ଏହି କରାଣରୁ ଆତ୍ମହତ୍ୟା କଲେ ବୈଶାଳୀ ଠକ୍କର !
ଏହି କରାଣରୁ ଆତ୍ମହତ୍ୟା କଲେ ବୈଶାଳୀ ଠକ୍କର
ମୁମ୍ବାଇ: ଟିଭି ଇଣ୍ତଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ବୈଶାଳୀ ଠକ୍କର ରବିବାର ଦିନ ଆତ୍ମହତ୍ୟା କରିଛନ୍ତି । 'ୟେ ରିସ୍ତା କୟା କେହଲତା ହୈ' ଫେମ୍ ବୈଶାଳୀ ଠକ୍କରଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ଚକିତ କରିଛି । ସବୁଠି ଏବେ ଅଭିନେତ୍ରୀଙ୍କ ଆତ୍ମହତ୍ୟା ଖବରକୁ ନେଇ ଆଲୋଚନା ହେଉଛି । ଅଭିନେତ୍ରୀ ଆତ୍ମହତ୍ୟା ଖବର ଶୁଣିବା ପରେ ତାଙ୍କ ସହର ଇନ୍ଦୋର ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏଭଳି ପରିସ୍ଥିତିରେ ରାଜ୍ୟ ପୋଲିସ ତରଫରୁ ବୈଶାଳୀ ଠକ୍କରଙ୍କ ଆତ୍ମହତ୍ୟାକୁ ନେଇ ଏକ ବଡ ବିବୃତ୍ତି ଆସିଛି ।

वैशाली ठक्कर नाम की अभिनेत्री ने फांसी लगाकर आत्महत्या की है। सुसाइड नोट मिला है जिसे पढ़कर लग रहा है कि उनको उनका एक पुराने प्रेमी तंग कर रहा था। जिन लोगों ने उनको परेशान किया है उनके खिलाफ कार्रवाई की जाएगी: ACP मोतिउर रहमान, इंदौर
(फोटो सोर्स: वैशाली ठक्कर इंस्टाग्राम अकाउंट) pic.twitter.com/ycSix1zsRD
— ANI_HindiNews (@AHindinews) October 16, 2022
ଏହି କାରଣରୁ ବୈଶାଳୀ ଠକ୍କର ପ୍ରାଣ ହରାଇଲେ !
ଗତ ଏକ ବର୍ଷ ଧରି ବୈଶାଳୀ ଠକ୍କର ମନୋରଞ୍ଜନ ଜଗତରୁ ଦୁରାଇଯାଇଥିଲେ । ଯେଉଁଥିପାଇଁ ସେ ଇନ୍ଦୋରରେ ଥିବା ତାଙ୍କ ଘରେ ରହୁଥିଲେ । ୧୬ ଅକ୍ଟୋବର ଅର୍ଥାତ୍ ରବିବାର ଦିନ ବୈଶାଳୀ ଠକ୍କରଙ୍କ ଆତ୍ମହତ୍ୟା ଖବର ସାମ୍ନାକୁ ଆସିଛି । ସୂଚନା ପାଇବା ପରେ ଇନ୍ଦୋର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି । ମୃତଦେହ ଉଦ୍ଧାର କରିବା ସହିତ ଏକ ସୁଇସାଇଡାଲ୍ ନୋଟ୍ ମଧ୍ୟ ପୋଲିସ ଜବତ କରିଛି । ଏଭଳି ପରିସ୍ଥିତିରେ ଇନ୍ଦୋରର ଏସିପି ମୋତିଓର୍ ରହମାନଙ୍କ ଏକ ବଡ ବିବୃତ୍ତି ପ୍ରକାଶ ପାଇଛି ଯେଉଁଥିରେ ସେ କହିଛନ୍ତି ଯେ - ବୈଶାଳୀ ଠକ୍କର ନାମକ ଅଭିନେତ୍ରୀ ଫାଶୀ ଲାଗାଇ ଆତ୍ମହତ୍ୟା କରିଛନ୍ତି । ତାଙ୍କ ମୃତ ଦେହ ନିକଟରୁ ଏକ ଆତ୍ମହତ୍ୟା ନୋଟ ମିଳିଛି ଯେଉଁଥିରେ ସେ ଲେଖିଛନ୍ତି ଯେ ତାଙ୍କର ଜଣେ ପୁରୁଣା ପ୍ରେମିକ ତାଙ୍କୁ ହଇରାଣ କରୁଥିଲେ । ଯେଉଁମାନେ ତାଙ୍କୁ ହଇରାଣ କରିଥିଲେ ସେମାନଙ୍କ ବିରୋଧରେ ଖୁବ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ସୂଚନାଥାଉ ଯେ, ବର୍ଷ ବର୍ଷ ଧରି ଛୋଟ ପରଦାରେ ରାଜ କରୁଥିବା ଜଣାଶୁଣା ଅଭିନେତ୍ରୀ ବୈଶାଳୀ ଠକ୍କର ଆତ୍ମହତ୍ୟା କରିଛନ୍ତି । ସେ ମଧ୍ୟପ୍ରଦେଶର ଇନ୍ଦୋରରେ ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ଘଟଣାସ୍ଥଳରେ ତେଜାଜୀ ନଗର ପୋଲିସ ପହଁଚି ମାମଲା ରୁଜୁ କରିବା ସହ ମୃତଦେହ ପୋଷ୍ଟମାର୍ଟମ ପାଇଁ ଏମଏସ ଡାକ୍ତରଖାନାକୁ ପଠାଇ ତଦନ୍ତ ଆରମ୍ଭ କରିଛି ।












Click it and Unblock the Notifications