୧୭ ବର୍ଷ ବୟସରେ ଉର୍ଫି ଛାଡିଥିଲେ ଘର ,ଦିନେ କରିବା ପାଇଁ ଚାହୁଁଥିଲେ ଆତ୍ମହତ୍ୟା
Urfi Javed Struggle Story In Odia .Trending News ,୧୭ ବର୍ଷ ବୟସରେ ଉର୍ଫି ଛାଡିଥିଲେ ଘର ,ଦିନେ କରିବା ପାଇଁ ଚାହୁଁଥିଲେ ଆତ୍ମହତ୍ୟା
ମୁମ୍ବାଇ: 'ବିଗ୍ ବସ୍' ଫେମ୍ ଉର୍ଫି ଜାଭେଦ୍ ଟିଭି ଇଣ୍ଡଷ୍ଟ୍ରିରେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିପାରିଛନ୍ତି ।ନିଜ ଫ୍ୟାସନ୍ ପାଇଁ ସେ କେବଳ ଛୋଟ ପରଦାରେ ନୁହେଁ ବରଂ ବଲିଉଡ ଏବଂ ହଲିଉଡର ମଧ୍ୟ ଧ୍ୟାନ ଆକର୍ଷଣ କରିଛନ୍ତି । ଲାଇମଲାଇଟରେ ରହୁଥିବା ଉର୍ଫିଙ୍କୁ ଏହି ସ୍ଥାନରେ ପହଁଚିବା ପାଇଁ କଠିନ ପରିଶ୍ରମ କରିବା ପାଇଁ ପଡିଥିଲା । ଲକ୍ଷ୍ନୌ ରୁ ମୁମ୍ବାଇ ଯାତ୍ରା ତାଙ୍କ ପାଇଁ ସହଜ ନଥିଲା। ଏକ ସମୟ ଥିଲା ଯେତେବେଳେ ସେ ନିଜକୁ ମାରିବା ପାଇଁ ଚେଷ୍ଟା କରିଥିଲେ । ହେଲେ ସେ ଅନେକ ସଙ୍ଘର୍ଷ କରିବା ପରେ ଏବେ ନିଜ ଜୀବନରେ ଆଗକୁ ବଢିପାରିଛନ୍ତି । ଏବେ ସୋସିଆଲ ମିଡିଆରେ ସେନସେସନ୍ ପାଲଟିଛନ୍ତି ।

ନିକଟରେ ଉର୍ଫି ଜାଭେଦ୍ 'ସ୍ପଟବୟ'କୁ ଦେଇଥିବା ଏକ ସାକ୍ଷାତକାରରେ ତାଙ୍କ ସଂଘର୍ଷ ବିଷୟରେ କହିଛନ୍ତି। ଦିନେ ତାଙ୍କ ପାଖରେ ରହିବାକୁ ସ୍ଥାନ ନ ଥିବାରୁ ସେ କିପରି ପାର୍କରେ ଶୋଇଥିଲେ ସେ ବିଷୟରେ ଦର୍ଶକଙ୍କୁ ଜଣାଇଥିଲେ । ଅଭିନେତ୍ରୀ କହିଛନ୍ତି, 'ଏକ ସମୟ ଥିଲା ଯେତେବେଳେ ମୋର ଘର ନଥିଲା। ମୁଁ ପାର୍କରେ ରହୁଥିଲି । କିଛି ସମୟ ସାଙ୍ଗମାନଙ୍କ ଘରେ ମଧ୍ୟ ରହିଥିଲି । ଶୀତଦିନେ ମୁଁ ଚଟାଣରେ ବିନା ବିଛଣାରେ ଶୋଇଛି ।ହେଲେ ବର୍ତ୍ତମାନ ମୋର ସବୁକିଛି ଅଛି । ଆଜି ମୁଁ ଯେତେବେଳେ ପଛକୁ ଚାହେଁ, ମୁଁ ନିଜକୁ ଭାଗ୍ୟବାନ ଏବଂ ଆଶୀର୍ବାଦ ଅନୁଭବ କରେ । "ଉର୍ଫି ଜାଭେଦ୍ ଏହା ମଧ୍ୟ କହିଛନ୍ତି ଯେ ଏକ ସମୟ ଆସିଥିଲା ଯେତେବେଳେ ସେ ସୁଇସାଇଡ୍ କରିବା ପାଇଁ ଚିନ୍ତା କରିଥିଲେ। ତଥାପି ସେ ହାର ମାନିନଥିଲେ। ସେ କହିଥିଲେ, "ମୁଁ ନିଜ ପାଇଁ ଗର୍ବିତ କାରଣ ମୁଁ ଜୀବନରେ କେବେ ହାରାମାନି ନାହିଁ '












Click it and Unblock the Notifications