For Quick Alerts
Turn On Notification  
For Daily Alerts
Oneindia App Download

ବରୁଣ ଧୱନଙ୍କ ଫିଲ୍ମ ଭେଡିଆ ହିଟ୍ ନା ଫ୍ଲପ୍, ଦେଖନ୍ତୁ ଲୋକଙ୍କ ମତ

ବରୁଣ ଧୱନଙ୍କ ଫିଲ୍ମ ଭେଡିଆ ହିଟ୍ ନା ଫ୍ଲପ୍, ଦେଖନ୍ତୁ ଲୋକଙ୍କ ମତ

|

ମୁମ୍ବାଇ: ହିନ୍ଦୀ ସିନେମାର ସୁପରଷ୍ଟାର ବରୁଣ ଧୱନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଭେଡିଆ' ଆଜି ନଭେମ୍ବର ୨୫ ରୁ ପ୍ରେକ୍ଷାଳୟରେ ରିଲିଜ୍ ହୋଇଯାଇଛି । ସିନେପ୍ରେମୀ ଉତ୍ସାହର ସହ ବରୁଣଙ୍କ 'ଭେଡିଆ'କୁ ଅପେକ୍ଷା କରିଥିଲେ । ଏଭଳି ପରିସ୍ଥିତିରେ ଫିଲ୍ମ ବିଷୟରେ ଜାଣିବା ପାଇଁ ମଧ୍ୟ ସମସ୍ତେ ଉତ୍ସାହିତ ଅଛନ୍ତି । ତେବେ ନିର୍ଦ୍ଦେଶକ ଅମର କୌଶିକଙ୍କ 'ଭେଡିଆ'କୁ ନେଇ ସୋସିଆଲ ମିଡିଆରେ ଲୋକଙ୍କର ଭଲ ପ୍ରତିକ୍ରିୟା ଦେଖିବା ପାଇଁ ମିଳୁଛି ।

Bhediya

ଟ୍ରେଲର ରିଲିଜ୍ ହେବା ପରଠୁ ହିଁ ସିନେମାଟି ପ୍ରଶଂସା ସାଉଁଟୁଛି । ରିଲିଜର ପ୍ରଥମ ଦିନରେ 'ଭେଡିଆ'କୁ ମିଳୁଛି ସକରାତ୍ମକ ପ୍ରତିକ୍ରିୟା । ଜଣେ ଉପଭୋକ୍ତା 'ଭେଡିଆ' ବିଷୟରେ ଲେଖିଛନ୍ତି ଯେ - ଏହି ଚଳଚ୍ଚିତ୍ରଟି ବଡ଼ ପରଦାରେ ଦେଖିବା ଯୋଗ୍ୟ, ବରୁଣ ଧୱନ ଏବଂ କ୍ରିତିଙ୍କ ଏହି ଫିଲ୍ମ ଦେଖିବା ପରେ ଆପଣ ନିରାଶ ହେବେ ନାହିଁ । ଉଭୟ ଚମତ୍କାର ଅଭିନୟ କରିଛନ୍ତି ।

ଅନ୍ୟ ଜଣେ ୟୁଜର ଲେଖିଛନ୍ତି- 'ଭେଡିଆ'ର VFX, କମେଡି, ଭୟ, ଚମତ୍କାର ଅଭିନୟ ଏବଂ ଥ୍ରୀଲର ସବୁ କଛି ବେଶ୍ ଭଲ ହୋଇଛି । ଏହା ବ୍ୟତୀତ ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି ଯେ 'ଭେଡିଆ' ଏକ ଚମତ୍କାର ଚଳଚ୍ଚିତ୍ର, ବରୁଣ ଧୱନଙ୍କ ଅଭିନୟ ସୁପରହିଟ୍ । ଏହିପରି ଅନେକ ଲୋକ ସୋସିଆଲ ମିଡିଆରେ ଫିଲ୍ମ 'ଭେଡିଆ'ର ପ୍ରଶଂସା କରୁଛନ୍ତି ।

ସୋସିଆଲ ମିଡିଆରେ ଲୋକଙ୍କ ଠାରୁ ଭଲ ପ୍ରତିକ୍ରିୟା ପାଇବା ବ୍ୟତୀତ ବରୁଣ ଧୱନ ଷ୍ଟାରର ଫିଲ୍ମ 'ଭେଡିଆ' ଚଳଚ୍ଚିତ୍ର ସମାଲୋଚକମାନଙ୍କ ଠାରୁ ମଧ୍ୟ ସକାରାତ୍ମକ ପ୍ରତିକ୍ରିୟା ସାଉଁଟୁଛି । ପ୍ରକୃତରେ ଚଳଚ୍ଚିତ୍ର ସମାଲୋଚକ ତରନ ଆଦର୍ଶ 'ଭେଡିଆ' କୁ 3 ଷ୍ଟାର୍ ରେଟିଙ୍ଗ୍ ଦେଇଛନ୍ତି । ଏହା ବ୍ୟତୀତ ସମସ୍ତ ଅନ୍ୟ ସମାଲୋଚକ ମଧ୍ୟ 'ଭେଡିଆ' କୁ ପ୍ରଶଂସା କରୁଛନ୍ତି । ଏଭଳି ପରିସ୍ଥିତିରେ ବକ୍ସ ଅଫିସରେ 'ଭେଡିଆ' ଆୟ ଉପରେ ରହିଛି ସମସ୍ତଙ୍କ ନଜର ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Varun Dhawan Film 'Bhediya' Social Media Reaction
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X