୁର ସିଲଭର କଲର ଡ୍ରେସରେ ଦେଖିବା ପାଇଁ ମିଳିଥିଲେ । ଏହି ସମୟରେ ବରୁଣ ମଧ୍ୟ ଜାହ୍ନବୀଙ୍କ ନାକ ମେକଅପ୍ ଠିକ୍ କରୁଥିବାର ଦେଖିବା ପାଇଁ ମିଳିଥିଲା । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ଏବଂ କିଛି ୟୁଜର୍ସ ଦୁଇ ଷ୍ଟାରଙ୍କର ଏହି ଭିଡିଓର ନିନ୍ଦା କରିଥିଲେ ।
ଜଣେ ସୋସିଆଲ ମିଡିଆ ୟୁଜର ଲେଖିଛନ୍ତି, ପ୍ରମୋସନ୍ ପାଇଁ ଲୋକମାନଙ୍କୁ କ'ଣ କ'ଣ ନ କରିବା ପାଇଁ ପଡୁଛି । ଆଉ ଜଣେ ୟୁଜର ଲେଖିଛନ୍ତି, ଏଥିରେ ଏତେ ପାଟି କରିବାର କ'ଣ ଅଛି ? ଆଜିକାଲି ଅଭିନୟ ଅପେକ୍ଷା ଏହା ଅଧିକ ଗୁରୁତ୍ୱପୂର୍ଣ୍ଣ ।
ସେହିପରି ଅଭିନେତ୍ରୀ ଜାହ୍ନବୀ କପୁରଙ୍କୁ ମଧ୍ୟ ନିଜ ପୋଷାକ ପାଇଁ ମଧ୍ୟ ଟ୍ରୋଲ ହେବା ପାଇଁ ପଡିଛି । ନିଜ ଡ୍ରେସ୍ ପାଇଁ ସେ ଠିକ୍ ସେ ଚାଲିପାରୁ ନଥିଲେ ଯେଉଁଥି ପାଇଁ ତାଙ୍କର ସମାଲୋଚନା କରାଯାଉଛି । ଜଣେ ବ୍ୟକ୍ତି କମେଣ୍ଟ କରି ଲେଖିଛନ୍ତି, ଯଦି ତୁମେ ଏପରି ଡ୍ରେସ୍ ପିନ୍ଧି ମ୍ୟାନେଜ୍ କରିପାରୁ ନାହଁ ତେବେ ପିନ୍ଧୁଛ କ'ଣ ପାଇଁ ।
ଫିଲ୍ମ 'ବୱାଲ୍'ଆମାଜନ ପ୍ରାଇମରେ ଜୁଲାଇ 21ରେ ମୁକ୍ତିଲାଭ କରିବ । ଏହି ଚଳଚ୍ଚିତ୍ରରେ ପ୍ରଥମ ଥର ପାଇଁ ଜାହ୍ନବୀ କପୁର ଏବଂ ବରୁଣ ଧୱନଙ୍କ ଯୋଡିକୁ ପରଦାରେ ଏକାଠି ଦେଖିବା ପାଇଁ ମିଳିବ । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ନୀତେଶ ତିୱାରୀ।












Click it and Unblock the Notifications