ବୈଶାଳୀ ଠକ୍କର ମୃତ୍ୟୁ ମାମଲା: ବିବାହର ୪ ଦିନ ପୂର୍ବରୁ ଆତ୍ମହତ୍ୟା କଲେ ଅଭିନେତ୍ରୀ

ବୈଶାଳୀ ଠକ୍କର ଆତ୍ମହତ୍ୟା ମାମଲା: ବିବାହର ୪ ଦିନ ପୂର୍ବରୁ ଆତ୍ମହତ୍ୟା କଲେ ଅଭିନେତ୍ରୀ

ମୁମ୍ବାଇ: ମାତ୍ର ୪ ଦିନ ପରେ ହୋଇଥାନ୍ତା ବିବାହ । ସବୁ ପ୍ରସ୍ତୁତି ମଧ୍ୟ ଶେଷ ହୋଇସାରିଥିଲା । ହେଲେ କ୍ଷଣିକ ମଧ୍ୟରେ ଭାଙ୍ଗିଯାଇଥିଲା ସବୁ ସ୍ୱପ୍ନ । ପରିବାରକୁ ଏକା କରି ଆରପାରିକି ଚାଲିଯାଇଛନ୍ତି ଚୁଲବୁଲି ଅଭିନେତ୍ରୀ ବୈଶାଳୀ । ଟିଭି ଅଭିନେତ୍ରୀ ବୈଶାଳୀ ଠକ୍କରଙ୍କ ଆତ୍ମହତ୍ୟା ଖବର ଇଣ୍ତଷ୍ଟ୍ରିରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ସେ ମଧ୍ୟପ୍ରଦେଶର ଇନ୍ଦୋରରେ ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ଅଭିନେତ୍ରୀଙ୍କ ମୃତ ଦେହ ପାଖରରୁ ଏକ ସୁଇସାଇଡ ନୋଟ୍ ମଧ୍ୟ ପୋଲିସ ଜବତ କରିଛି । ଯାହା ପରେ ତାଙ୍କ ମୃତ୍ୟୁ ପଛର ଅସଲ କାରଣ ଏବେ ସ୍ପଷ୍ଟ ହୋଇପାରିଛି ।

 Vaishali Thakkar. Suicide Case

ଅଭିନେତ୍ରୀଙ୍କ ପୋଡୋଶୀ ରାହୁଲ ନାବଲାନି । ତେଜା ନଗର ପୋଲିସ ରିପୋର୍ଟ ଅନୁସାରେ ବିବାହିତ ରାହୁଲ ଏବଂ ବୈଶାଳୀଙ୍କ ଆଫେୟାର ଥିଲା । ରାହୁଲ ଅଭିନେତ୍ରୀଙ୍କୁ ଜୀବନରେ ଆଗକୁ ବଢିବାକୁ ଦେଉନଥିଲେ । ଏ ବିଷୟରେ ବୈଶାଳୀଙ୍କ ପୁରା ପରିବାର ମଧ୍ୟ ଜାଣିଥିଲେ। ଏପରିକି ରାହୁଲ ବୈଶାଳୀଙ୍କ ବିଷୟରେ ମିଥ୍ୟା ଗୁଜବ ପ୍ରଚାର କରୁଥିଲେ । ୪ ଦିନ ପରେ ଅର୍ଥାତ ଅକ୍ଟୋବର ୨୦ରେ ବୈଶାଳୀଙ୍କ ବିବାହ ଆମେରିକା କାର୍ଲିଫର୍ଣ୍ଣିଆର ସଫ୍ଟୱେର ଇଞ୍ଜିନିୟର ମିତେଶଙ୍କ ହେବା ପାଇଁଯାଉଥିଲା । ହେଲେ ରାହୁଲ ଲଗାତାର ତାଙ୍କୁ ଧମକ ଦେଉଥିଲେ । ଏ ସବୁ ସହି ନ ପାରି ଅଭିନେତ୍ରୀ ଆତ୍ମହତ୍ୟା ଭଳି ଏକ ବଡ ପଦକ୍ଷେପ ନେଇଥିଲେ । ପୂର୍ବରୁ ମଧ୍ୟ ରାହୁଲଙ୍କ ପାଇଁ ବୈଶାଳୀଙ୍କ ର୍ନିବନ୍ଧ ଭାଙ୍ଗି ଯାଇଥିଲା । ସେପଟେ ରାହୁଲ ଏବେ ଫେରାର ଅଛନ୍ତି । ତାଙ୍କ ସନ୍ଧାନ ଜାରି ଅଛି ବୋଲି ତେଜା ନଗର ପୋଲିସ ସୂଚନା ଦେଇଛି ।

ବୈଶାଳୀ ନିଜ ସୁଇସାଇଡ ନୋଟରେ କ'ଣ ଲେଖିଛନ୍ତି ।

ମା' ପାପା ବହୁତ ହେଇଗଲା, ସମସ୍ତେ ମୋ ପାଇଁ ବହୁତ ଚିନ୍ତାରେ ଅଛ । ମୁଁ ଜାଣିଛି ଯେ ଗତ ୨ ବର୍ଷ ଧରି ମୁଁ ଯେଉଁ ଯୁଦ୍ଧ ଲଢୁଛି । ରାହୁଲ ନବଲାନୀ ମୋ ସହ ଅନେକ ଖରାପ କରିଛନ୍ତି । ମୁଁ ତାହା କାହା ଆଗରେ କହି ମଧ୍ୟ ପାରିବି ନାହିଁ । କେଉଁଭଳି ଭାବେ ମୋର ଶୋଷଣ କରାଯାଇଥିଲା ମୋତେ ମାନସିକ ତଥା ଶାରିରୀକ ଭାବେ ଶୋଷଣ କରାଯାଇଥିଲା । ମୋ ବିବାହ କରାଇଦେବ ନାହିଁ ବୋଲି ରାହୁଲ କହିଥିଲା ଓ ଶେଷରେ ସେ କରିଦେଖାଇଲା । ମୁଁ ଗୋଟେ ଭଲ ଝିଅ ହୋଇ ପାରିଲି ନାହିଁ । I Ouit... । ଏହା ସହ ବୈଶାଳୀ ନିଜ ପରିବାର ସହ ଭାବି ସ୍ୱାମୀଙ୍କୁ ମଧ୍ୟ କ୍ଷମା ମାଗିଛନ୍ତି ।

ସୂଚନାଥାଉ ଯେ, ବର୍ଷ ବର୍ଷ ଧରି ଛୋଟ ପରଦାରେ ରାଜ କରୁଥିବା ଜଣାଶୁଣା ଅଭିନେତ୍ରୀ ବୈଶାଳୀ ଠକ୍କର ଗତକାଲି ଆତ୍ମହତ୍ୟା କରିଛନ୍ତି । ସେ ମଧ୍ୟପ୍ରଦେଶର ଇନ୍ଦୋରରେ ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । 'ୟେ ରିସ୍ତା କୟା କେହଲତା ହୈ' ଫେମ୍ ବୈଶାଳୀ ଠକ୍କରଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ଚକିତ କରିଛି । ସବୁଠି ଏବେ ଅଭିନେତ୍ରୀଙ୍କ ଆତ୍ମହତ୍ୟା ଖବରକୁ ନେଇ ଆଲୋଚନା ହେଉଛି ।

ବିଗତ ଅନେକ ବର୍ଷ ଧରି ବୈଶାଳୀ ଠକ୍କର ଟିଭି ଇଣ୍ଡଷ୍ଟ୍ରି ରାଜ କରୁଥିଲେ । ସେ ଏକରୁ ଅଧିକ ହିଟ୍ ସିରିଏଲରେ କାମ କରିଛନ୍ତି। ସେ ' 'ୟେ ରିସ୍ତା କୟା କେହଲତା ହୈ', 'ସସୁରାଲ ସିମର କା' ପରି ଟିଭି ସିରିଏଲରୁ ଲୋକପ୍ରିୟତା ହାସଲ କରିଥିଲେ । 'ସୁପର ସିଷ୍ଟର', ବିଷ୍ ୟା ଅମ୍ରିତ', 'ମନମୋହିନୀରେ-୨' ପରି ସୁପରହିଟ୍ ସିରିଏଲରେ ଅଭିନୟ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+