ହାଇକୋର୍ଟରୁ ପିଟିସନ ପ୍ରତ୍ୟାହାର କଲେ ବର୍ଷା
ହାଇକୋର୍ଟରୁ ପିଟିସନ ପ୍ରତ୍ୟାହାର କଲେ ବର୍ଷା ,ଅନୁଭବ-ବର୍ଷା ପାରିବାରିକ ବିବାଦ ମାମଲା
କଟକ: ଅନୁଭବ-ବର୍ଷା ପାରିବାରିକ ବିବାଦ ମାମଲା । ହାଇକୋର୍ଟରୁ ପିଟିସନ ପ୍ରତ୍ୟାହାର କଲେ ବର୍ଷା ପ୍ରିୟଦର୍ଶିନୀ । ବିବାହ ବିଚ୍ଛେଦ ମାମଲାରେ ସାନି ସାକ୍ଷଗ୍ରହଣ ଆବେଦନ କରିଥିଲେ ବର୍ଷା । ଅନୁଭବଙ୍କ ଆଉ ଥରେ ସାକ୍ଷ୍ୟ ଗ୍ରହଣ ପାଇଁ ଆବେଦନ କରିଥିଲେ ବର୍ଷା । ତଳ କୋର୍ଟରେ ଆବେଦନ ଅଗ୍ରାହ୍ୟ ହେବାରୁ ହାଇକୋର୍ଟ ଦ୍ୱାରସ୍ତ ହୋଇଥିଲେ ବର୍ଷା ।

ତେବେ ଆସନ୍ତା କାଲି ଫ୍ୟାମିଲି କୋର୍ଟରେ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାହ ବିଚ୍ଛେଦ ମାମଲାର ଶୁଣାଣି ହେବ । ପୂର୍ବରୁ ମଧ୍ୟ ଏହି ମାମଲାର ଶୁଣାଣି ହୋଇଥିଲା ହେଲେ ଉଭୟ ବର୍ଷା ଓ ଅନୁଭବ ଅନୁପସ୍ଥିତ ଥିଲେ । ସେପଟେ ଅନୁଭବ ଶୀଘ୍ର ଫଇସଲା ପାଇଁ ଓକିଲଙ୍କ ଜରିଆରେ ମେମୋ ଦାଖଲ କରିଥିଲେ । ଅନ୍ୟପଟେ ବର୍ଷା ସ୍ୱଇଚ୍ଛାରେ ଅନୁଭବଙ୍କ ଘର ଅର୍ଥାତ୍ ଶାଶୂ ଘର ଛାଡି ଏବେ ଅନ୍ୟତ୍ର ରହିବାର ନିଷ୍ପତ୍ତି ନେଇଛନ୍ତି । ତେବେ ୨୦୨୦ରେ ଅନୁଭବ ମହାନ୍ତି ପ୍ରଥମେ ନୂଆଦିଲ୍ଲୀ ପଟିଆଲା ହାଉସ ଫ୍ୟାମିଲି କୋର୍ଟରେ ଛାଡପତ୍ର ପାଇଁ ଆବେଦନ କରିଥିଲେ ଯାାହାକୁ ପରବର୍ତ୍ତି ସମୟରେ ଅର୍ଥାତ୍ ୨୦୨୧ ମାର୍ଚ୍ଚରେ କଟକସ୍ଥିତ ଫ୍ୟାମିଲି କୋର୍ଟକୁ ସ୍ଥାନାନ୍ତର କରାଯାଇଥିଲା ।












Click it and Unblock the Notifications