Uunchai:ଫିଲ୍ମ 'ଉଞ୍ଚାଇ' କ୍ରେଜ୍, ଥିଏଟରରେ ଡ୍ୟାନ୍ସ କଲେ ଲୋକେ, ଭାଇରାଲ ହେଲା ଭିଡିଓ
Uunchai:ଫିଲ୍ମ 'ଉଞ୍ଚାଇ' କ୍ରେଜ୍, ଥିଏଟରରେ ଡ୍ୟାନ୍ସ କଲେ ଲୋକେ, ଭାଇରାଲ ହେଲା ଭିଡିଓ
ମୁମ୍ବାଇ: ହିନ୍ଦୀ ସିନେମା ଜଗତର ଭେଟେରାନ୍ ଅଭିନେତା ଅମିତାଭ ବଚ୍ଚନ ଏବଂ ଅନୁପମ ଖେରଙ୍କ ପରି କଳାକାରଙ୍କ ଚଳଚ୍ଚିତ୍ର ଆଜିକାଲି ଦର୍ଶକଙ୍କର ପ୍ରଥମ ପସନ୍ଦ । ସିନେମା ଦେଖିବା ପାଇଁ ପ୍ରେକ୍ଷାଳୟରେ ଜମୁଛି ଦର୍ଶକଙ୍କ ଭିଡ଼ । ବକ୍ସ ଅଫିସରେ 'ଉଞ୍ଚାଇ'ଭଲ ଆୟ କରୁଛି । ଦର୍ଶକ ମଧ୍ୟ ଏହି ଚଳଚ୍ଚିତ୍ରର ପ୍ରଶଂସା କରିବାର କୌଣସି ମୌକା ହାତ ଛଡା କରୁ ନାହଁନ୍ତି । ଏହାରି ମଧ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଜବରଦସ୍ତ ଭାଇରାଲ ହେବାରେ ଲାଗିଛି । ଯାହା ନେପାଳର ଏକ ସିନେମା ଘରର । ଲୋକେ 'ଉଞ୍ଚାଇ'ର 'କେଟି କୋ' ଗୀତରେ ନାଚୁଥିବାର ନଜର ଆସୁଛନ୍ତି ।
Meanwhile in cinema halls in Nepal! Jai Ho!🕺😬😍 #KetiKo #Uunchai pic.twitter.com/q8McRmzLLp
— Anupam Kher (@AnupamPKher) November 15, 2022
ବୁଧବାର ଦିନ ମାନଭ ମଙ୍ଗଲାନି ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ, ପ୍ରେକ୍ଷାଳୟରେ ଭିତରେ କିଛି ଲୋକ 'ଉଞ୍ଚାଇ'ର 'କେଟି କୋ' ଗୀତରେ ଜୋରରେ ନାଚୁଥିବାର ନଜର ଆସୁଛନ୍ତି । ବାସ୍ତବରେ ଏହି ଭିଡିଓ ପଡୋଶୀ ଦେଶ ନେପାଳର ଏକ ଥିଏଟରର । ଯେଉଁଥିରେ ବଲିଉଡର ଭେଟେରାନ୍ ନିର୍ଦ୍ଦେଶକ ସୁରଜ ବାଡଜାତ୍ୟାଙ୍କ ଫିଲ୍ମର କ୍ରେଜ୍ ଲୋକଙ୍କ ମଧ୍ୟରେ ଦେଖିବା ପାଇଁ ମିଳୁଛି । ସୁପରଷ୍ଟାର ଅନୁପମ ଖେର ମଧ୍ୟ ଏହି ଭିଡିଓକୁ ତାଙ୍କ ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି । ଏହା ସହିତ ଅନୁପମ ନେପାଳର ଏହି ଦର୍ଶକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି । 'ଉଞ୍ଚାଇ'ର ଏହି ଭିଡିଓରେ ପ୍ରଶଂସକମାନଙ୍କର ଲାଇକ୍ ଓ କମେଣ୍ଟ ଦେଖିବା ପାଇଁ ମିଳୁଛି ।
ପାରିବାରିକ ଡ୍ରାମା ଚଳଚ୍ଚିତ୍ର ନିର୍ମାଣ ପାଇଁ ବଲିଉଡର ପ୍ରସିଦ୍ଧ ନିର୍ଦ୍ଦେଶକ ସୁରଜ ବାଡଜାତ୍ୟା ଏଥର ବନ୍ଧୁତ୍ୱର କାହାଣୀ ଉପରେ ଆଧାର ଫିଲ୍ମ 'Uunchai' ଆଣିଛନ୍ତି । ମଲ୍ଟି ଷ୍ଟାରର ଫିଲ୍ମ ' ଉଞ୍ଚାଇ' ମଧ୍ୟ ପ୍ରଥମ ଦିନରୁ ଭଲ ପ୍ରଦର୍ଶନ କରୁଛି । ଯେଉଁଥିପାଇଁ 'Uunchai'ର ବକ୍ସ ଅଫିସ୍ ଆୟ ମଧ୍ୟ କ୍ରମାଗତ ଭାବରେ ବୃଦ୍ଧି ପାଉଛି । ଏହା ରିଲିଜ୍ ହେବାର ୫ ଦିନ ମଧ୍ୟରେ ପ୍ରାୟ ୧୪ କୋଟି ଟଙ୍କା ଆୟ କରିସାରିଛି । ଏହି ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ରରେ ଅମିତାଭ ବଚ୍ଚନ, ଅନୁପମ ଖେର, ଡାନି ଡେନଜୋଙ୍ଗପାଙ୍କ, ବୋମାନ ଇରାନୀ, ପରିନୀତି ଚୋପ୍ରା, ନୀନା ଗୁପ୍ତା ଏବଂ ସାରିକାଙ୍କୁ ମୁଖ୍ୟ ଭୂମିକାରେ ଦେଖିବା ପାଇଁ ମିଳୁଛି ।













Click it and Unblock the Notifications