ତୁମେ ଭାରତର ନା'ଖରାପ କରୁଛ, ଉର୍ଫିଙ୍କ ଡ୍ରେସର ନିନ୍ଦା କଲେ ଅଜଣା ବ୍ୟକ୍ତି, ଏପରି ଉତ୍ତର ଦେଲେ ଅଭିନେତ୍ରୀ...
Urfi Javed Viral Video:ଉର୍ଫି ଜାଭେଦ୍ ନିଜ ଫ୍ୟାଶନ ଅତରଙ୍ଗି ଡ୍ରେସକୁ ନେଇ ଲାଇମଲାଇଟରେ ରହିଥାନ୍ତି । ଯେଉଁଥିପାଇଁ ଅନେକ ଥର ତାଙ୍କୁ ଟ୍ରୋଲର ଶିକାର ମଧ୍ୟ ହେବା ପାଇଁ ପଡିଥାଏ । ବର୍ତ୍ତମାନ ତାଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ମୁମ୍ବାଇ ବିମାନବନ୍ଦରରେ ଉର୍ଫି ଜାଭେଦଙ୍କ ଡ୍ରେସକୁ ନେଇ ଜଣେ ବ୍ୟକ୍ତି ସମାଲୋଚନା କରୁଥିବାର ଦେଖିବା ପାଇଁ ମିଳୁଛି ଯାହା ପରେ ଅଭିନେତ୍ରୀ ତାଙ୍କର କ୍ଲାସ ନେଇଛନ୍ତି । ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।
ଏହି ଭିଡିଓ ଉର୍ଫି ନିଜ ସାଙ୍ଗଙ୍କ ସହିତ ବିମାନବନ୍ଦର ଭିତରକୁ ଯିବା ସମୟରେ ଜଣେ ବ୍ୟକ୍ତି ତାଙ୍କୁ ଦେଖି କହୁଛନ୍ତି ତୁମେ ଏପରି ପୋଷାକ କ'ଣ ପାଇଁ ପିନ୍ଧିଛ । ଯାହା ଦ୍ୱାରା ଭାରତର ନାଁ ଖରାପ ହେଉଛି । ଯାହା ଶୁଣି ଉର୍ଫି ଖୁବ ରାଗି ଯାଉଛନ୍ତି ଏବଂ ସେହି ବ୍ୟକ୍ତି ଜଣଙ୍କୁ ଗାଳି ଦେବା ଆରମ୍ଭ କରିଦେଇଛନ୍ତି ।

ଭିଡିଓରେ ଉର୍ଫି ଜାଭେଦ୍ ତାଙ୍କୁ ସମାଲୋଚନା କରୁଥିବା ବ୍ୟକ୍ତିଙ୍କୁ ଗାଳି ଦେଇ କହୁଛନ୍ତି, ତୁମ ବାପାଙ୍କର କ'ଣ ଯାଉଛି...ତୁନେ ନିଜ କାମ କର । ଏହା ପରେ ବ୍ୟକ୍ତି ଜଣକ କହୁଛନ୍ତି ଏହା ଭୁଲ । ତୁମେ ଭାରତ ଏବଂ ଲୋକଙ୍କର ନାଁ ଖରାପ କରୁଛ । ଏହା ପରେ ଉର୍ଫିଙ୍କ ରାଗ ଆହୁରି ବଢିଯାଉଛି ଏବଂ ବ୍ୟକ୍ତି ଜଣଙ୍କୁ ଆହୁରି ଗାଳି ଦେବା ଆରମ୍ଭ କରିଦେଉଛନ୍ତି ।
ଉର୍ଫି ଆହୁରି କହିଛନ୍ତି, ମୁଁ ତୁମ ଝିଅ ନୁହେଁ...ତୁମେ ନିଜ କାମ କର । ଏହାରି ମଧ୍ୟରେ ଉର୍ଫିଙ୍କର ଟିମ ମେମ୍ବର ଉଭୟଙ୍କ କଳିରେ ଭିତରକୁ ଆସି ସମାଧାନ କରିବା ପାଇଁ ଚେଷ୍ଟା କରିଥିଲେ । ପରବର୍ତ୍ତି ସମୟରେ ମାମଲା ଶାନ୍ତ ହୋଇଥିଲା ଏବଂ ସେହି ସ୍ଥାନରୁ ଚାଲିଯାଇଥିଲେ । ହେଲେ ଉର୍ଫି ନିଜ ବ୍ୟବହାର ପାଇଁ ବର୍ତ୍ତମାନ ସୋସିଆଲ ମିଡିଆରେ ଟ୍ରୋଲ ଶିକାର ହେଉଛନ୍ତି । କିଛି ବ୍ୟକ୍ତି ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲ କରୁଥିବା ବେଳେ କିଛି ଲୋକ ତାଙ୍କୁ ସପୋର୍ଟ କରୁଛନ୍ତି ।
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....











Click it and Unblock the Notifications