Cannes Film Festivalରେ ବାର୍ବିଡଲ୍ ପରି ନଜର ଆସିଲେ ଉର୍ବଶୀ , ଫ୍ୟାନ୍ସ କଲେ ଝିଟିପିଟି ସହ ତୁଳନା
Cannes Film Festival: ଫ୍ରାନ୍ସରେ କାନ୍ସ ଫିଲ୍ମ ଫେଷ୍ଟିଭାଲ୍ 2023 ଆରମ୍ଭ ହୋଇଛି । ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ସମସ୍ତ ବଡ଼ ବଡ଼ ତାରକା ମେ 16 ରୁ 27 ମେ ପର୍ଯ୍ୟନ୍ତ ଚାଲିଥିବା ଏହି ଆନ୍ତର୍ଜାତୀୟ ଇଭେଣ୍ଟରେ ନେଉଛନ୍ତି ଭାଗ । ବର୍ତ୍ତମାନ ସାରା ଅଲି ଖାନ, ଇଶା ଗୁପ୍ତା, ମାନୁଷି ଚିଲର ଏବଂ ଉର୍ବଶୀ ରାଉତେଲା ରେଡ କାର୍ପେଟରେ ନିଜ ଜଲୱା ଦେଖାଇ ସାରିଛନ୍ତି । ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ଆରମ୍ଭ ହୋଇଯାଇଛି ଚଟପଟା ଗସିପ୍ ।
କାନ୍ସରେ ଉର୍ବଶୀ ରାଉତେଲା ଗୋଲାପୀ ରଙ୍ଗର ଡ୍ରେସରେ ଏକ ଦମ୍ ବାର୍ବିଡଲ୍ ପରି ଦେଖାଯାଉଥିଲେ । ତାଙ୍କୁ ଲୁକ୍, ଡ୍ରେସ୍ କିଛି ଫ୍ୟାନ୍ସଙ୍କୁ ପସନ୍ଦ ଆସୁଥିବା ବେଳେ ଅନେକ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଦେଇଛନ୍ତି । ଆଜି ଲାଇମଲାଇଟରେ ଅଛନ୍ତି ଅଭିନେତ୍ରୀ । ହେଲେ ତାଙ୍କ ଡ୍ରେସଠୁ ଅଧିକ ଚର୍ଚ୍ଚା ତାଙ୍କ ହେୟାର ଷ୍ଟାଇଲକୁ ନେଇ ହେଉଛି । ଯେଉଁଥିପାଇଁ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ ମଧ୍ୟ କରାଯାଉଛି । ହେଲେ ସବୁଠୁ ଭିନ୍ନ ଥିଲା ତାଙ୍କ ନେକଲେସ୍ । ସେ ଝିଟିପିଟି ଷ୍ଟାଇଲର ନେକଲେସ୍ ପିନ୍ଧିଥିବାର ନଜର ଆସିଥିଲେ ।
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଉର୍ବଶୀ ରାଉତେଲା ନିଜ ଗ୍ଲାମରିୟସ୍ ଷ୍ଟାଇଲରେ ଫ୍ୟାନ୍ସଙ୍କୁ କରୁଛନ୍ତି ମତୁଆଲା । ଅଭିନେତ୍ରୀ ଗୋଲାପୀ ଗାଉନରେ ରେଡ କାର୍ପେଟରେ ଆସିଥିଲେ ନଜର । ଫ୍ୟାନ୍ସ ସବୁ କିଛି ପସନ୍ଦ କରୁଛନ୍ତି ତାଙ୍କ ହେୟାର ଷ୍ଟାଇଲ୍ଏବଂ ତାଙ୍କ ନେକଲେସକୁ ନେଇ ସୋସିଆଲ ମିଡିଆରେ ୟୁଜର୍ସଙ୍କର ଭିନ୍ନ ଭିନ୍ନ ରିଆକ୍ସନ ଦେଖିବା ପାଇଁ ମିଳୁଛି ।

ପ୍ରଶଂସକମାନଙ୍କର ଭିନ୍ନ ଭିନ୍ନ କମେଣ୍ଟ ଦେଖିବା ପାଇଁ ମିଳୁଛି, ଜଣେ ୟୁଜର ଲେଖିଛନ୍ତି ତୁମେ ଝିଟିପିଟି ପରି ଦିଶୁଛ, ସେହିପରି ଆଉ ଜଣେ ବ୍ୟକ୍ତି ଲେଖିଛନ୍ତି ତୁମ ନେକଲେସ୍ ଏକ ଦମ୍ ଝିଟିପିଟି ପରି ଦିଶୁଛି । ଏପରି ଅନେକ ଆଶ୍ଚର୍ଯ୍ୟ କଲାପରି କମେଣ୍ଟ ବର୍ତ୍ତମାନ ସୋସିଆଲ ମିଡିଆରେ ଦେଖିବା ପାଇଁ ମିଳୁଛି ।
ତେବେ ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ ଉର୍ବଶୀ ରାଉତେଲା ପ୍ରାୟତଃ ଲୋକଙ୍କ ରାଗ ବା ଟ୍ରୋଲର ଶିକାର ହୋଇଥାନ୍ତି ।
ଭାରତୀୟ କ୍ରିକେଟର ଋଷଭ ପନ୍ଥଙ୍କ କାରଣରୁ ସେ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି । ତେବେ ଖୁବ୍ ଶୀଘ୍ର ତାଙ୍କୁ କରଣ ଜୋହରଙ୍କ ପରବର୍ତ୍ତୀ ଚଳଚ୍ଚିତ୍ରରେ ଦେଖିବାକୁ ମିଳିବ। ଅଭିନେତ୍ରୀ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ପ୍ରଶଂସକମାନଙ୍କୁ ଏହି ସୂଚନା ଦେଇଛନ୍ତି।
-
ଡାଲମାରୁ ବାହାରିଲା ସାପ, ଲୋକେ ଛାନିଆ, ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ ୪୦ରୁ ଊର୍ଦ୍ଧ୍ବ ଲୋକଙ୍କ ଲମ୍ବା ଲାଇନ -
୨୪ ଘଣ୍ଟାରେ ବ୍ୟାକଫୁଟକୁ ଗଲେ ଟ୍ରମ୍ପ, ଏହି ଦେଶର ତୈଳ କିମ୍ବା ଗ୍ୟାସ ଉପରେ...... -
ଗ୍ରାହକଙ୍କ ପାଇଁ ଖୁସି ଖବର; ଏକାଥରକେ ଏତିକି ଟଙ୍କା କମିଲା ସୁନା ଦର -
ରିଲ୍ସ ନିଶା, ବୃଦ୍ଧ ବାପାଙ୍କୁ ବସ୍ତାରେ ବାନ୍ଧି କୋରିଅର୍ରେ ପାର୍ସଲ କଲା ଝିଅ -
ଭାରତ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ଆଶଙ୍କା ,' ପ୍ରକାଶ କଲା ଆମେରିକାର ଗୁଇନ୍ଦା ରିପୋର୍ଟ -
ଆସୁଛି କାଳବୈଶାଖୀ, ଝଡ଼ବର୍ଷା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ -
LPG ସଙ୍କଟକୁ ନେଇ ବଡ଼ କଥା କହିଲେ ସରକାର,‘ଡୋରଷ୍ଟେପ... -
କାରଣ ଦର୍ଶାଅ ନୋଟିସ୍ର ଉତ୍ତର ରଖିଲେ ବିଜେଡିର ୬ ବିଧାୟକ, କହିଲେ ନୋଟିସ୍ ପ୍ରତ୍ୟାହାର କରନ୍ତୁ, ନଚେତ୍... -
ମୁଁ ଆମ ଦଳର ସୁପ୍ରିମୋ ନବୀନ ବାବୁଙ୍କ ନିର୍ଦ୍ଦେଶରେ ଭୋଟ୍ ଦେଇଛି; ସୁବାସିନୀ ଜେନା -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
ଏମ୍ଏସ୍ ଧୋନିଙ୍କ ନାଁରେ ଥିବା କ୍ରିକେଟ ଷ୍ଟାଡିୟମ ସିଲ୍ -
ଆଜିଠୁ ମାଟ୍ରିକ୍ ଖାତାଦେଖା, ମେରେ ରେଜଲ୍ଟ












Click it and Unblock the Notifications