ପ୍ରଥମଥର ଗୋଟିଏ ସିନେମାରେ ଅମିତାଭ, ବମନ ଓ ଅନୁପମ ଏକାଠି ଆସିବେ ନଜର
Uunchai Release Date:Uunchai is an upcoming Indian Hindi film produced and directed by Sooraj Barjatya ପ୍ରଥମଥର ଗୋଟିଏ ସିନେମାରେ ଅମିତାଭ, ବମନ ଓ ଅନୁପମ ଏକାଠି ଆସିବେ ନଜର
ମୁମ୍ବାଇ: ଏଥର ଦର୍ଶକଙ୍କ ମନୋରଞ୍ଜନ କରିବା ପାଇଁ ଏକାଠି ଆସୁଛନ୍ତି ତିନିଟି ବଡ଼ ଷ୍ଟାର । ବଡପରଦାରେ ଏକାଠି ଦେଖିବା ପାଇଁ ମିଳିବ ସିନେମା ଜଗତର ତିନିଟି ବଡ଼ ଷ୍ଟାର କରିବେ ଦର୍ଶକ ଏଣ୍ଟରଟେନ୍ ଆଉ ତାହା ବି ଗୋଟିଏ ଫିଲ୍ମରେ । ହମ୍ ସାଥ୍ ସାଥ୍ ହେ, ହମ୍ ଆପ୍କେ ହେ କୌନ୍ ଓ ବିବାହ ଭଳି ସୁପରହିଟ୍ ସିନେମା ଦର୍ଶକଙ୍କୁ ଭେଟି ଦେଇଥିବା ପ୍ରଡକ୍ସନ୍ ହାଉସ୍ ରାଜଶ୍ରୀ ପ୍ରଡକ୍ସନ୍ସ୍ ନିଜର ୬୦ତମ ଫିଲ୍ମର ରିଲିଜ୍ ଡେଟ୍ ଘୋଷଣା କରିଛି। ହେଲେ ସବୁଠାରୁ ଖାସ କଥା ହେଲା ଏହି ସିନେମାରେ ବଲିଉଡ୍ ସିନେମା ଜଗତର ତିନୋଟି ଲିଜେଣ୍ଡାରୀ ଆକ୍ଟର୍ ନଜର ଆସିବେ। ଏହି ତିନି ଷ୍ଟାରଙ୍କୁ ଏକାଠି ପୂର୍ବରୁ କୌଣସି ଫିଲ୍ମରେ ଦେଖିବା ପାଇଁ ମିଳିନି ।

ତେବେ ଏହି ଫିଲ୍ମଟିର ନାଁ ହେଉଛି ଉଞ୍ଚାଇ । ଯେଉଁଥିରେ ଏକାଠି ନଜର ଆସିବେ ବଲିଉଡର ମହାନାୟକ ଅମିତାଭ୍ ବଚ୍ଚନ, ଭର୍ସାଟାଇଲ୍ ଆକ୍ଟର ଅନୁପମ୍ ଖେର୍ ଓ ବମନ୍ ଇରାନୀ । ଏହି ଷ୍ଟାରଙ୍କ ବ୍ୟତିତ ନିନା ଗୁପ୍ତା, ପରିନୀତି ଚୋପ୍ରା, ନଫିସା ଅଲ୍ଲୀ ସୋଡି ଆଦି କଳାକାର ମଧ୍ୟ ନଜର ଆସିବେ । ଦୀର୍ଘ ୨୪ ବର୍ଷ ପରେ ନଫିସା ଓ ଅମିତାଭଙ୍କୁ ଏକାଠି ଦେଖିବାକୁ ମିଳିବ। ଏହି ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି , ସୁରଜ୍ ଆର୍. ବରଜ୍ଜାତୀୟା। ଦାର୍ଘ ୭ ବର୍ଷ ପରେ ସେ ନିର୍ଦ୍ଦେଶନା ଦାଇତ୍ୱ ତୁଳାଇବେ ।
ନଭେମ୍ବର ୧୧ରେ ଏହି ସିନେମାଟି ରିଲିଜ୍ ହେବାକୁ ଯାଉଛି। ଯାହାର ଆନାଉନ୍ସମେଣ୍ଟ୍ ନିଜ ସୋସିଆଲ୍ ମିଡିଆ ପ୍ଲାଟ୍ଫର୍ମରେ ରାଜଶ୍ରୀ ପ୍ରଡକ୍ସନ୍ କରିଛି । ଫ୍ୟାନ୍ସ ବେଶ ଉତ୍ସାହର ସହ ଏବେ ଏହି ଫିଲ୍ମର ଅପେକ୍ଷାରେ ଅଛନ୍ତି ।












Click it and Unblock the Notifications