ପାକିସ୍ତାନୀ କ୍ରିକେଟରଙ୍କ ପ୍ରେମରେ ଅଭିନେତ୍ରୀ ଉର୍ବଶୀ !

ପାକିସ୍ତାନୀ କ୍ରିକେଟରଙ୍କ ପ୍ରେମରେ ଅଭିନେତ୍ରୀ ଉର୍ବଶୀ !

ମୁମ୍ବାଇ: ବର୍ତ୍ତମାନ ପୁରା ଦେଶରେ କ୍ରିକେଟରେ କ୍ରେଜ୍ ଦେଖିବା ପାଇଁ ମିଳୁଛି । କାରଣ ଚାଲିଛି ଏସିଆ କପ୍ । ହେଲେ ଏଥର ମ୍ୟାଚ୍ ସହ ଜଣେ ଅଭିନେତ୍ରୀଙ୍କୁ ନେଇ ମଧ୍ୟ ଚର୍ଚ୍ଚା ଜୋରଧରିଛି । ଆଜ୍ଞା ହଁ ଉର୍ବଶୀ ରୌଉତେଲାଙ୍କୁ ଉପରେ ରହିଛି ଦର୍ଶକଙ୍କ ନଜର । ପ୍ରତ୍ୟକ ମ୍ୟାଚରେ ଅଭିନେତ୍ରୀଙ୍କୁ ଦେଖିବା ପାଇଁ ମିଳିଥାଏ । ବର୍ତ୍ତମାନ ସେ ଦୁବାଇରେ ହିଁ ଅଛନ୍ତି । ଭାରତ-ପାକିସ୍ତାନର ଦୁଇଟି ମ୍ୟାଚରେ ଉର୍ବଶୀଙ୍କୁ ଦେଖିବା ପାଇଁ ମିଳିଥିଲା । ଏବେ ଏକ ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ପାକିସ୍ତାନୀ କ୍ରିକେଟର ନାସିମ ଶାହା ମଧ୍ୟ ନଜର ଆସୁଛନ୍ତି ।

urvashi rautela

ଅଭିନେତ୍ରୀ ନିଜ ସୋସିଆଲ ମିଡିଆରେ ସାଇଟରେ ମ୍ୟାଚକୁ ନେଇ ଅନେକ ଭିଡିଓ ସେୟାର କରନ୍ତି । ଯେଉଁଥିରେ ସେ ଏହି ଭାଇରାଲ ଭିଡିଓ ମଧ୍ୟ ସେୟାର କରିଛନ୍ତି । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ ଏହା ଏକ ଭାଇରାଲ ଭିଡିଓ । ଯେଉଁଥିରେ ତାଙ୍କ ସହ ନାସିମ ଶାହା ନଜର ଆସୁଛନ୍ତି । ଭାଇରାଲ ଭିଡିଓକୁ ନେଇ ଏବେ ଅନେକ ମିମସ୍ ସୋସିଆଲ ମିଡିଆରେ ଦେଖିବା ପାଇଁ ମିଳୁଛି । ଅନେକ ଫ୍ୟାନ୍ସ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ନେଇ ମଧ୍ୟ ଚର୍ଚ୍ଚା କରୁଛନ୍ତି ।

ତେବେ ପୂର୍ବରୁ ଉର୍ବଶୀ ଓ ରିଷଭଙ୍କ ସମ୍ପର୍କକୁ ନେଇ ମଧ୍ୟ ଅନେକ ଗୁଜବ ଶୁଣିବା ପାଇଁ ମିଳିଥିଲା । ଉର୍ବଶୀଙ୍କୁ ୨୮ବର୍ଷ ହୋଇଥିବାବେଳେ ନାସିମ ଶାହାଙ୍କୁ ୧୯ ବର୍ଷ ସେହିପରି ରିଷଭଙ୍କୁ ୨୪ ବର୍ଷ । ଏହି ତିନି ଜଣଙ୍କ ତ୍ରିକୋଣୀୟ ପ୍ରେମକୁ ନେଇ ଅନେକ ମିମସ ଭାଇରାଲ ହେବାରେ ଲାଗିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+