ବରୁଣ ଧୱନଙ୍କ ଫିଲ୍ମ ଭେଡିଆ ହିଟ୍ ନା ଫ୍ଲପ୍, ଦେଖନ୍ତୁ ଲୋକଙ୍କ ମତ

ବରୁଣ ଧୱନଙ୍କ ଫିଲ୍ମ ଭେଡିଆ ହିଟ୍ ନା ଫ୍ଲପ୍, ଦେଖନ୍ତୁ ଲୋକଙ୍କ ମତ

ମୁମ୍ବାଇ: ହିନ୍ଦୀ ସିନେମାର ସୁପରଷ୍ଟାର ବରୁଣ ଧୱନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଭେଡିଆ' ଆଜି ନଭେମ୍ବର ୨୫ ରୁ ପ୍ରେକ୍ଷାଳୟରେ ରିଲିଜ୍ ହୋଇଯାଇଛି । ସିନେପ୍ରେମୀ ଉତ୍ସାହର ସହ ବରୁଣଙ୍କ 'ଭେଡିଆ'କୁ ଅପେକ୍ଷା କରିଥିଲେ । ଏଭଳି ପରିସ୍ଥିତିରେ ଫିଲ୍ମ ବିଷୟରେ ଜାଣିବା ପାଇଁ ମଧ୍ୟ ସମସ୍ତେ ଉତ୍ସାହିତ ଅଛନ୍ତି । ତେବେ ନିର୍ଦ୍ଦେଶକ ଅମର କୌଶିକଙ୍କ 'ଭେଡିଆ'କୁ ନେଇ ସୋସିଆଲ ମିଡିଆରେ ଲୋକଙ୍କର ଭଲ ପ୍ରତିକ୍ରିୟା ଦେଖିବା ପାଇଁ ମିଳୁଛି ।

Bhediya

ଟ୍ରେଲର ରିଲିଜ୍ ହେବା ପରଠୁ ହିଁ ସିନେମାଟି ପ୍ରଶଂସା ସାଉଁଟୁଛି । ରିଲିଜର ପ୍ରଥମ ଦିନରେ 'ଭେଡିଆ'କୁ ମିଳୁଛି ସକରାତ୍ମକ ପ୍ରତିକ୍ରିୟା । ଜଣେ ଉପଭୋକ୍ତା 'ଭେଡିଆ' ବିଷୟରେ ଲେଖିଛନ୍ତି ଯେ - ଏହି ଚଳଚ୍ଚିତ୍ରଟି ବଡ଼ ପରଦାରେ ଦେଖିବା ଯୋଗ୍ୟ, ବରୁଣ ଧୱନ ଏବଂ କ୍ରିତିଙ୍କ ଏହି ଫିଲ୍ମ ଦେଖିବା ପରେ ଆପଣ ନିରାଶ ହେବେ ନାହିଁ । ଉଭୟ ଚମତ୍କାର ଅଭିନୟ କରିଛନ୍ତି ।

ଅନ୍ୟ ଜଣେ ୟୁଜର ଲେଖିଛନ୍ତି- 'ଭେଡିଆ'ର VFX, କମେଡି, ଭୟ, ଚମତ୍କାର ଅଭିନୟ ଏବଂ ଥ୍ରୀଲର ସବୁ କଛି ବେଶ୍ ଭଲ ହୋଇଛି । ଏହା ବ୍ୟତୀତ ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି ଯେ 'ଭେଡିଆ' ଏକ ଚମତ୍କାର ଚଳଚ୍ଚିତ୍ର, ବରୁଣ ଧୱନଙ୍କ ଅଭିନୟ ସୁପରହିଟ୍ । ଏହିପରି ଅନେକ ଲୋକ ସୋସିଆଲ ମିଡିଆରେ ଫିଲ୍ମ 'ଭେଡିଆ'ର ପ୍ରଶଂସା କରୁଛନ୍ତି ।

ସୋସିଆଲ ମିଡିଆରେ ଲୋକଙ୍କ ଠାରୁ ଭଲ ପ୍ରତିକ୍ରିୟା ପାଇବା ବ୍ୟତୀତ ବରୁଣ ଧୱନ ଷ୍ଟାରର ଫିଲ୍ମ 'ଭେଡିଆ' ଚଳଚ୍ଚିତ୍ର ସମାଲୋଚକମାନଙ୍କ ଠାରୁ ମଧ୍ୟ ସକାରାତ୍ମକ ପ୍ରତିକ୍ରିୟା ସାଉଁଟୁଛି । ପ୍ରକୃତରେ ଚଳଚ୍ଚିତ୍ର ସମାଲୋଚକ ତରନ ଆଦର୍ଶ 'ଭେଡିଆ' କୁ 3 ଷ୍ଟାର୍ ରେଟିଙ୍ଗ୍ ଦେଇଛନ୍ତି । ଏହା ବ୍ୟତୀତ ସମସ୍ତ ଅନ୍ୟ ସମାଲୋଚକ ମଧ୍ୟ 'ଭେଡିଆ' କୁ ପ୍ରଶଂସା କରୁଛନ୍ତି । ଏଭଳି ପରିସ୍ଥିତିରେ ବକ୍ସ ଅଫିସରେ 'ଭେଡିଆ' ଆୟ ଉପରେ ରହିଛି ସମସ୍ତଙ୍କ ନଜର ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+