Get Updates
Get notified of breaking news, exclusive insights, and must-see stories!

ଆଗୁଆ ଜାମିନ ଆବେଦନ କଲେ ବର୍ଷା ପ୍ରିୟଦର୍ଶିନୀ

ସ୍ବାମୀ ଅନୁଭବଙ୍କ ଜଣେ କର୍ମଚାରୀଙ୍କ ପ୍ରତି ଜାତିଆଣ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ଦିଲ୍ଲୀ ପୁଲିସ ପକ୍ଷରୁ ନୋଟିସ୍ ପାଇବା ପରେ ବର୍ଷା ଆଜି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

କଟକ: ସରୁନି ବର୍ଷା- ଅନୁଭବ ହାଇଡ୍ରାମା । ଏପଟେ ପାରିବାରିକ ଝଗଡାର ଅନ୍ତ ହୋଇ ପାରୁନଥିବା ବେଳେ ଅନ୍ୟପଟେ ଆଉ ଏକ ମାମଲାରେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ସ୍ବାମୀ ଅନୁଭବଙ୍କ ଜଣେ କର୍ମଚାରୀଙ୍କ ପ୍ରତି ଜାତିଆଣ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ଦିଲ୍ଲୀ ପୁଲିସ ପକ୍ଷରୁ ନୋଟିସ୍ ପାଇବା ପରେ ବର୍ଷା ଆଜି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । କେବଳ ବର୍ଷା ନୁହଁନ୍ତି ତାଙ୍କ ମାଆ ଦୀପା ସାହୁ ଏବଂ ଆଉ ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି ।

varsha

ସୂଚନା ଅନୁସାରେ, ଚଳିତ ମାସ 22 ତାରିଖରେ ଅଭିନେତା ତଥା ଅଭିନେତା ଅନୁଭବଙ୍କ ନାମରେ ଦିଲ୍ଲୀ ପୋଲିସ ମାମଲା ରୁଜୁ କରିଛି । ଅଭିନେତା ଅନୁଭବଙ୍କ ବ୍ୟକ୍ତିଗତ ସହାୟକଙ୍କ ସହ ଏହି ଘଟଣା 2019 ଜୁଲାଇ 9 ତାରିଖରେ ଘଟିଥିଲା । ପତ୍ନୀ ବର୍ଷା ପ୍ରିୟଦର୍ଶିନୀ , ତାଙ୍କ ମା' ଓ ଝିଆରୀ ଜାତିଆଣ ଆକ୍ଷେପ କରି ଗାଳିଗୁଲଜ କରିବା, ଦୁର୍ବ୍ୟବହାର କରିବା, ଧମକଚମକ ଦେବା ଆଦି ନେଇ ରାଜଧାନୀର ଏକ ଥାନାରେ ଅଭିଯୋଗ ହୋଇଥିଲା।

ତେବେ ଏହାରି ଭିତରେ ଘଟଣାକୁ ପୁରିଲାଣି 3 ବର୍ଷ । ହେଲେ ହଠାତ ଏବେ କାହିଁକି ମାମଲା ରୁଜୁ ହେବା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଅଭିନେତ୍ରୀ ବର୍ଷାଙ୍କ ନାମରେ ମାମଲା ରୁଜୁ ହେବା ପରେ ଦିଲ୍ଲୀ ପୋଲିସର ଏକ ଟିମ୍ ଗତ ଜୁଲାଇ 25 ତାରିଖରେ କଟକ ଆସି ବର୍ଷାଙ୍କୁ ଜେରା ପାଇଁ ଚେଷ୍ଟା କରିଥିଲା । କିନ୍ତୁ କିଛି ସମସ୍ୟା ଯୋଗୁଁ ବର୍ଷାଙ୍କ ସହ ଦେଖା ହୋଇ ପାରିନଥିଲା । ତେଣୁ ଟିମ ନୋଟିସ ଜାରି କରି ଚାଲିଯାଇଥିଲେ । ନୋଟିସ ହିସାବରେ ବର୍ଷା ଦିଲ୍ଲୀ ପୋଲିସକୁ ଭେଟିବା ନେଇ ଲେଖା ରହିଛି । ବର୍ଷା ପ୍ରିୟଦର୍ଶନୀ ଆଜି କଟକର ପୁରୀଘାଟ ଥାନାକୁ ଆସି ନୋଟିସ ଗ୍ରହଣ କରିବା ସହିତ ଆଗୁଆ ଜାମିନ ଆବେଦନ କରିଥିବା ଜଣା ପଡିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+