ସୁନ୍ଦରପଦା ବସ୍ତିରେ ଖାଦ୍ୟ ସାମଗ୍ରୀ ବାଣ୍ଟିଲେ ବର୍ଷା ପ୍ରିୟଦର୍ଶିନୀ

ଭୁବନେଶ୍ୱରର ସୁନ୍ଦରପଦା ଅଭିରାମ ବସ୍ତି ବାସିନ୍ଦା ସମ୍ମୁଖୀନ ହେଉଥିବା ଅସୁବିଧା ବୁଝିବା ପାଇଁ ଶୁକ୍ରବାର ବସ୍ତି ବାସିନ୍ଦାଙ୍କ ଗହଣରେ ପହଞ୍ଚିଥିଲେ ବର୍ଷା ପ୍ରିୟଦର୍ଶିନୀ ।

ଭୁବନେଶ୍ବର: ସମଗ୍ର ଦେଶ ବିନାଶକାରୀ କୋଭିଡର ଦ୍ୱିତୀୟ ଲହରୀ ସହିତ ଲଢ଼େଇ କରୁଛି । ଓଡିଶା ମଧ୍ୟ ଏହା ଦ୍ୱାରା ବହୁଳ ଭାବରେ ପ୍ରଭାବିତ ହୋଇଛି । ଏହି ଭୂତାଣୁକୁ ରୋକିବା ପାଇଁ ରାଜ୍ୟ ସରକାର ଆବଶ୍ୟକୀୟ ସମ୍ବଳ ସଂଗ୍ରହ କରୁଥିବା ବେଳେ ସେଲିବ୍ରିଟିଙ୍କ ସମେତ ସାଧାରଣ ନାଗରିକମାନେ ମଧ୍ୟ ସାହାଯ୍ୟର ହାତ ବଢ଼ାଇଛନ୍ତି । ଏହାରି ଭିତରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଖବର ଏବେ ସାମ୍ନାକୁ ଆସିଛି । କୋଭିଡ ମହାମାରୀ ସମୟରେ ସାଧାରଣ ଲୋକଙ୍କ ପାଇଁ ସେ ପଦାକୁ ଗୋଡ କାଢିଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ।

Varsha Priyadarshini

ଓଲିଉଡ ଅଭିନେତ୍ରୀ ତଥା ସମାଜସେବୀ ବର୍ଷା ପ୍ରିୟଦର୍ଶିନୀ କୋଭିଡ ଗାଇଡ଼ଲାଇନ ପାଳନ କରିବା ଏବଂ ଅସୁବିଧାରେ ପଡିଥିବା ଗରିବ ଲୋକମାନଙ୍କୁ ସହାୟତା କରିବା ପାଇଁ ସୋସିଆଲ ମିଡିଆରେ ସମସ୍ତଙ୍କୁ ଅନୁରୋଧ କରୁଛନ୍ତି । ଭୁବନେଶ୍ୱରର ସୁନ୍ଦରପଦା ଅଭିରାମ ବସ୍ତି ବାସିନ୍ଦା ସମ୍ମୁଖୀନ ହେଉଥିବା ଅସୁବିଧା ବୁଝିବା ପାଇଁ ଶୁକ୍ରବାର ବସ୍ତି ବାସିନ୍ଦାଙ୍କ ଗହଣରେ ପହଞ୍ଚିଥିଲେ ବର୍ଷା ପ୍ରିୟଦର୍ଶିନୀ ।

ବର୍ଷା ପ୍ରିୟଦର୍ଶିନୀ ସାମାଜିକ ଦୂରତା ରକ୍ଷା କରି ଚାଉଳ, ଡାଲି, ଅଟା, ଆଳୁ ଭଳି ଜରୁରୀ ସାମଗ୍ରୀ ଥିବା କିଟ୍ ବସ୍ତିରେ ରହୁଥିବା 30ରୁ ଉର୍ଦ୍ଧ୍ବ ପରିବାର ମଧ୍ୟରେ ବଣ୍ଟନ କରିଥିଲେ । ସେ ପିଲାମାନଙ୍କୁ ବିସ୍କୁଟ ପ୍ୟାକେଟ୍ ମଧ୍ୟ ପ୍ରଦାନ କରିଥିଲେ । ଏହା ପରେ ସେ କିଛି ସମୟ ପାଇଁ ବସ୍ତି ବାସିନ୍ଦାଙ୍କ ଅସୁବିଧା ପଚାରି ବୁଝିଥିଲେ ଏବଂ ଭବିଷ୍ୟତରେ ମଧ୍ୟ ତାଙ୍କୁ ସହାୟତା କରିବା ପାଇଁ ଆଶ୍ୱାସନା ଦେଇଥିଲେ ।

ବସ୍ତି ବାସିନ୍ଦାମାନେ ସେମାନଙ୍କ ଗହଣରେ ବର୍ଷାଙ୍କୁ ପାଇ ଅତ୍ୟଧିକ ଆନନ୍ଦିତ ଏବଂ କୃତଜ୍ଞ ହୋଇଥିଲେ । ଜନୈକ ମହିଳା ଖୁସି ବ୍ୟକ୍ତ କରି କହିଲେ "ଏହି କଠିନ ସମୟରେ ଯେତେବେଳେ ଲୋକମାନେ ନିଜର ତଥା ପରିବାରର ଯତ୍ନ ନେବାକୁ ଯଥାସମ୍ଭବ ଚେଷ୍ଟା କରୁଛନ୍ତି, ସେତେବେଳେ ବର୍ଷା ଆମକୁ ସାହାଯ୍ୟ କରିବାକୁ ଚିନ୍ତା କରୁଥିବାରୁ ଆମେ ବହୁତ ଖୁସି ।"

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+