Uttam Mohanty: ଜାଣିଛନ୍ତି କେଉଁ ଏକମାତ୍ର ହିନ୍ଦୀ ସିନେମାରେ ଅଭିନୟ କରିଛନ୍ତି ଉତ୍ତମ ମହାନ୍ତି ?

Uttam Mohanty : ଚାଲିଗଲେ ଦଣ୍ଡା ବାଳୁଙ୍ଗା । ବର୍ଷିଆନ ଅଭିନେତା ଉତ୍ତମ ମହାନ୍ତିଙ୍କ ଘଟିଛି ପରଲୋକ । ଆଉ ନାହାନ୍ତି ଓଡିଆ ଚଳଚ୍ଚିତ୍ର ଜଗତର ଧ୍ରୁବତାରା ।

ଓଡିଆ ଚଳଚ୍ଚିତ୍ର ଜଗତର ଚର୍ଚ୍ଚିତ ଚେହେରା ତଥା ବିଶିଷ୍ଟ ଅଭିନେତା ଉତ୍ତମ ମହାନ୍ତିଙ୍କ ପରଲୋକ ଘଟିଛି । ୬୬ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ଉତ୍ତମ ମହାନ୍ତି ।

ଉତ୍ତମ ମହାନ୍ତି କିଛିଦିନ ତଳେ ଗୁରୁତର ହୋଇ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ସେ ଆଇସିୟୁରେ ଚିକିତ୍ସିତ ହେଉଥିଲେ। ହଠାତ୍‌ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡି ଯିବା ପରେ ଦିଲ୍ଲୀର ମେଦାନ୍ତ ହସ୍ପିଟାଲକୁ ଏୟାରଲିଫ୍ଟ କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି ।

୧୯୭୭ ମସିହାରେ ଅଭିମାନ ଚଳଚ୍ଚିତ୍ରରୁ କ୍ୟାରିୟର ଆରମ୍ଭ କରିଥିଲେ ଉତ୍ତମ। ଦଣ୍ଡା ବାଳୁଙ୍ଗା, ସରପଞ୍ଚ ବାବୁ ଫିଲ୍ମ ରେ ତାଙ୍କୁ ପରିଚୟ ଆଣି ଦେଇଥିଲା। ଚିହ୍ନା ଅଚିହ୍ନା, ନିଝୁମ ରାତିର ସାଥି, ଅକ୍ଷୟ ତୃତୀୟା, ଆରତୀ, ଦେବଯାନୀ , ଅସ୍ତରଙ୍ଗ , ଦେଖ ଖବର ରଖ ନଜର, ଜ୍ବାଇଁ ପୁଅ, ଅଭିଳାଷା, ଝିଅଟି ସୀତା ପରି, ରାମ ରହିମ, ଜାଈ ଫୁଲ, ଜନନୀ, ଚକା ଭଉଁରୀ, ଜଗା ହାତରେ ପଘା, ମମତା ମାଗେ ମୂଲ, ପଳାତକ, ପୂଜା ଫୁଲ, ସମୟ ବଡ ବଳବାନ, ସଂଖ୍ୟା ସିନ୍ଦୂର, ସହରୀ ବାଘ, ସତ୍ କେବେ ଲୁଚି ରହେନା, ଚକା ଆଖି ସବୁ ଦେଖୁଛି, ଫୁଲ ଚନ୍ଦନ , ସୁନା ଚଢ଼େଇ, ତୁଣ୍ଡ ବାଇଦ, ଯାହାକୁ ରଖିବେ ଅନନ୍ତ, ପୁଅ ମୋର କଳା ଠାକୁର ଆଦି ଚଳଚ୍ଚିତ୍ର ରେ ଛାପ ଛାଡିଛନ୍ତି ସ୍ୱର୍ଗୀୟ ଉତ୍ତମ ମହାନ୍ତି ।

Uttam Mohanty

ଓଲିଉଡ୍ ଜଗତର ବିଶିଷ୍ଟ ଅଭିନେତା ଉତ୍ତମ ମହାନ୍ତିଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିବା ସହିତ ତାଙ୍କ ପୁଅ ତଥା ଅଭିନେତା ବାବୁସାନଙ୍କ ସହିତ କଥା ହୋଇ ସମବେଦନା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ସ୍ୱର୍ଗତ ଅଭିନେତାଙ୍କ ସହିତ ଅତ୍ୟନ୍ତ ଭଲ ସମ୍ପର୍କ ଥିଲା ଏବଂ ତାଙ୍କ ଅନେକ ସିନେମା ତାଙ୍କୁ ପ୍ରଭାବିତ କରିଛି ।

୩୦ ରୁ ଅଧିକ ବଙ୍ଗଳା ଚଳଚ୍ଚିତ୍ରରେ ଅଭିନୟ କରିଥିବା ଉତ୍ତମ ମହାନ୍ତି କେବଳ ଗୋଟିଏ ମାତ୍ର ହିନ୍ଦୀ ସିନେମାରେ ନଜର ଆସିଥିଲେ । ଏହି ସିନେମାର ନାମ ଥିଲା 'ନୟା ଜହର' । ଯାହା ବେଶ୍ କମ୍ ଲୋକ ଜାଣିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+