ସତୀଶ କୌଶିକଙ୍କ ପାଇଁ ଝିଅ ବଂଶିକାଙ୍କ ଇମୋସନାଲ ପୋଷ୍ଟ:କହିଲେ ୯୦ ବର୍ଷ ପରେ ପୁଣି ଦେଖା ହେବା

ମୁମ୍ବାଇ:ଗତକାଲି ଥିଲା ବଲିଉଡର ଭେଟରାନ ଅଭିନେତା, ନିର୍ଦ୍ଦେଶକ ସତୀଶ କୌଶିକଙ୍କ ଜନ୍ମ ଦିନ । ସେ ଆଉ ନାହାଁନ୍ତି ସତ, ହେଲେ ପଛରେ ଛାଡି ଯାଇଛନ୍ତି ନିଜ କଳାର ଯାଦୁ, କିଛି ଖାସ୍ ବନ୍ଧୁତା ଆଉ ଅନେକ ଶ୍ରୃତି । ଯାହା ପାସୋରିବା ଏତେ ସହଜ ନୁହେଁ । ଅଭିନେତାଙ୍କ ଜନ୍ମଦିନ ଅବସରରେ ପୁରା ବଲିଉଡ ଏକାଠି ହୋଇଥିଲା । ହସ ଖୁସିରେ ସତୀଶଙ୍କ ବିନା ସମସ୍ତ ସେଲିବ୍ରେଟ୍ କରିଥିଲେ ତାଙ୍କ ଜନ୍ମଦିନ ।

ସିତୀଶଙ୍କ ବନ୍ଧୁ ତଥା ଅଭିନେତା ଅନୁପମ ଖେର୍ କହିଥିଲେ ଏହା ସତୀଶଙ୍କର ୬୭ତମ ଜନ୍ମଦିନ ଏବଂ ମୋର ତାଙ୍କ ସହ ୪୭ ବର୍ଷ ବନ୍ଧୁତା । ଆଜି ମୋ ବନ୍ଧୁଙ୍କ ଜନ୍ମଦିନରେ ବିଲକୁଲ ନ କାନ୍ଦି ଖୁସିରେ ହସିହସି ସେଲିବ୍ରେଟ୍ କରିବା ପାଇଁ ଚେଷ୍ଟା କରିବି । ଆଜି ଶୋକ ପ୍ରକାଶ ନ କରି ତାଙ୍କ ଜୀବନକୁ ସେଲିବ୍ରେଟ୍ କରିବା ।

Satish Kaushik_birthday

ହେଲେ ସବୁଠୁ ଖାସ୍ ଥିଲା ଝିଅ ବଂଶିକାଙ୍କର ନିଜ ପିତାଙ୍କ ପାଇଁ ଏକ ଇମୋସନାଲ ପୋଷ୍ଟ । ଯାହା ଅଡିଟୋରିୟମରେ ବସିଥିବା ପ୍ରତ୍ୟେଟି ବ୍ୟକ୍ତିର ଆଖିରେ ଲୁହା ଆଣିଦେଇଥିଲା । ସେ ଲେଖିଥିଲେ, ହେଲୋ ପାପା, ମୁଁ ଜାଣିଛି ତୁମେ ଆଉ ଦୁନିଆକୁ ଅଲବିଦା କହି ଚାଲିଯାଇଛ, ହେଲେ ମୁଁ ତୁମକୁ ଜଣାଇବା ପାଇଁ ଚାହେଁ ଯେ, ମୁଁ ତୁମ ପାଇଁ ସବୁବେଳେ ଅଛି । ତୁମ ବନ୍ଧୁ ମାନେ ମୋତେ ଷ୍ଟ୍ରଙ୍ଗ ହେବା ପାଇଁ ସାହସ ଦେଉଛନ୍ତି । କିନ୍ତୁ ତୁମ ବିନା ସବୁ ଅସମ୍ଭବ ଲାଗୁଛି ।

ସେ ଆହୁରି ଲେଖିଛନ୍ତି, 'ତୁମ ଖୁବ ମନେ ପଡୁଛ । ଯଦି ମୁଁ ଜାଣିଥାନ୍ତି ତୁମେ ଏତେ ଶୀଘ୍ର ଦୁନିଆ ଛାଡି ଚାଲିଯିବ ତେବେ ମୁଁ କେବେ ଅଧିକ ସମୟ ପାଇଁ ସ୍କୁଲ ଯାଇ ନଥାନ୍ତି, ତୁମ ସହ ସମୟ ବିତାଇଥାନ୍ତି । କାସ୍ ମୁଁ ଆଉ ଥରେ ତୁମକୁ ଆଲିଙ୍ଗନ କରିପାରିଥାନ୍ତି କି । ସିନେମା ପରି ଯଦି ରିୟଲ ଲାଇଫରେ ବି ଯାଦୁ ହୋଇପାରିଥାନ୍ତା ଏବଂ ତୁମେ ମୋ ପାଖକୁ ଫେରି ଆସନ୍ତ କି ! ହୋମୱାର୍କ ନ କଲେ ଏବେ ମାଙ୍କ ଗାଳିରୁ ମୋତେ କିଏ ବଞ୍ଚାଇବ । '

ସତୀଶଙ୍କ କୌଶିକଙ୍କ ପାଇଁ ଝିଅ ବଂଶିକା କହିଛନ୍ତି, ତୁମ ପାଇଁ ପୂଜା କରିଛି । ତୁମେ ସ୍ୱର୍ଗରେ ଖୁସିରେ ରୁହ । ସ୍ୱର୍ଗରେ ବଡ ବଙ୍ଗଳାରେ ରୁହ ଫରାରୀ ଭଳି ଦାମୀ ଗାଡ଼ିରେ ବୁଲ । ଆମେ ପୁଣି ୯୦ ବର୍ଷ ପରେ ଦେଖାହେବା । ମୋତେ ଭୁଲିବ ନାହିଁ, ମନେ ରଖିଥିବ । ତୁମେ ଦୁନିଆର ବେଷ୍ଟ ପାପା...

ଏହା ପରେ ଝିଅ ବଂଶିକା ନିଜ ପିତାଙ୍କ ବିତାଇଥିବା କିଛି ଖାସ ମୂହୁର୍ତ୍ତ ବିଷୟରେ ମଧ୍ୟ ସମସ୍ତଙ୍କୁ ଜଣାଇଥିଲେ । ଅନୁପମ ଖେର ଏବଂ
ସତୀଶଙ୍କ କୌଶିକଙ୍କ ଅନ୍ୟ ବନ୍ଧୁ ମାନେ ଅଭିନେତାଙ୍କ ପରିବାରକୁ ସାହସ ଓ ଆଶ୍ୱସନା ଦେଇଥିଲେ । ଜୀବନରେ ଆଗକୁ ବଢିବା ପାଇଁ
ସ୍ୱପ୍ନ ଦେଖିବା ପାଇଁ ପ୍ରେରଣା ଦେଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+